Tanka-Bhatta-dabire-Block-agare-Bikhoba

ବରିଷ୍ଠ ନାଗରିକଙ୍କୁ ୨ହଜାର ଟଙ୍କା ଭତ୍ତା ଦାବିରେ ବିକ୍ଷୋଭ

14

ବାଲିଆପାଳ(ଆପ୍ର): ୬୦ବର୍ଷରୁ ଊଦ୍ଧ୍ୱର୍ ବୃଦ୍ଧ/ବୃଦ୍ଧାଙ୍କୁ ସର୍ବନିମ୍ନ ୨ହଜାର ଟଙ୍କା ମାସିକ ଭତ୍ତା ଦାବିରେ ବାଲିଆପାଳ ବ୍ଲକ ସୂଚନା ଅଧିକାର ସଂଘ ଓ ଅନ୍ନଦାତା ମହାସଂଘ ପକ୍ଷରୁ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ ବୃଦ୍ଧ/ବୃଦ୍ଧା ଶୋଭା ଯାତ୍ରାରେ ଆସି ବ୍ଲକ ଆଗରେ ପହଞ୍ଚôବା ପରେ ସୂଚନା ଅଧିକାର ସଂଘ ବାଲିଆପାଳ ଶାଖାର ସଭାପତି ଅନୁଜ ମହାପାତ୍ରଙ୍କ ନେତୃତ୍ୱରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ଆବାହକ କୁଶଧ୍ୱଜ ଜେନା ବକ୍ତବ୍ୟ ପ୍ରଦାନ କରି ବିଧାନସଭା ଓ ଲୋକସଭାକୁ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେଉଥିବା ଜନପ୍ରତିନିଧି ମାନେ ଜୀବନ ସାରା ଦରମା ସହ ଲକ୍ଷ ଲକ୍ଷ ଟଙ୍କାର ପେନ୍ସନ୍ ପାଉଥିବା ବେଳେ ଦେଶର ଜନସଂଖ୍ୟାର ୭୦ଭାଗରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ପାଇଁ ସରକାର ମାତ୍ର ୩୦୦ ଟଙ୍କା ଲେଖାଏଁ ଭତ୍ତା ଦେବା ଅତ୍ୟନ୍ତ ଦୂର୍ଭାଗ୍ୟ ଜନକ ବୋଲି ସେ କହିଥିଲେ । ସଂଘର ଉପଦେଷ୍ଟା ତଥା ଚାଷୀ ଏକତା ମଞ୍ଚର ରାଜ୍ୟ ଆବାହକ ଅରୁଣ ଜେନା ତାଙ୍କ ବକ୍ତବ୍ୟରେ ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଗରିବି ହଟାଅ ସ୍ଲୋଗାନ୍, ସ୍ଲୋଗାନରେ ରହିଗଲା ବୋଲି କହିଥିଲେ । ବୃଦ୍ଧ ବୟସରେ ନିଜ ଜୀବନର ସୁରକ୍ଷା ତଥା ମୃତୁ୍ୟ ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚô ରହିବା ପାଇଁ ମାସିକ ସର୍ବନିମ୍ନ ୨ହଜାର ଟଙ୍କା ଲେଖାଏଁ ଭତ୍ତା ସରକାର ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବେଣୁଧର ଜେନା, ସୂଦର୍ଶନ ଜେନା, ଶରତ ପାତ୍ର, ଗୋପିନାଥ ଗଙ୍ଗାଇ, ମୃତୁ୍ୟଞ୍ଜୟ ରାଉତ ପ୍ରମୁଖ ମଧ୍ୟ ଦାବି କରିଥିଲେ । ଶେଷରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବାଲିଆପାଳ ବିଡ଼ିଓଙ୍କୁ ୬ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡ଼ିକ ହେଲା ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ବୟସ ଭୁଲ ଥିବାରୁ ଡାକ୍ତରୀ ପରୀକ୍ଷା ଦ୍ୱାରା ସେମାନଙ୍କୁ ଚିହ୍ନଟ କରିବା, ପକ୍ଷାଘାତ, ଗଣ୍ଠୀ ବାତ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ବୃଦ୍ଧ ବୃଦ୍ଧାଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବା, ଦିନକୁ ୧୫୦ଗ୍ରାମ ଚାଉଳ ବଦଳରେ ୫୦୦ଗ୍ରାମ୍ ଚାଉଳ ଯୋଗାଇ ଦେବା, ପୁଅ ବୋହୂଙ୍କ ନିର୍ଯ୍ୟାତନାରୁ ସୁରକ୍ଷାର ବ୍ୟବସ୍ଥା କରିବା, ଅନ୍ୟ ରାଜ୍ୟ ଭଳି ମାସକୁ ୨୦୦୦ଟଙ୍କା ଭତ୍ତା ପ୍ରଦନା କରିବା ଓ ୬୦ ବର୍ଷର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିବା । ବିଡ଼ିଓ ମିନତୀ ଜଗଦେ୍ଦବ ବିକ୍ଷୋଭ ସ୍ଥଳକୁ ଆସି ସେମାନଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com