GREEN

ଗୋପବନ୍ଧୁ ଏକାଡେମୀରେ ସବୁଜ ଗୃହ ପ୍ରକଳ୍ପ ଉଦ୍ଘାଟିତ

15

ଭୁବନେଶ୍ୱର,୪ା୭(ବୁ୍ୟରୋ): ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନ ପରିସରରେ ନିର୍ମିତ ସବୁଜ ଗୃହ ପ୍ରକଳ୍ପକୁ ଆଜି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଉଦ୍ଘାଟନ କରିଛନ୍ତି । ସବୁଜ ଗୃହ ପ୍ରକଳ୍ପ ଦ୍ୱାରା ପ୍ରତିଷ୍ଠାନ ପରିସରରେ ସୋଲାର ଲାଇଟ୍, ବ୍ରାହ୍ମଣୀ ଓ ବୈତରଣୀ ହଷ୍ଟେଲକୁ ସୌରଶକ୍ତି ମାଧ୍ୟମରେ ଗରମ ଜଳ ଯୋଗାଣ କରାଯାଇପାରିବ । ସେହିପରି ୨୮୬୫ ବର୍ଗ ମିଟର ସୋଲାର ପ୍ଳେଟ ସାହାଯ୍ୟରେ ମୁଖ୍ୟ ବିଲ୍ଡିଂକୁ ସୋଲାର ପାୱାର, ହଷ୍ଟେଲ, ସ୍ୱାଗତ ବିଲ୍ଡିଂ ଓ ମୁଖ୍ୟ ଗୃହର ଜଳ ପ୍ରକଳ୍ପ ପରିଚାଳନା କରାଯିବ ବୋଲି ଶ୍ରୀ ପତି କହିଥିଲେ । ଏହି ଅବସରରେ ଶ୍ରୀ ପତି ପ୍ରତିଷ୍ଠାନ ପରିସରରେ ବୃକ୍ଷରୋପଣ କରିଥିଲେ । ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନର ମହାନିର୍ଦ୍ଧେଶକ ଅଶୋକ କୁମାର ତ୍ରିପାଠୀ ଏହି ନୂତନ ପ୍ରୋଜେକ୍ଟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସେ କହିଲେ, ଏହା ସହିତ କ୍ୟାମ୍ପସ ମଧ୍ୟରେ ୫ଟି ଜଳ ସଂରକ୍ଷଣ କୂପ, ସୋଲାର ଲାଇଟ୍‍ ସିଷ୍ଟମ, ୨୮୬୫ ବର୍ଗମି. ସୋଲାର ପ୍ୟାନେଲ୍‍ ଗଠନ ହୋଇଥିବା ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀ ତ୍ରିପାଠୀ କହିଛନ୍ତି । ଉଦଘାଟନୀ ଅବସରରେ ଶ୍ରୀ ପତି ତାଲିମ୍‍ ଗ୍ରହଣ କରୁଥିବା ଅଫିସରଙ୍କୁ ବିଲ୍ଡିଂ, ରାସ୍ତା ତଥା ଭୂତଳ ସ୍ୱେରେଜ୍‍ ନିର୍ମାଣ ଦିଗରେ ବ୍ୟବହାର ହେଉଥିବା ନୂତନ ଜ୍ଞାନକୌଶଳ ସମ୍ପର୍କରେ ନିଜର ଜ୍ଞାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।




Powered by odothemes.com