WhatsApp-Image-2018-12-06-at-7.08

ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନେଇ ତାଳଚେର ବନ୍ଦ

8

ତାଳଚେର,୬ା୧୨(ଆପ୍ର): ତାଳେଚର ୫୩ ନଂ ଜାତୀୟ ରାଜପଥ ଠାରେ ଏକ ସର୍ବଦଳୀୟ ରାସ୍ତାରୋକ ହରତାଳ ଡାକରା ଦିଆଯାଇଥିଲା । ଏଥିସହିତ ତାଳଚେରର ସମସ୍ତ ଦୋକାନ, ବଜାର ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ହେବା ସହିତ ଟ୍ରକ୍ ଯୋଗେ କୋଇଲା ପରିବହନ, ଯାତ୍ରୀବାହୀ ବସ୍ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ଆନେ୍ଦାଳନକାରୀ ଏମ୍ସିଏଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ମନମୁଖି ବ୍ରଟିଶି ଶାସନକୁ ଦୃଢ଼ ନିନ୍ଦା କରିବା ସହିତ ଏନଏଚ୍ (୫୩)ରେ ଟ୍ରକ ଯୋଗେ କୋଇଲା ପରିବହନ ହେବା ଦ୍ୱାରା ହେଉଥିବା ଧୂଳିଧୂଆ ବାୟୁ ପ୍ରଦୂଷଣକୁ ରୋକିବା ଉପରେ କୌଣସି ପଦକ୍ଷେପ ନିଆଯାଉନଥିବା ଯୋଗୁ ତୀବ୍ର ପ୍ରତିକ୍ରିୟା କରିବା ସଙ୍ଗେ ସଙ୍ଗେ ତାଳଚେର ପୌରାଞ୍ଚଳ ଭୂ-ଗର୍ଭ କୋଇଲା ଖଣି ଚମ୍ପାପଶି ମଧ୍ୟକୁ ବାଲି ଭର୍ତ୍ତି ସମ୍ୂର୍ଣ୍ଣ ବନ୍ଦ କରିବା ଦ୍ୱାରା ତାଳଚେର ଜନସାଧାରଣ ଧନଜୀବନ ବିପଦରେ ପଡୁଛନ୍ତି ବୋଲି ଦର୍ଶାଇଛନ୍ତି । ସେଠାରେ ଥିବା ଜଣେ ଅଧିବାସୀ ଶାନ୍ତିଲତା ବାଇଙ୍କ ଘର ମଧ୍ୟରେ ୪ ଫୁଟ୍ ଗଭୀର ଏକ ଗର୍ତ୍ତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ତାଳେଚରବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସର୍ବଦଳୀୟ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ କାର୍ଯ୍ୟାଳୟ ତରଫରୁ ଏକ ଉଚ୍ଚସ୍ତରୀୟ ଦଳ ଘଟଣାସ୍ଥଳକୁ ଯାଇ ପରୀକ୍ଷା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ ଏମ୍ସିଏଲର ଉଚ୍ଚ ଅଧିକାରୀମାନେ ସରକାରୀ ନିୟମ ନିଦେ୍ର୍ଦଶାନାମକୁ ଗୁରୁତ୍ୱ ଦେଉନାହାନ୍ତି ଏବଂ ତାଳଚେର ସ୍ଥିତ ସମସ୍ତ ମଲା କୋଇଲା ଖଣି ଗୁଡ଼ିକରେ କାଗଜ କଲମରେ ବାଲି ଭର୍ତ୍ତି କାମ ସମ୍ପୂର୍ଣ୍ଣ କରି ତାଳଚେର ଜନସାଧାରଣଙ୍କ ଧନଜୀବନ ସହିତ ଖେଳିବା ଅବ୍ୟସ୍ତ ହୋଇଗଲେଣି । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମସିଏଲର ସିଏମଡିଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ତାଳଚେର ଉପଜିଲ୍ଲାପାଳ ଉକ୍ତ ଚିଠିକୁ ଧରି ଘଟଣାସ୍ଥଳକୁ ଏସ୍ଡିପିଓ ହେମନ୍ତ କୁମାର ପଣ୍ଡା ଓ ତାଳଚେର ଥାନାଧିକାରୀ ସୌଭାଗ୍ୟ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଆସି ପତ୍ରସଂଖ୍ୟା ୨୨୮୬ ଆନେ୍ଦାଳନକାରୀଙ୍କୁ ବୁଝାଇବା ଓ ଆନେ୍ଦାଳନକୁ ଭାଙ୍ଗିବା ସହିତ ୧୦ଦିନ ଘଟଣାର ପ୍ରତିକାର ପାଇଁ ମହଲତ ମାଗିଥିଲେ । ଆନେ୍ଦାଳନକାରାମାନେ ଏହାକୁ ପ୍ରତ୍ୟାଖାନ କରି ଘଟଣାର ସମାଧାନ ନ ହେବା ଯାଏ ଆସନ୍ତାକାଲିଠାରୁ ଏମସିଏଲ କୋଇଲା ଉତ୍ତୋଳନ ରେଳ ଯୋଗେ କୋଇଲା ମନ୍ତାଳୟ ସଚିବ ପ୍ରତ୍ୟକ୍ଷ ତାଳଚେର ଆସି ଘଟଣାକୁ ସମାଧାନ କରିବେ ବୋଲି ଦାବି କରିଥିଲେ ।

ସେଆର କରନ୍ତୁ:



Powered by odothemes.com