photo--2

ଭୋଟର ତାଲିକା ସଂଶୋଧନ: ରାଜନୈତିକ ଦଳ ସହ ବୈଠକ

12

ଯାଜପୁର(ଆପ୍ର): ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର୍ ତାଲିକା ସଂଶୋଧନ ସଂପର୍କରେ ଏକ ବୈଠକ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସଂଶୋଧନ କାର୍ଯ୍ୟ ମାଧ୍ୟମରେ ଏକ ସଠିକ ଓ ନିର୍ଭୁଲ ଭୋଟର୍ ତାଲିକା ପ୍ରସ୍ତୁତର ଲକ୍ଷ୍ୟ ରଖି ନିର୍ବାଚନ କମିଶନ ଏହି ବ୍ୟବସ୍ଥା କରିଛନ୍ତି । ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ ପ୍ରାପ୍ତ ଆବେଦନ ଗୁଡିକୁ ତନଖି କରାଯାଇ ଦାୟିତ୍ୱରେ ଥିବା ଭେଣ୍ଡର୍ଙ୍କୁ ପ୍ରଦାନ କରାଯାଇଛି ଏବଂ ଏହି କାର୍ଡ ଗୁଡିକ ପ୍ରସ୍ତୁତ ହେବା ପରେ ଜାତୀୟ ମତଦାତା ଦିବସରେ ଭୋଟର୍ମାନଙ୍କୁ ବଣ୍ଟନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।
ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ନୂତନ ନାମ ଯୋଗ ପାଇଁ ୫୩୭୪୬ ଫର୍ମ ମିଳିଥିବା ବେଳେ ବାଦ ପାଇଁ ୨୫୫୬୦, ସଂଶୋଧନ ପାଇଁ ୨୩୧୮୫ ଓ ସ୍ଥାନାନ୍ତର ପାଇଁ ୧୩୨୬ ଗୋଟି ଆବେଦନ ପତ୍ର ମିଳିଥିବାର ସୂଚନା ଦେଇଥିଲେ । ଡିସେମ୍ବର ୧୦ରୁ ୧୨ ତାରିଖ ଓ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜନୈତିକ ଦଳର ବୁଥ୍ ଏଜେଣ୍ଟମାନେ ଯୋଗଦାନ ପାଇଁ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ବିଜେପିର ଜିଲ୍ଲା ଜେନେରାଲ ସେକ୍ରେଟାରୀ ସୁଦିପ୍ତ ପଣ୍ଡା ଯାଜପୁର ଜିଲ୍ଲା କମୁନିଷ୍ଟ ପାର୍ଟିର୍ର ସେକ୍ରେଟାରୀ ମଳୟ ପଣ୍ଡା, କଂଗ୍ରେସ ଜିଲ୍ଲା ସେକ୍ରେଟାରୀ ଦୁର୍ଯେ୍ୟାଧନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com