ଜାନୁଆରୀ ସୁଦ୍ଧା ୧୦୯ ସାଲୋ ଟୁ୍ୟବ୍ୱେଲ୍

12

ଭଦ୍ରକ (ସ୍ୱପ୍ର): ଭଦ୍ରକ ଜିଲ୍ଲାରେ ପ୍ରଭାବୀ କେନାଲ ଜଳସେଚନ ବ୍ୟବସ୍ଥା ସତ୍ତ୍ୱେ ·ଷୀଙ୍କ ମଧ୍ୟରେ କ୍ଲଷ୍ଟର ସାଲୋ ଟିୱେଲ ପ୍ରତି ଆଗ୍ରହ ବଢୁଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯୦ଟି କ୍ଲଷ୍ଟର ସାଲୋ ଟିୱେଲ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିବା ବେଳେ ଆଗକୁ ଆହୁରି ୧୦୯ ଟି ଖନନ କାର୍ଯ୍ୟ ଆରମ୍ଭ ହେବ । ବର୍ତ୍ତମାନ ଯୋଜନାରେ ମାତ୍ର ୯୫୦ ହେକ୍ଟର ଜମି ଜଳସେଚିତ ହୋଇ ପାରୁଥିବା ବେଳେ ଆଗକୁ ଅନୁ୍ୟନ ପକ୍ଷେ ୧ ହଜାର ୫ଶହ ହେକ୍ଟର ଜମି ଜଳ ସେଚିତ ହୋଇ ପାରିବ । ସରକାରୀ ରିହାତି ଏବଂ ସହଜ ଜଳସେଚନ ବ୍ୟବସ୍ଥା ଯୋଗୁ କ୍ଷୁଦ୍ର ·ଷୀଙ୍କ ମଧ୍ୟରେ ଏହି ଯୋଜନା ବେଶ ଆଦୃତିଲାଭ କରିଛି । ସର୍ବାଧିକ ୨୦ ହଜାର ହେକ୍ଟର ପର୍ଯ୍ୟନ୍ତ ଜମିକୁ ଜଳସେଚନ ସୁବିଧା ଯୋଗାଇ ପାରୁଥିବା ଏହି ବ୍ୟବସ୍ଥାରେ ମାତ୍ର ୫ ଜଣ ·ଷୀ ଚାହିଁଲେ ଏହି ସୁବିଧା ଗ୍ରହଣ କରିପାରୁଛନ୍ତି । ଏଥିଲାଗି ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ପଡୁଥିବା ବେଳେ ·ଷୀଙ୍କୁ ମାତ୍ର ୧ଲକ୍ଷ ଟଙ୍କା ଦେବାକୁ ପଡୁଛି । ଅବଶିଷ୍ଟ ଅର୍ଥ ସରକାର ବହନ କରୁଛନ୍ତି । ସେହିଭଳି ବିପିଏଲ୍ ଏବଂ ଆର୍ଥିକ ଅସ୍ୱଚ୍ଛଳ ବର୍ଗର ·ଷୀଙ୍କ ଲାଗି ଏହି ରିହାତି ପରିମାଣ ଅଢେଇ ଲକ୍ଷ କରାଯାଇଛି । ଏହି ବର୍ଗର ·ଷୀଙ୍କୁ ୨୦ ହଜାର ପରିବର୍ତ୍ତେ ସର୍ବାଧିକ ୧୦ ହଜାର ଟଙ୍କା ଜମା ଦେବାକୁ ପଡୁଥିବା ବେଳେ ପ୍ରକଳ୍ପର ଅବଶିଷ୍ଟ ଖର୍ଚ୍ଚ ସରକାର ବହନ କରୁଛନ୍ତି । ଭଦ୍ରକ ଜିଲ୍ଲାରେ ସାଳନ୍ଦୀ କେନାଲ ଜଳସେଚନ ବ୍ୟବସ୍ଥାରେ ଜିଲ୍ଲାରେ ପ୍ରାୟ ୯୦ ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଉଠାଜଳସେଚନ ମାଧ୍ୟମରେ ଅନୁ୍ୟନ ୨୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରୁଛି । ତେବେ ସାଳନ୍ଦୀ ଜଳ ଭଣ୍ଡାରରେ ବଢି ଚାଲିଥିବା ଜଳ ସଙ୍କଟ ଏବଂ ବ୍ୟୟବହୁଳ ଉଠାଜଳସେଚ ବ୍ୟବସ୍ଥା ଯୋଗୁ ଜିଲ୍ଲାରେ ବହୁ କ୍ଷୁଦ୍ର ଓ ନାମମାତ୍ର ·ଷୀ ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟରେ ନଦୀ ଏବଂ ଜଳଭଣ୍ଡାରରେ ପାଣି ଉପରେ କେନାଲ ଜଳସେଚନ ବ୍ୟବସ୍ଥା ନିର୍ଭରଶୀଳ ହେଉଥିବା ବେଳେ ପାଣି ପଞ୍ଚାୟତ ହାତରେ ଅଚଳ ପଡିଛି ଅଧିକାଂଶ ଉଠାଜଳସେଚ ପ୍ରକଳ୍ପ । ଏହି ବ୍ୟବସ୍ଥାରେ ବର୍ଷା ଦିନରେ କରାଯାଉଥିବା ଖରିଫ ଧାନ·ଷ କୌଣସି ମତେ ସମ୍ଭବ ହେଉଥିଲେ ମଧ୍ୟ ଖରାଟିଆ ·ଷ ବେଳେ ଫେଲ୍ ମାରୁଛି । ଫଳରେ ପ୍ରତିବର୍ଷ ଖରିଫ ଫସଲ ପରେ ଜିଲ୍ଲାରେ ଲକ୍ଷ ଲକ୍ଷ ହେକ୍ଟର ·ଷ ଜମି ପଡିଆ ପଡୁଛି । ପ୍ରତିବର୍ଷ ଖରିଫ କାର୍ଯ୍ୟକ୍ରମରେ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୬୦ ହଜାର ରୁ ଉଦ୍ଧ୍ୱର୍ ଜମିରେ ·ଷ ହେଉଥିବା ବେଳେ ଜଳ ସଙ୍କଟରୁ ମାତ୍ର ୨୫ ରୁ ୩୦ ହଜାର ହେକ୍ଟର ଜମିରେ ରବି·ଷ ସମ୍ଭବ ହେଉଛି ।

ସେଆର କରନ୍ତୁ:



Powered by odothemes.com