JALESWAR-GK-BHATTAR-HOSPITAL-RE-MADHYAN-BHOJAN-KHAITHIBA-ASUSHTHA-CHHATRI-CHHATRA-1

ମଧ୍ୟାହ୍ନଭୋଜନ ଖାଇ ୨ଠ ଅସୁସ୍ଥ

14

ଜଳେଶ୍ୱର(ଆପ୍ର): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କମର୍ଦ୍ଦା ପଞ୍ଚାୟତର ଖଇରଦା ୟୁଜିୟୁପି ସ୍କୁଲରେ ବୁଧବାର ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଊଦ୍ଧ୍ୱର୍ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଜିକେ ଭଟ୍ଟର ସରକାରୀ ଡାକ୍ତରଖାନାରେ ସନ୍ଧ୍ୟା ସାଢ଼େ ସାତଟାରେ ଭର୍ତ୍ତି କରାଯାଇଛି । ଦିନ ପ୍ରାୟ ଗୋଟାଏ ବେଳେ ଖାଇବା ଦିଆଯାଇଥିଲା ଓ ଜଣକ ପରେ ଜଣେ ପିଲା ଅସୁସ୍ଥ ହୋଇପଡ଼ିଥିଲେ । ଖଇରଦା ମୁସଲିମ୍ ବସ୍ତିର ଏହି ପିଲାମାନେ ହେଲେ ସେକ୍ ଅଲୀବୁଲ, ସମୀବୁଲ, ଆକବର, ରିୟାଜ, ଶିରିଜ, ସ୍ମାଇଲ, ସୋଲେ, ଜାଉଦ୍ଦିନ, ଜମିରୁଦ୍ଦିନ, ଉଜାଓଲ, ଅରିଫ୍, ନଜିମା ଖାତୁନ, ରିହାନା ଖାତୁନ, ସମିଲା ଖାତୁନ ପ୍ରମୁଖ । ଅସୁସ୍ଥ ଛାତ୍ରୀ ମେରିଆନ ଖାରୁନଙ୍କ ମାଆ ମଜିନା ବିବି ଅଭିଯୋଗ କରିଛନ୍ତି ଯେ ଭାତରେ ଝିଟିପିଟି ପଡ଼ିଥଲା । ସେହି ଭାତକୁ ଖାଇ ଛାତ୍ରଛାତ୍ରୀଙ୍କ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା । ଭାରପ୍ରାପ୍ତ ମେଡିକାଲ ଅଫିସର୍ ଡା. ଗଣେଶଚନ୍ଦ୍ର ପାଳ ପ୍ରକାଶ କରିଛନ୍ତି ଯେ, ପ୍ରାଥମିକ ଚିକିତ୍ସାପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସେଆର କରନ୍ତୁ:



Powered by odothemes.com