mafia-kn-kabjare-pathara-khani,-TELKOI

ପଥର ମାଫିଆଙ୍କ କବଜାରେ ବାର୍ହାଦେବତା ଘାଟି

14

ତେଲକୋଇ(ଆପ୍ର): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତର ବାର୍ହାଦେବତା ଘାଟି ଅଞ୍ଚଳ ସମେତ ଅମରସାଓ ସିରିଆବାହାଳ ପାହାଡ଼ରୁ ବେଆଇନ ଭାବେ ପଥର ଖନନ କରାଯାଉଥିବା ଅଭିଯୋଗ ହୋଇଛି । ଦୈନିକ ଶତାଧିକ ଟ୍ରକ ଓ ଟ୍ରାକ୍ଟରରେ ପଥର କାଟି ନେଉଛନ୍ତି ମାଫିଆ । ଏହି ଅଞ୍ଚଳରେ ୫ କ୍ରସର ରହିଛି । କିନ୍ତୁ କ୍ରସର ପାଇଁ ପଥର କୁଆଁରୀ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଘାଟି ଅଞ୍ଚଳୁ ପଥର ଖନନ କରି କ୍ରସରକୁ ଯୋଗାଇବା ମାଫିଆଙ୍କ ଲାଗି ସୁବିଧା ହେଉଥିବା କୁହାଯାଉଛି । ଅନ୍ୟପକ୍ଷରେ ପଥର ଖନନ ଯୋଗୁଁ ପାହାଡ ଧ୍ୱଂସ ହେବାରେ ଲାଗିଥିବା ବେଳେ ସରକାର ରାଜସ୍ୱ ହରାଉଥିବା ଅଭିଯୋଗ ହୋଇଛି ।
ଏଥିସହିତ ଉକ୍ତ ଅଞ୍ଚଳରେ ଥିବା ମୂଲ୍ୟବାନ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ଜଗମୋହନପୁର ସରପଞ୍ଚ ଓ ସଲେଇକେନା ସରପଞ୍ଚ ବିଭିନ୍ନ ସମୟରେ ତହସିଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ବିଫଳ ହୋଇଥିବା ପ୍ରକାଶ କରିଛନ୍ତି । ବାର୍ହାଦେବତା ଗ୍ରାମର ଦିନା ଯୁଆଙ୍ଗ କହିଛନ୍ତି, କ୍ରସର ପାଇଁ ମାଫିଆମାନେ ଘାଟି ଅଞ୍ଚଳରୁ ପଥର ଖନନ କରୁଛନ୍ତି । ଗ୍ରାମବାସୀ ଯେତେ ଅଭିଯୋଗ କଲେବି କେହି ଶୁଣୁ ନାହାନ୍ତି । ତହସିଲ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଦିନ ରାତି ପଥର କଟା ହେଉଛି । ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅମରସା ଗ୍ରାମର କୁମାର ସନଙ୍ଗୀ, ପବନା ସନଙ୍ଗୀ, କପିଳ ସନଙ୍ଗୀ, ସହଦେବ ନାୟକ ପଥର ଖନନ ବନ୍ଦ ପାଇଁ ନିବେଦନ କରିଛନ୍ତି । ଏ ସଂପର୍କରେ ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କୁ ପଚାରିବାରୁ ତଦନ୍ତ ଲାଗି ରାଜସ୍ୱ ନିରୀକ୍ଷକଙ୍କୁ ନିଦେ୍ର୍ଦଶ ଦିଆଯାଇଛି, ତୁରନ୍ତ ପଥର ଖନନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com