3

ରାସନକାର୍ଡ ସମସ୍ୟା ଦାବିରେ ବ୍ଲକ୍ ଘେରାଉ

34

ଭୁବନ,୫ା୧୨(ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ସର୍ବଦା ଖାଉଟି ସାମଗ୍ରୀକୁ ନେଇ ଚର୍ଚ୍ଚାରେ ଆସୁଥିବାବେଳେ ବୁଧବାର ଭୂଷଳ ପଞ୍ଚାୟତର ଜୟପୁର ଗ୍ରାମର ଶତାଧିକ ମହିଳା ରାସନକାର୍ଡ ଜନିତ ସସମ୍ୟାକୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ । ୧୫୨୯ ଲୋକସଂଖ୍ୟା ବିଶିଷ୍ଟ ଜୟପୁର ଗ୍ରାମରେ ୩ଶହରୁ ଊଦ୍ଧ୍ୱର୍ ହିତାଧିକାରୀ ୧୨ ବର୍ଷ ଧରି ୮କିମି ଦୂର ଭୂଷଳ ଗ୍ରାମର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ନିଜ ନିଜର ରାସନ ସାମଗ୍ରୀ ଉଠାଉଥିଲେ । ଗୋଟିଏ ପଟେ ୮କିମି ଦୂରତା ଓ ଅନ୍ୟ ପଟରେ ବର୍ଷା ଋତୁରେ ଡଙ୍ଗାରେ ନାଳ ପାର ହୋଇ ରାସନ ସାମଗ୍ରୀ ଅଣିବାରେ ଜୟପୁରବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଜଣାଯାଇଛି ।
୬ମାସ ତଳୁ ଏହି ସମସ୍ୟାକୁ ନେଇ ପ୍ରଶାସନ ସହିତ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଗତ ଏକମାସ ହେଲା ପ୍ରଥମେ ୧୦୭ ଜଣ ଓ ପରେ ଚଳିତ ମାସ ଠାରୁ ୧୪୧ ହିତାଧିକାରୀ ସାଇରାମପୁର ଶକ୍ତି ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀରୁ ରାସନ ସାମଗ୍ରୀ ଉଠାଉଥିବାବେଳେ ଅବଶିଷ୍ଟ ହିତାଧିକାରୀ ଜୟପୁର ଗ୍ରାମର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି । ମା’ ମଙ୍ଗଳାରେ ସାମିଲ ହୋଇଥିବା ଦେଢ଼ଶହରୁ ଅଧିକ ହିତାଧିକାରୀ ସେମାନଙ୍କର ନାମ ସତ୍ୟସାଇରେ ସାମିଲ କରିବା ପାଇଁ ଦାବି କରୁଥିବା ବେଳେ ବ୍ଲକ୍ ଯୋଗାଣ ଅଧିକାରୀ ତଞ୍ଚକତା କରି ସେମାନଙ୍କୁ ମା’ ମଙ୍ଗଳାରେ ସାମିଲ କରି ରାସନ ସାମଗ୍ରୀ ଉଠାଇବା ପାଇଁ ବାଧ୍ୟ କରୁଥଇବା ଜଣାପଡ଼ିଛି । ତେବେ ବୁଧବାର ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ଗ୍ରାମ ସଭାପତି ପଞ୍ଚାନନ ବେହେରା, ୱାର୍ଡ ମେମ୍ବର ବିମଳ କୁମାର ମଲ୍ଲିକ, ଶାନ୍ତିଲତା ପାତ୍ର ଓ ଶତ୍ରୁଘ୍ନ ମାଝୀଙ୍କ ନେତୃତ୍ୱରେ ଶତାଧିକ ମହିଳା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଡିଓ ବସନ୍ତ କୁମାର ମାଝୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କୁ ସମସ୍ୟା ସମ୍ପର୍କରେ ପୁନର୍ବାର ଜଣାଇଥିଲେ । ତେବେ ବହୁ ବାଦବିବାଦ ପରେ ବିଡିଓ ଶ୍ରୀ ମାଝି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବରାଳଙ୍କ ନିଷ୍ପତ୍ତିକ୍ରମେ ଶୁକ୍ରବାର ଏକ ସ୍ୱତନ୍ତ୍ର କମିଟି ଉକ୍ତ ଗ୍ରାମରେ ପହଞ୍ଚô ଏହାର ତଦନ୍ତ କରି ସ୍ଥାୟୀ ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ବ୍ଲକ୍ କାର୍ଯ୍ୟାଳୟ ପରିତ୍ୟାଗ କରିଥିଲେ । ଶୁକ୍ରବାର ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ପ୍ରତିକ୍ରିୟାରେ ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com