K.B

ରାଜରାସ୍ତାକୁ ଓହ୍ଲାଇବା ଲାଗି ଗ୍ରାମବାସୀଙ୍କ ଚେତାବନୀ

16

କେବି ସ୍କୁଲ୍ରେ ଅବ୍ୟବସ୍ଥା
ଭଦ୍ରାସାହି(ଆପ୍ର): ଯୋଡା ବ୍ଲକ ସେରେଣ୍ଡା ସ୍ଥିତ କେ.ବି. ସ୍କୁଲର ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ୧୯୭୩ରେ ସ୍ଥାପିତ ଏହି ବିଦ୍ୟାଳୟ ଏକଦା ଆଦର୍ଶ ବିଦ୍ୟାଳୟର ମାନ୍ୟତା ପାଇଥିଲେ ମଧ୍ୟ ବିଦ୍ୟାଳୟରେ ଶୃଙ୍ଖଳା ଓ ଅନୁଶାସନର ଅଭାବ କାରଣରୁ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ବିଦ୍ୟାଳୟ ଉପରେ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ୫୦୦ ରୁ ଊଦ୍ଧ୍ୱର୍ ଆଦିବାସୀ ଛାତ୍ରଛାତ୍ରୀ ନିର୍ଭର କରୁଥିବା ବେଳେ ଶିକ୍ଷାଦାନର ମାନ କ୍ରମେ ନିମ୍ନଗାମୀ ହେଉଥିବା ଅଭିଯୋଗ ହେଉଛି । ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ରାଜନୈତିକ ହସ୍ତକ୍ଷେପ ଯୋଗୁ ବିଦ୍ୟାଳୟ ଏବେ ଶିକ୍ଷାଦାନ ବଦଳରେ ରାଜନୈତିକ ପେଣ୍ଠସ୍ଥଳୀରେ ପରିଣତ ହୋଇଛି ବୋଲି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏବଂ ଛାତ୍ରାବାସକୁ ମିଳୁଥିବା ସାମଗ୍ରୀ ସବୁ ବାଟମାରଣା ହେଉଥିବା ବିଷୟକୁ ନେଇ ଗ୍ରାମବାସୀ ବରାବର ଅଭିଯୋଗ କରି ଆସୁଛନ୍ତି । ହେଲେ କେତେକ ପ୍ରଭାବଶାଳୀ ରାଜନେତାଙ୍କ ରାଜନୈତିକ ଆଖଡାଶାଳ ପାଲଟିଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ସୁଧୁରି ପାରୁନାହିଁ ବୋଲି ବୁଦ୍ଧିଜୀବି ମହଲରୁ ପ୍ରକାଶ । ତେବେ ଜିଲ୍ଲାପ୍ରଶାସନ କିମ୍ବା ଶିକ୍ଷା ବିଭାଗ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଭଦ୍ରାସାହି ସରପଞ୍ଚ କସ୍ତୁରୀ ଓରାମ୍ ଓ ସେରେଣ୍ଡା ସରପଞ୍ଚ ସଙ୍ଗୀତା ଚାତମ୍ବା ବିଦ୍ୟାଳୟର ସମସ୍ୟା ପ୍ରତି ଗୁରୁତ୍ୱଦେଇ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିଦ୍ୟାଳୟର ଅଭାବ, ଅସୁବିଧା ଓ ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ଆର୍କଷଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ସମସ୍ୟା ସମାଧାନ ପ୍ରତି ଯଥୋଚିତ ଧ୍ୟାନ ନଦେଲେ ବିଦ୍ୟାଳୟରେ ତାଲା ପକାଇବା ସହ ଅଞ୍ଚଳବାସୀ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com