JILLA-JOJANA-COMMITE-SAMITI-BAITHA-,-KJR

ଜିଲ୍ଲା ଯୋଜନା କମିଟି ବୈଠକ

5

କେନ୍ଦୁଝର(ଆପ୍ର): କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ବୈଠକ ଗୁରୁବାର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୃଷିକେଶ ନାଏକଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକ୍ରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା ଯୋଜନା କମିଟି ବୈଠକର ଆଭିମୁଖ୍ୟ ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କମିଟିର ଅଧ୍ୟକ୍ଷ ଶ୍ରୀ ନାଏକ ଉକ୍ତ ବୈଠକରେ ଉଦ୍ବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ଉନ୍ନୟନ ପାଇଁ ଯୋଜନା ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ । ଗୋପବନ୍ଧୁ ଗ୍ରାମୀଣ ଯୋଜନାର ଉଦେ୍ଦଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଯୋଜନାରେ ବିଭିନ୍ନ ବ୍ଲକ୍ରୁ ବିଜୁଳି, ସଡକ ଓ ପାଣି ପ୍ରକଳ୍ପ ଗୁଡିକ ସମ୍ପର୍କରେ ଆସିଥିବା ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଓଡ଼ିିଶାର ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କରିଗରି କୌଶଳ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତା ସଂପର୍କରେ ପରାମର୍ଶ ଦେଇଥିଲେ ।
ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨୦୧୮-୧୯ ଆର୍ଥôକ ବର୍ଷ ନିମନ୍ତେ ୨୩୫ ଟି ପ୍ରକଳ୍ପ ପାଇଁ ମୋଟ୍ ୨୪କୋଟି ୩୬ ଲକ୍ଷ ୪୩ ହଜାର ଟଙ୍କାର ଯୋଜନା ଅଟକଳ ଗୃହରେ ଅନୁମୋଦନ ଲାଭ କରିଥିଲା । ବିଗତ ଆର୍ଥିକ ବର୍ଷମାନଙ୍କରେ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକର ସ୍ଥିତି ଉପରେ ସମୀକ୍ଷା କରାଯାଇ ଅସଂପୂର୍ଣ୍ଣ ପ୍ରକଳ୍ପଗୁଡିକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଅଧକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ୨୦୧୮-୧୯ ବର୍ଷ ପାଇଁ ଜିଲ୍ଲା ଯୋଜନାର ଚିଠାପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସବିଶେଷ ଆଲୋଚନା ପରେ ଜିଲ୍ଲାର ୨୦୧୮-୧୯ ବର୍ଷ ପାଇଁ ବାର୍ଷିକ ଯୋଜନାରେ ୨୦୮୯କୋଟି ୩୭ ଲକ୍ଷ ୪୨ ହଜାର ଟଙ୍କାର ଯୋଜନା ଅଟକଳ ବୈଠକରେ ଅନୁମୋଦିତ ହୋଇଥିଲା । ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟା ଶକୁନ୍ତଳା ଲାଗୁରୀ, ଆନନ୍ଦପୁର ବିଧାୟକ ମାୟାଧର ଜେନା, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପିଡିଡିଆରଡିଏ ନୃସିଂହଚରଣ ସ୍ୱାଇଁ ଉପସ୍ଥିତଥିଲେ । ସହକାରୀ ନିଦେ୍ର୍ଦଶକ (ଯୋଜନା) ସୁକାନ୍ତ ଜେନା ପାୱାରପଏଣ୍ଟ୍ ପ୍ରେଜେଣ୍ଟେସନ ମାଧ୍ୟମରେ ବିଭିନ୍ନ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ଯୋଜନା କମିଟିର ସଦସ୍ୟ/ସଦସ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାରପ୍ରାପ୍ତ ଉପନିଦେ୍ର୍ଦଶକ (ଯୋଜନା ଓ ପରିସଂଖ୍ୟାନ) ବିନୟ ପ୍ରଧାନ, ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରୀ ଅକ୍ଷୟ ଓତା ପ୍ରମୁଖ ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com