4-12-2018=2

ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ

16

୨୫୦ରୁ ଅଧିକ ବ୍ଲକ୍ରେ ଆମ ଗାଁ ଆମ ବିକାଶ
ଭୁବନେଶ୍ୱର, ୪ା୧୨(ବୁ୍ୟରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫ ଜିଲ୍ଲାର ୭ ବ୍ଲକ୍ ପାଇଁ ୨୬.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ୍ଗୁଡ଼ିକ ହେଲା- ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି, ଜଗତ୍ସିଂହପୁର ଜିଲ୍ଲାର ଏରସମା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ରରୁଅାଁ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜି. ଉଦୟଗିରି ବ୍ଲକ୍ ।ମୁଖ୍ୟମନ୍ତ୍ରୀ ପାପଡ଼ହାଣ୍ଡି ବ୍ଲକ୍ର ୨୩ ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୨୪୫ ପ୍ରକଳ୍ପ, ଏରସମା ବ୍ଲକ୍ର ୨୪ ପଞ୍ଚାୟତ ପାଇଁ ୫.୫ଠ କୋଟି ଟଙ୍କାରେ ୩୭୮ ପ୍ରକଳ୍ପ, ରାସଗୋବିନ୍ଦପୁର ବ୍ଲକ୍ର ୧୬ ପଞ୍ଚାୟତ ପାଇଁ ୩.୫୯ କୋଟି ଟଙ୍କାରେ ୧୫୨ ପ୍ରକଳ୍ପ, ରରୁଅାଁ ବ୍ଲକ୍ର ୧୨ ପଞ୍ଚାୟତ ପାଇଁ ୨.୭୬ କୋଟି ଟଙ୍କାରେ ୧ଠ୪ ପ୍ରକଳ୍ପ, ଚମ୍ପୁଆ ବ୍ଲକ୍ର ୨୨ ପଞ୍ଚାୟତ ପାଇଁ ୪.୮୬ କୋଟି ଟଙ୍କାରେ ୧୩୨ ପ୍ରକଳ୍ପ ଚକାପାଦ ବ୍ଲକ୍ର ୧୨ ପଞ୍ଚାୟତ ପାଇଁ ୨.୪ଠ କୋଟି ଟଙ୍କାରେ ୮୯ ପ୍ରକଳ୍ପ, ଜି. ଉଦୟଗିରି ବ୍ଲକ୍ର ୮ ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୪୭ ପ୍ରକଳ୍ପ । ଏହିପରି ସମୁଦାୟ ୭ ବ୍ଲକ୍ର ୧୧ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୬.୮୬ କୋଟି ଟଙ୍କାରେ ୧୧୫୬ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ କନ୍ଧମାଳର ଚକାପାଦ ଏବଂ କେନ୍ଦୁଝରର ଚମ୍ପୁଆ ବ୍ଲକ୍ର ଦୁଇ ଜଣ ମହିଳା ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରି ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ।
ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୨୫ଠରୁ ଅଧିକ ବ୍ଲକ୍ରେ ପହଞ୍ଚôଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ୩୧୪ ବ୍ଲକ୍ ରହିଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ସ୍ୱଚ୍ଛତା ଓ ସଚେତନତା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ପିଠା ଯୋଜନା ଆରମ୍ଭ କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୫୫ ବ୍ଲକ୍ର ୫୫୩୮ ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ୫୧,୨୨୯ ପ୍ରକଳ୍ପ ପାଇଁ ୧୧୬୧.୨ଠ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com