medical-collegre-dabi-re-dharana-24-dinare-photo-7

ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ କମିଟିର ସମର୍ଥନ

11

ମେଡିକାଲ କଲେଜ ଦାବି: ଧାରଣା ୨୪ ଦିନରେ
ପାଣିକୋଇଲି(ଆପ୍ର): ଯାଜପୁର ଜିଲ୍ଲାରେ ହେବାକୁ ଥିବା ମେଡିକାଲ୍ କଲେଜକୁ ପାଣିକୋଇଲି ଠାରେ ନିର୍ମାଣ କରିବା ଦାବି ନେଇ ମେଡିକାଲ କ୍ରିୟାନୁଷ୍ଠାନ କମିଟି ୧୨ରୁ ଚଳାଇଆସିଥିବା ଗଣ ଧାରଣା ୨୪ଦିନରେ ପହଞ୍ଚିଛି । ବୁଧବାର ଏହି ଆନେ୍ଦାଳନକୁ ପାଣିକୋଇଲି ଗଣେଶ ବଜାର ବ୍ୟବସାୟୀ ସଂଘ ଓ ବ୍ୟାସନଗର ବରିଷ୍ଠ ନାଗରିକ କମିଟିର ସଦସ୍ୟମାନେ ସମର୍ଥନ କରିବା ସହିତ ଜିଲ୍ଲା ପ୍ରଶାସନର ଏଭଳି ତଞ୍ଚକତା ପୂର୍ଣ୍ଣ ରାତିଅଧିଆ ନିଷ୍ପତ୍ତି ବିରୋଧରେ ମନ୍ତବ୍ୟ ପ୍ରଦାନ କରିଥିଲେ ।
ଆନେ୍ଦାଳନରେ ବ୍ୟବସାୟୀ ସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ ଓ ସମ୍ପାଦକ ପ୍ରଫୁଲ୍ଲ ଉତରାୟଙ୍କ ନେତୃତ୍ୱରେ ପ୍ରଭାକର ପଣ୍ଡା, ବିଶିକେଶନ ଆଇଚ,ବଟକୃଷ୍ଣ ସାହୁ, ସଂଜୟ ଷଡ଼ଙ୍ଗୀ, ବିରଞ୍ଚô ବିଶ୍ୱାଳ, ଅଜୟ ଧଳ, ଶିଶିର ସ୍ୱାଇଁ, ଅଦୈତ୍ୟ ପ୍ରସାଦ ବଳ, ରତ୍ନାକର ପଣ୍ଡା, ପରମାନନ୍ଦ ପରିଡ଼ା,ବନମାଳୀ ପଣ୍ଡା, ମନୋଜ ପରିଡ଼ା, ଚନ୍ଦ୍ରମଣୀ ସାମଲ, ଅରୁଣ ପାତ୍ର, ଅଶ୍ୱିନୀ ସାମନ୍ତ, ଗଜେନ୍ଦ୍ର ସାହୁ, ସରୋଜ ମହାପାତ୍ର, ମଦନ ମୋହନ ପରିଡ଼ା, ଜଗବନ୍ଧୁ ପରିଡ଼ାଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏକ ବିରାଟ ପଟୁଆରରେ ସ୍ଥାନୀୟ ମା ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରି ବଜାର ପରିକ୍ରମା ପରେ ଧାରଣାସ୍ଥଳକୁ ଆସିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ କମିଟିର ସଦସ୍ୟ ଭ୍ରମରବର ରାଉତ, ଘନଶ୍ୟାମ ରାଉତ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଓ ପ୍ରଫୁଲ୍ଲ ନାୟକ, ଭୁବନାନନ୍ଦ ଶତପଥିଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ଆବାହକ ଧରଣୀଧର ଘଡ଼ାଇ, ଯୁଗ୍ମ ଆବାହକ ସୁବାସ ଧଳ, ନୃସିଂହ ଦଳାଇ, ନିରଂଜନ ରାଉତ,ରାମଚନ୍ଦ୍ର ମଲ୍ଲିକ, ନିର୍ମଳ ରଥ ଓ କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com