WhatsApp-Image-2018-12-05-at-8.38.31-PM-(1)

ସହମତି ଲାଗି ପ୍ରୟାସ

17

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ଲାଗି ଅଣ୍ଟାଭିଡିÿଲେ ନବୀନ
ଭୁବନେଶ୍ୱର, ୫ା୧୨(ବୁ୍ୟରୋ): ମହିଳାଙ୍କୁ ରାଜନୈତିକ ଅଧିକାର ଦେବା ସହ ଦେଶର ବିକାଶ ନିଷ୍ପତ୍ତି ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡିଛନ୍ତି । ସଂସଦରେ ୧୦ ବର୍ଷ ଧରି ପଡିଥିବା ମହିଳା ସଂରକ୍ଷଣ ବିଲ୍କୁ ପାରିତ କରାଇବା ଲାଗି ବିଜେଡି ଉଦ୍ୟମ ଆରମ୍ଭ କରିଛି । ଡିସେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ପୂର୍ବରୁ ବିଜେଡିର ନେତୃମଣ୍ଡଳୀ ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳକୁ ଭେଟି ସମର୍ଥନ ଲୋଡିବା ପାଇଁ ଆଜି ନବୀନ ନିବାସରେ ଅନୁଷ୍ଠିତ ଦଳୀୟ କର୍ମକର୍ତ୍ତାଙ୍କ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ଲୋକସଭା ଓ ବିଧାନସଭା ଆସନରେ ମହିଳାମାନଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ଏକ ସର୍ବସମ୍ମତ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ସଂସଦରେ ଥିବା ମହିଳା ସଂରକ୍ଷଣ ବିଲ୍ରେ ମଧ୍ୟ ଅନୁରୂପ ପ୍ରସ୍ତାବ ରହିଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ କେନ୍ଦ୍ରର । ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାରେ ପାରିତ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ ।
ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡିର ରାଜ୍ୟ ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ମହିଳାମାନଙ୍କୁ ସଶକ୍ତ କରିବା ଓ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପଞ୍ଚାୟତ ଓ ପୌରପାଳିକା କ୍ଷେତ୍ରରେ ସେମାନଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ୫୦%କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଥିଲେ । ପୂର୍ବରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଉଭୟ ପଞ୍ଚାୟତ ଓ ପୌରପାଳିକାରେ ମହିଳାମାନଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ କରି ଦେଶର ପ୍ରଥମ ରାଜ୍ୟଭାବେ ଓଡିଶାକୁ ପରିଗଣିତ କରିଥିଲେ । ନୂଆ ଶତାବ୍ଦୀରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗଠନ ହେଲାପରେ ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୩୩% ସ୍ଥାନ ସଂରକ୍ଷଣ ବିଲ୍ରେ ସହମତି ଆସିଲେ ଏହାର ଦେଶର ମହିଳାମାନଙ୍କ ଲାଗି ଏକ ଅନନ୍ୟ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ।
ଆଜିର ବୈଠକ ପରେ ସାଂସଦ, ବିଧାୟକ ଓ ଦଳୀୟ ନେତାମାନଙ୍କୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଭେଟି ସେମାନଙ୍କ ସହମତି ନେବା ଲାଗି ନିଷ୍ପତ୍ତି ନିଆଯାଇଛି । ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅନନ୍ତ ଦାସ ଓ ଅରବିନ୍ଦ ଢାଲି ତୃଣମୂଳ କଂଗ୍ରେସ ସହ ଏ ସମ୍ପର୍କରେ ଆଲୋଚନା କରିବ ପାଇଁ ସ୍ଥିର ହୋଇଥିଲାବେଳେ ବହୁଜନ ସମାଜ ପାର୍ଟି ସହ ଶଶିଭୂଷଣ ବେହେରା, ଅନଙ୍ଗ ଉଦୟ ସିଂହଦେଓ, ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ, ବିଜେପି ସହ ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ, ଭର୍ତ୍ତୃହରି ମହତାବ, ସରୋଜିନି ହେମ୍ବ୍ରମ୍, ସିପିଆଇ/ସିପିଏମ୍ ସହ କଳିକେଶ ନାରାୟଣ ସିଂହଦେଓ, କୁଳମଣି ସାମଲ, ରିତା ତରାଇ, କଂଗ୍ରେସ ସହ ତଥାଗତ ଶତପଥୀ, ବେଦପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ଏନ୍ସିପି ସହ ବଦ୍ରିନାରାୟଣ ପାତ୍ର, ଅରୁପ ପଟ୍ଟନାୟକ ଓ ଶକୁନ୍ତଳା ଲାଗୁରି ଆଲୋଚନା କରିବେ । ଆଞ୍ଚଳିକ ଦଳ ଆମ୍ ଆଦ୍ମୀ ପାର୍ଟି ସହ ସୂର୍ଯ୍ୟ ନାରାୟଣ ପାତ୍ର, ଅନୁଭବ ମହାନ୍ତି, ପ୍ରଭାସ ସିଂହ, ଏଆଇଏଡିଏମ୍କେ ଓ ଡିଏମ୍କେ ସହ ଦେବୀ ପ୍ରସାଦ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଲୋକଦଳ ସହ କିଶୋର ମହାନ୍ତି, ଯୋଗେନ୍ଦ୍ର ତ୍ରିପାଠୀ, ଜେଡିଏସ୍ ଓ ଜେଡିୟୁ ସହ ନଗେନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ଜେନା, ନ୍ୟାସ୍ନାଲ୍ କନ୍ଫରେନ୍ସ ଓ ପିଡିପି ସହ ପିନାକୀ ମିଶ୍ର, ଲଡୁକିଶୋର ସ୍ୱାଇଁ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ଅନୁଭବ ମହାନ୍ତି, ଝିନ ହିକ୍କା, ବିମ୍ବାଧର କୁଅଁର, ଆର୍ଜେଡି ସହ ପ୍ରସନ୍ନ ଆଚାର୍ଯ୍ୟ, ସରସ୍ୱତୀ ହେମ୍ବ୍ରମ୍, ଶିରୋମଣି ଅକାଳୀ ଦଳ ସହ ତଥାଗତ ଶତପଥୀ, ସୂର୍ଯ୍ୟନାରାୟଣ ପାତ୍ର, ଶିବସେନା ସହ ଅରୁପ ପଟ୍ଟନାୟକ, ବଳଭଦ୍ର ମାଝି, ସମାଜବାଦୀ ପାର୍ଟି ସହ ଭର୍ତ୍ତୃହରି ମହତାବ, ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ, ତେଲୁଗୁ ଦେଶମ ପାର୍ଟି ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ସହ ସୌମ୍ୟରଞ୍ଜନ ପଟ୍ଟନାୟକ, ଏନ୍ ଭାଷ୍କର ରାଓ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି ।

ସେଆର କରନ୍ତୁ:



Powered by odothemes.com