berhampur-ganjam-police-ku-bada-safalata,-duskarmakari-giraf-2222

ଏସ୍ଆଇଟି ହାତରେ ୩ ଅଭିଯୁକ୍ତ, ରହିଛି ୧୧ରୁ ଅଧିକ ମାମଲା

14

ଧୋୟାକଣା ନାବାଳିକା ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ୍
ବ୍ରହ୍ମପୁର /ଛତ୍ରପୁର (ବୁ୍ୟରୋ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ପୋଲସରା ବ୍ଲକ୍ର ହାତୀଓଟ ପଞ୍ଚାୟତ ଧୋୟାକଣା ଗ୍ରାମରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଗଞ୍ଜାମ ପୁଲିସକୁ ମିଳିଛି ବଡ ସଫଳତା । ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କ ନିଦେ୍ର୍ଦଶ ଓ ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରଏଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଷ୍କର୍ମକାରୀ ଧରାପଡ଼ିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ୧୧ରୁ ଅଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି ଏସ୍ପି ଶ୍ରୀ ରଏ । ବୁଧବାର ଗଞ୍ଜାମ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ରଏ ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ୍ କରିବା ସହ ଘଟଣାର ପର୍ଦ୍ଦାଫାସ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁଲିସ୍ ଅଫିସରଙ୍କୁ ପ୍ରଶଂସା କରିଛନ୍ତି ।
ସୂଚନାଥାଉକି, ଧୋୟାକଣା ଗ୍ରାମରେ ଅକ୍ଟୋବର ୩୧ ମଧ୍ୟରାତ୍ରରେ ୩ ଦୁର୍ବୃତ୍ତ ଚୋରି କରିବା ଉଦେ୍ଦଶ୍ୟରେ ଘରେ ପଶି ଲୁଟ୍ପାଟ କରିବା ପରେ ମା’ ନିକଟରେ ଶୋଇଥିବା ୯ବର୍ଷର ଝିଅକୁ ଉଠାଇ ନେଇଥିଲେ । ଘର ପଛପଟେ ଥିବା ଏକ ଧାନବିଲରେ ନାବାଳିକା ସହ ଏହି ନର ରାକ୍ଷସମାନେ ଦୁଷ୍କର୍ମ କରିବା ପରେ ଗୁରୁତର ଅବସ୍ଥାରେ ଛାଡି ଚମ୍ପଟ ମାରିଥିଲେ । ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୀଡିତା ପରିବାର ପକ୍ଷରୁ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଡିଆଇଜି ଶ୍ରୀ ସିଂଙ୍କ ନିଦେ୍ର୍ଦଶ ଓ ଏସ୍ପି ଶ୍ରୀ ରଏୟଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ମହାପାତ୍ର, ପୁରୁଷୋତ୍ତମପୁର ଏସ୍ଡିପିଓ ଅଶ୍ୱିନୀ କୁମାର ସାହୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ପୀଡିତାଙ୍କ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସେପଟେ ବ୍ରହ୍ମପୁର ମେଡିକାଲ୍ରେ ପହଞ୍ଚି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କିପରି ଉନ୍ନତି ଘଟିବ ପୁଲିସ ପକ୍ଷରୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇ ଏମ୍କେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସାଧୀନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପୁଲିସପକ୍ଷରୁ ନଜର ରଖାଯାଇଥିଲା । ପୀଡ଼ିତା ସୁସ୍ଥ ଥିବା ଏସ୍ପି ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରିଛନ୍ତି ।
ଏହି ଗଣବଳାକ୍ରାର ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହ ବିରୋଧୀ ବିଜେପି ଓ କଂଗ୍ରେସ ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ଏସ୍ପି ରଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା, କୋଦଳା, କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିଲା ଏସ୍ଆଟି । ଅତିରିକ୍ତ ଏସ୍ପି ଶ୍ରୀ ମହାପାତ୍ର ଓ ଏସ୍ଡିପିଓ ଶ୍ରୀ ସାହୁଙ୍କ ନେତୃତ୍ତ୍ୱରେ ଗଠିତ ଏସ୍ଆଟି ଅଭିଯୁକ୍ତ ଶେରଗଡ ଥାନା କଞ୍ଚୁଣୀ ଗ୍ରାମର ମୋହନ ଟପାକୁଲ, ପାଟପୁର ଥାନା ସାହାସପୁର ଗ୍ରାମର ଶିବ କାନମୁର ଓ ପୋଲସରା ଥାନା ସୋଡକ ଗ୍ରାମର କାଳିଆ ପାତ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି । କାଳିଆ ପାତ୍ର ମୂଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସ କହିଥିବାବେଳେ ଗିରଫମାନଙ୍କ ନାମରେ ବଡଗଡ, ଧରାକୋଟ, ପୋଲସରା, ଆସିକା ଥାନା ଅଞ୍ଚଳରେ ୧୧ରୁ ଅଧିକ ମାମଲା ରହିଥିବା ଜଣାପଡିଛି । ଏସ୍ପି ଦେଇଥିବା ସୂଚନାପ୍ରକାରେ ଏହି ଘଟଣାରେ ୨ଶହରୁ ଅଧିକ ବ୍ୟକ୍ତିଙ୍କୁ ସନେ୍ଦହରେ ଜେରା କରାଯାଇଥିଲ । ଅଭିଯୁକମାନଙ୍କଠାରୁ ୩ ମୋବାଇଲ୍, ଛୁରୀ, ହଳେ ସୁନା କାନ ଫୁଲ, ୫ ଖାସୁଲୁ ମାଳି, ପାଉଁଜି, ଦୁଇଟି ବାଇକ୍, ସ୍କ୍ରୁ ଡ୍ରାଇଭର, ସ୍କେଲ ଆଦି ଜବତ କରାଯାଇଛି । ଗିରଫମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍ରେ ଡାକ୍ତରୀମାଇନା କରାଯାଇ ବ୍ରହ୍ମପୁର ପୋସ୍କୋ କୋର୍ଟରେ ହାଜର କରାଯାଇଥିବା ଏସ୍ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ଦକ୍ଷତାର ସହିତ ଏଭଳି ଏକ ଅମାନବୀୟ ଘଟଣାର ପର୍ଦ୍ଦାଫାସ୍ କରିତôବାରୁ ବିଭିନ୍ନ ମହଲରେ ଏସ୍ପିଙ୍କୁ ଧନ୍ୟବାଦ ଦିଆଯାଇଛି । ସାମ୍ବାଦିକ ସମ୍ମଳିନୀରେ ଏସ୍ପିଙ୍କ ସମେତ ଅତିରକ୍ତ ଏସ୍ପି ଶ୍ରୀ ମହାପାତ୍ର, ଏସ୍ଡିପିଓ ଶ୍ରୀ ସାହୁ ଓ ଦିଲୀପ ଦାଶ, ଆସିକା ଥାନା ଅଧିକାରୀ ସନ୍ତୋଷ ଜେନା, କବିସୂର୍ଯ୍ୟନଗର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com