scb

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏସ୍ସିବି ଟ୍ରଉମା କେୟାର ୟୁନିଟ୍

9

ଭୁବନେଶ୍ୱର(ବୁ୍ୟରୋ): କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗର ଉନ୍ନତିକରଣ ସହ ଅଧିକ ସୁବିଧା ଉପଲବ୍ଧ କରାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ଟ୍ରଉମା କେୟାର ୟୁନିଟ୍କୁ ସୁଦୃଢ କରାଯାଇ ଏହାକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରାଯିବ । ୨୪ ଘଣ୍ଟିଆ ଆବଶ୍ୟକ ସେବା ପ୍ରଦାନ ଉପଲବ୍ଧ ହେବ । ଅର୍ଥୋପେଡିକ୍, ନ୍ୟୁରୋ ଓ ନ୍ୟୁରୋସର୍ଜରୀ ସେବା ବ୍ୟବସ୍ଥାରେ ବିକାଶ କରାଯିବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ଯନ୍ତ୍ରପାତି, ମାନବସମ୍ବଳ ଆଦି ଉପଲବ୍ଧ କରାଯିବ । ଏ ନେଇ ଟ୍ରଉମା କେୟାର ୟୁନିଟ୍ର ଆବଶ୍ୟକତା ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଡିଏମ୍ଇଟି ଆସନ୍ତା ୭ ଦିନ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଯକ୍ଷ୍ମା ଓ ଛାତି (ପଲ୍ମୁନାରୀ) ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମଧ୍ୟ ଉନ୍ନତିକରଣ କରାଯିିବ । ଏ ନେଇ ଯକ୍ଷ୍ମା ଓ ଛାତି ବିଭାଗ ପାଇଁ ଆସିଥିବା ପ୍ରସ୍ତାବକୁ ତ୍ୱରାନ୍ୱିତ କରିବା ସହିତ ଏଣ୍ଡୋକ୍ରାଇନୋଲୋଜି ବିଭାଗ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାକୁ ଅଧିକ ଲୋକାଭିମୁଖୀ କରି ସାଧାରଣ ଲୋକ ଯେପରି ସହଜରେ ଚିକିତ୍ସା ସେବା ପାଇପାରିବେ ସେ ଦିଗରେ ଯତ୍ନବାନ୍ ହେବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା, ରାଜ୍ୟ ମେଡିକାଲ ନିଗମ ଏମ୍ଡି ଅର୍ଚ୍ଚନା ପଟ୍ଟନାୟକ, ଅତିରିକ୍ତ ସଚିବ ହରିବଲ୍ଲଭ ମିଶ୍ର, ଡିଏମ୍ଇଟି ଡା. ସୋନାମାଲି ବାଗ୍, ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡା. ସିଦ୍ଧାର୍ଥ ଦାଶ, ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ଏକେ ବଳିଆରସିଂହ, ଯକ୍ଷ୍ମା ଓ ଛାତି ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ,ଯୁଗ୍ମ ଡିଏମ୍ଇଟି ଡା. ଉମାକାନ୍ତ ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com