3Photo-No

ପରକୀୟା ପ୍ରୀତି ନେଲା ଜୀବନ

14

କାମାକ୍ଷାନଗର (ଆପ୍ର): ପ୍ରଥମ ଦେଖାରୁ ପ୍ରେମ, ଫୋନରେ କଥା, ଧୀରେ ଧୀରେ ଗଢ଼ିଉଠିଲା ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ, ୨ ବର୍ଷର ପ୍ରେମ ସମ୍ପର୍କ ପରେ ପ୍ରେମିକା ଆରମ୍ଭ କଲା ବ୍ଲାକ୍ମେଲିଂ । ଶେଷରେ ପରିବାର ଲୋକଙ୍କ ସହ ମିଶି ପ୍ରେମିକା ସାଜିଲା ହତ୍ୟାକାରୀ । ଖବର ପାଇବା ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମ ଅନ୍ତର୍ଗତ ବଡ଼ଭୂଇଁ ହରିଜନ ସାହିରେ ।
ସୂଚନାଯୋଗ୍ୟ ବୁଧବାର ରାତିରେ ବଡ଼ଭୂଇଁ ହରିଜନ ସାହିର ସଞ୍ଜୟ ବେହେରା ଓ ତାର ପରିବାର ଲୋକେ କାମାକ୍ଷାନଗର ଥାନାକୁ ଆସି ତାଙ୍କ ଘର ସାମ୍ନାରେ ତାଙ୍କର ଧରମ ପୁଅ ସୁଶାନ୍ତ ଷଡ଼ଙ୍ଗୀ ବିଷ ପିଇ ଆତ୍ମହତ୍ୟା କରିଛି ବୋଲି ପୁଲିସକୁ ଜଣାଇଥିଲେ । ଗୁରୁବାର ସକାଳେ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚô ସୁଶାନ୍ତ ଷଡ଼ଙ୍ଗୀ (୪୦) ଙ୍କ ପରିବାରକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ପୁଲିସ କୀଟନାଶକ ଔଷଧର ଏକ ବୋତଲ ସହ ଶବ ଜବତ କରି ଆରମ୍ଭ କରିଥିଲେ ତଦନ୍ତ । ଖବରପାଇ ସୁଶାନ୍ତର ସ୍ତ୍ରୀ ରୋଜାଲିନ ଷଡ଼ଙ୍ଗୀ ଓ ପରିବାର ଲୋକେ ପହଞ୍ଚି ଏହା ଏକ ଆତ୍ମହତ୍ୟା ନୁହଁ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଓ ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ପୁଲିସ ସଞ୍ଜୟ ବେହେରା, ଚାଖଣ୍ଡି ବେହେରା ଓ ତାର ନାବାଳିକା ଝିଅ ମିଲି (ଛଦ୍ମନାମ)କୁ ଆଣି ଅଧିକ ତଦନ୍ତ ପାଇଁ ଥାନାରେ ଅଟକ ରଖିଛି ।
ପରିବାର ଲୋକଙ୍କ ନିକଟରୁ ପ୍ରକାଶ ଯେ ଆଜକୁ ୧୭ ବର୍ଷ ତଳେ କାମାକ୍ଷାନଗର ଥାନା ଅରଖପାଳ ପଞ୍ଚାୟତ ଖୁରୁସିଆ ଗ୍ରାମର ବସନ୍ତ ଦାଶଙ୍କ ଝିଅ ରୋଜାଲିନ୍ ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଗ୍ରାମର ସୁଶାନ୍ତ ଷଡ଼ଙ୍ଗୀଙ୍କ ସହ ବିବାହ ହୋଇଥିଲା । ସୁଶାନ୍ତ ନିଜର ଏକ ଟାଟା ମ୍ୟାଜିକ ଗାଡ଼ି କରି ଗୋଟିଏ ଝିଅ ଓ ଗୋଟିଏ ପୁଅ ସହ ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨ ବର୍ଷ ତଳେ ଏକ ବିବାହ ଭଡ଼ାନେଇ ସୁଶାନ୍ତ ତରଭା ଗ୍ରାମକୁ ଯାଇଥିବା ସମୟରେ ବନ୍ଧୁ ଘରକୁ ଆସିଥିବା ମିଲି (ଛଦ୍ମନାମ)ଙ୍କ ସହ ଦେଖା ହୋଇଥିଲା । ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ଫୋନ ଯୋଗେ ପ୍ରଥମେ କଥାବାର୍ତ୍ତା ଓ ପରେ ସୁଶାନ୍ତ ମିଲି ଘରକୁ ଯିବା ଅସିବା ଚାଲିଥିଲା । ସୁଶାନ୍ତଙ୍କ ସ୍ତ୍ରୀ ଏକଥା ଜାଣିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାସହ ରୋଜାଲିନି ବାପଘରକୁ ଚାଲିଆସିଥିଲା । କିଛିଦିନ ପରେ ସୁଶାନ୍ତ ଶ୍ୱଶୁର ଘରକୁ ଆସି ରୋଜାଲିନିଙ୍କୁ ମନାଇବା ସହ ସେ ଝିଅ ସହ ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେବାପରେ ରୋଜାଲିନି ତାଙ୍କ ସହ ଘରକୁ ଯାଇଥିଲେ । ରୋଜାଳିନିଙ୍କ କହିବା ଅନୁଯାୟୀ ସୁଶାନ୍ତ ସେଠାକୁ ନଯିବାରୁ ବିଭିନ୍ନ ସମୟରେ ଫୋନ ଯୋଗେ ଟଙ୍କା ମାଗୁଥିଲେ । ଗତ କିଛିଦିନ ହେବ ମିଲି ସୁଶାନ୍ତଙ୍କୁ ୫୦ହଜାର ଟଙ୍କା ଦେବା ପାଇଁ ଜିଦ୍ କରିବା ସହ ନଦେଲେ ଥାନାରେ କେସ୍ ଦେବାପାଇଁ ଧମକ ଦେଇଥିଲେ । ଏଥିରେ ବିଚଳିତ ହୋଇ ସୁଶାନ୍ତ ବୁଧବାର ମିଲିର ଘରକୁ ଯାଇଥିଲେ । ହେଲେ ରାତିରେ ତାଙ୍କୁ ମାରି ଘର ଆଗରେ ପକାଇଦେଇଥିବା ରୋଜାଲିନି ଅଭିଯୋଗ କରିଛନ୍ତି । କାମାକ୍ଷାନଗର ପୁଲିସ୍ ହତ୍ୟା ମାମଲା ରୁଜୁ କରି କେସ୍ ନଂ ୨୩୮/୧୮ ୩୦୨,୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିସôାଳୟକୁ ପଠାଇ ଦେଇଛି ।

ସେଆର କରନ୍ତୁ:



Powered by odothemes.com