madical-re-bhatile-rajyapala--(9)

ଏସ୍ସିବିରେ ଶୋକାକୁଳ ପରିବେଶ

23

କଟକ, ୨୦ା୧୧(ବୁ୍ୟରୋ): ମହାନଦୀ ପୋଲରୁ ବସ୍ ଖସିବା ଯୋଗୁଁ ମୃତୁ୍ୟବରଣ କରିଥିବା ୧୦ ଜଣଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ଆତ୍ମୀୟସ୍ୱଜନଙ୍କ କାନ୍ଦବୋବାଳିରେ ଏସ୍ସିବି ମେଡିକାଲ କଲେଜ ପରିସର ଶୋକାକୁଳ ହୋଇପଡିଥିଲା । ବ୍ୟବଚ୍ଛେଦ ପରେ ଶବଗୁଡିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଘଟଣା ସମ୍ପର୍କରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ନାମରେ ମାମଲା ରୁଜୁ ହୋଇଛି ଓ ତଦନ୍ତ ଲାଗି ୩ ଜଣିଆ କମିଟି ଗଠନ ହୋଇଛି ।
ଏସ୍ସିବି ମେଡିକାଲ କଲେଜରେ ୪୨ ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିବାବେଳେ ଗୁରୁତର ୭ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୮ ଜଣ ଆହତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏସ୍ସିବିର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ଏସ୍ସିବି ଅଧିକ୍ଷକ ଡା. ପିକେ ଦେବତାଙ୍କ ନିଦେ୍ର୍ଦଶକ୍ରମେ ଶଲ୍ୟ, ସ୍ନାୟୁଶଲ୍ୟ, ପ୍ଲାଷ୍ଟିକ୍ ସର୍ଜରୀ, କାଡିଓ ସର୍ଜରୀ, ଅର୍ଥୋପେଡିକ୍ ଆଦି ବିଭାଗର ପ୍ରଫେସରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆହତମାନଙ୍କ ଚିକିତ୍ସାରେ ଯେଭଳି କୌଣସି ଅବହେଳା ନହୁଏ, ସେଥିପ୍ରତି ଯନôବାନ ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହଗୁଡିକୁ ସେମାନଙ୍କ ଗ୍ରାମକୁ ନେବା ଲାଗି ଏସ୍ସିବି ଓ ସିଟି ହସ୍ପିଟାଲର ୩, ମହାନଗର ନିଗମର ୨, କ୍ୟାନସର ଓ ଶିଶୁଭବନର ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।
ରାଜ୍ୟପାଳ ଗଣେଶୀ ଲାଲ୍ ଆଜି ଏସ୍ସିବିକୁ ଯାଇ ଆହତମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଯେଭଳି ଏମାନଙ୍କ ଚିକିତ୍ସାରେ କୌଣସି ଅସୁବିଧା ନହୁଏ, ତାହା ତଦାରଖ କରିବା ଲାଗି ଅଧିକ୍ଷକଙ୍କୁ କହିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା କହିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଆବଶ୍ୟକ ପଡିଲେ ଅନ୍ୟ ସରକାରୀ ଓ ଘରୋଇ ଡାକ୍ତରଖାନାରୁ ଡାକ୍ତର ଆଣି ଆହତଙ୍କ ଚିକିତ୍ସା କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଆଜି ଏସ୍ସିବି ପରିସରରେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ବିଧାୟକ ପ୍ରଭାତ ବିଶ୍ୱାଳ ଓ ଡିସିପି ଅଖିଳେଶ୍ୱର ସିଂହ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ ପ୍ରକ୍ରିୟାର ତଦାରଖ କରିଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମନ୍ତ୍ରୀ ଓ ବିଧାୟକ ଆଶ୍ୱାସନା ଦେଇଚାଲିଥିଲେ ।
ସୂଚନାଯୋଗ୍ୟ, ଗତକାଲି ତାଳଚେରରୁ ଭୁବନେଶ୍ୱର ଆସୁଥିବା ଜଗନ୍ନାଥ ବସ୍ ମହାନଦୀ ପୁରୁଣା ପୋଲ ଉପରେ ମଇଁଷିକୁ ଧକ୍କା ଦେଇ ୩୦ ଫୁଟ୍ ତଳକୁ ଖସିପଡିଥିଲା । ଜଗତପୁର ଥାନା ଅନ୍ତର୍ଗତ ତରୋଳ ଅଞ୍ଚଳର କୁଳମଣି ବେହେରା ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ହୋଇ ଅଭିଯୋଗ କରିଥିବାରୁ ସେହି ଆଧାରରେ ଜଗତପୁର ଥାନାରେ ବସ୍ର ଡ୍ରାଇଭର ଖଗେଶ୍ୱର ମୁଦୁଲି ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଖଗେଶ୍ୱରର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଏମ୍ଭିଆଇ ରଶ୍ମୀରଞ୍ଜିତ ଦଳବେହେରା, ଏନ୍ଏଚ୍ଏଆଇର ଯନ୍ତ୍ରୀ ଓ ତଦନ୍ତକାରୀ ପୁଲିସ୍ ଅଫିସରଙ୍କୁ ନେଇ ଗଠିତ ୩ ଜଣିଆ ଟିମ୍ ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ । ତାଙ୍କ ତଦନ୍ତ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ଆର୍ଟିଓ ଦୀପ୍ତିରଞ୍ଜନ ପାତ୍ର ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com