sss

କୋଣାର୍କ ଉସôବ ଉଦ୍ୟାପିତ

13

କୋଣାର୍କ(ଆପ୍ର): ଆନ୍ତର୍ଜାତିକ କୋଣାର୍କ ନୃତ୍ୟ ମହୋସôବ ବୁଧବାର ଉଦ୍ୟାପିତ ହୋଇଯାଇଛି । ଅତୁଲ୍ୟ ଭାରତ ଆତ୍ମା ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଉଦ୍ୟାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ସ୍ୱତନ୍ତ୍ର ସଚିବ, ନିଦେ୍ର୍ଦଶିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଆଲୋକର ସୁନ୍ଦର ପରିପାଟୀ ଓ ସାଜସଜ୍ଜାକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ଯେତିକି ବର୍ଣ୍ଣାଢ୍ୟ ଥିଲା ମଞ୍ଚରୁ ପରିବେଷିତ ଶାସ୍ତ୍ରୀୟ ନୃତ୍ୟର ଝଙ୍କାର ଓ ଆବେଦନ ସେତିକି ଭାବମୟ ଥିଲା । ଘୁଙ୍ଗୁରର ତାଳେ ତାଳେ ମୁକ୍ତାକାଶ ରଙ୍ଗମଞ୍ଚ ଝଙ୍କୃତ ହୋଇପଡ଼ିଥିଲା । ଶାସ୍ତ୍ରୀୟ କଥକରେ ‘ଦୁର୍ଗାସ୍ତୁତି’କୁ ନେଇ କୁମୁଦିନୀ ଲାଖିଆ ଓ ସାଥୀ ନୃତ୍ୟ ପରିବେଷଣ କରିଥିବାବେଳେ କଥକ ଶୈଳୀରେ ଉପସ୍ଥାପିତ ହୋଇଥିଲା ‘ଧମାର’ । ବୋଲ ଅନ୍ତର୍ଗତ ତିହାଇ, ଟୁକୁଡ଼ାର ବିବିଧତାକୁ ନେଇ ପଦ ଚାଳନା ପ୍ରଦର୍ଶନ କରିଥିଲେ ଶିଳ୍ପୀ । ପରେ ମୀରାବାଇ ଭଜନ ଆଧାରରେ ପ୍ରସ୍ତୁତ ହୋଇଥିଲା କୃଷ୍ଣଭକ୍ତିର ମାର୍ମିକ ଉପସ୍ଥାପନା ‘ବର୍ଷେ ବଦରିୟା ସାୱନ କି’, କଥକ ଶୈଳୀରେ ‘ଗମନ’ ଓ ତା’ର କମନୀୟତାକୁ ନେଇ ପରିବେଷିତ ହୋଇଥିଲା ଗତି । ତାଳ ଛନ୍ଦର ମିଶ୍ର ରାଗକୁ ଦଳଗତ ପରିବେଷଣ ‘ଆକର. ଶେଷରେ ତରାନାକୁ ଭେଟି ଦେଇଥିଲେ ଅହମ୍ମଦାବାଦର କଥକ ଅନୁଷ୍ଠାନ ‘କଦମ୍ବ’ ଶିଳ୍ପୀଗଣ ।
ଦ୍ୱିତୀୟ ପର୍ଯ୍ୟାୟରେ ସୁରେଶ ସେଠୀଙ୍କ ହୃଦୟ ଛୁଆଁ ସଂଗୀତ ସଂଯୋଜନା, ପ୍ରଫୁଲ୍ଲ ମଙ୍ଗରାଜଙ୍କ ତାଳବେଦ ରଚନା, ରଞ୍ଜନା ଗହ୍ୱରଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ‘ମସô୍ୟ ଅବତାର’ ମଞ୍ଚାୟନ କରିଥିଲେ ପଦ୍ମଶ୍ରୀ ରଞ୍ଜନା ଗହ୍ୱର ଓ ସାଥୀ । ବିଷ୍ଣୁ ପୁରାଣ ଦଶାବତାର ଅନ୍ତର୍ଗତ ପ୍ରଥମ ତତ୍ତ୍ୱ ମସô୍ୟ ଅବତାର ଈଶ୍ୱରଙ୍କ ସର୍ଜନାର ସ୍ଥିତି ଓ ଜୀବନ ଚକ୍ରର ଆବେଦନକୁ ସ୍ପଷ୍ଟ କରିଛି । ପୁରାଣର ଏହି ସୁନ୍ଦର ବୃତ୍ତାନ୍ତକୁ ପରଶି ଦେଇ ପ୍ରକୃତି ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନାଗଣ । ଏହି ନୃତ୍ୟକୁ ଦେଖି ଦର୍ଶକମାନେ ବିମୋହିତ ହୋଇଥିଲେ । ଶେଷ ଦିବସରେ ପ୍ରବଳ ଜନସମାଗମ ହୋଇଥିଲା ।
ଉଦ୍ୟାପନୀ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିଦେ୍ର୍ଦଶକ ଉତ୍ପଳ ପତି, ସହକାରୀ ନିଦେ୍ର୍ଦଶକ ବିଜୟ ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଡ. ସୁନିଲ କୁମାର ପଟ୍ଟନାୟକ, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମୀ ସଚିବ ବିଜୟ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ଏବଂ ଆଲୋକ ସଂଯୋଜନାରେ ଇଞ୍ଜିନିୟର ଜୟଦେବ ଦାଶ, ଶବ୍ଦ ଗ୍ରହଣରେ ତାରାକାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମୃତୁ୍ୟଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ସଂଚାଳନା କରିଥିଲେ ।

ସେଆର କରନ୍ତୁ:



Powered by odothemes.com