MAYURBHANJ-MAHOTSAVRALLY-PHJOTO

ବାରିପଦାରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

9

ବାରିପଦା, ୬ ।୧୨(ଆପ୍ର): ମୟୂରଭଞ୍ଜ ଜିଲ୍ଲା ବାରିପଦା ଛଉପଡ଼ିଆ ଠାରେ ଚଳିତ ବର୍ଷ ୩ୟ ବାର୍ଷିକ ମୟୂରଭଞ୍ଜ ମହୋତ୍ସବ-୨୦୧୮ ପାଳନ ହେବା ଅବସରରେ ୪ଘଟିକା ସମୟରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ରାରେ ମୟୂରଭଞ୍ଜର ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟର ତାଳେତାଳେ ଅନୁଷ୍ଠାନର କର୍ମକର୍ତ୍ତା ତଥା ସ୍ଥାନୀୟ ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଏହି ଶୋଭାଯାତ୍ରାକୁ ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ଉତ୍ତମ ମହାନ୍ତି, ଅସୀତ ପତି ଏବଂ ଅମ୍ବିକା ଷ୍ଟୁଡିଓର ନିଦେ୍ଦର୍ଶକ ସଞ୍ଜୀବ ଦିୱେଦି ପ୍ରମୁଖ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ସାଂସ୍କୃତିକ ଶୋଭାଯାତ୍ରା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା । ୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ମୟୂରଭଞ୍ଜିଆ କଳା ସଂସ୍କୃତି, ଖାଦ୍ୟପେୟ ଆଦିର ଆସର ଜମିବ ବୋଲି ଜଣାଯାଇଛି । ଏହି ଅବସରେ ଓଡିଶାର ଲବ୍ଧପ୍ରତିଷ୍ଠିତ କଳାକାର ତଥା ସିନେତାରକା ମାନଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୟୁଫୋରିଆ ପକ୍ଷରୁ ବିଗତ ଦୁଇବର୍ଷ ତଳୁ ଏହି ଏହି ଅଭିନବ ପ୍ରୟାସ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com