BANUA-HATI-UPADRABA,-PADAMPUR-(2)

ଜଡିପଦା ସଂରକ୍ଷିତ ଜଙ୍ଗଲରେ ୨୨ ହାତୀ: ଆତଙ୍କରେ ଗ୍ରାମବାସୀ

15

ପଦ୍ମପୁର(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଡିପଦା ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ୨୨ରୁ ଅଧିକ ହାତୀ ମେଳହୋଇ ରହିଥିବା ବେଳେ ଭୁଲ୍ଦା, ଜଡିପଦା, କଣାପଶି, ବାଜୁଣିଟାଙ୍ଗର, ଝିଲିପଶି, ପଳାଶପୋଖରୀ, ସୁନାପଶି, ହାଣ୍ଡିଭଙ୍ଗା ଓ କାଣିପଶି ଆଦି ଗ୍ରାମରେ ଉତ୍ପାତ କରୁଛନ୍ତି । ସନ୍ଧ୍ୟାରେ ଧାନ କ୍ଷେତକୁ ନଷ୍ଟ କରିବା ସହ ଗାଁ ମୁହାଁ ହେଉଥିବାରୁ ଲୋକେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ନିକଟରେ ବଉଳମାଳ ଗ୍ରାମର ଶାନ୍ତିଲତା ମୁଣ୍ଡାଙ୍କ ବିଲରେ ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିବା ସହ କୈଲାଶ ମୁଣ୍ଡାଙ୍କ ୮୦ ଟି ଧାନ ବିଡା ନଷ୍ଟ କରି ଦେଇଛନ୍ତି । ହାତୀ ଘଉଡାଇବା ପାଇଁ ଗ୍ରାମବାସୀ ଜତ୍ପରନାସ୍ତି ଚେଷ୍ଟା କଲେ ମଧ୍ୟ ବନବିଭାଗ ତରଫରୁ ଉପଯୁକ୍ତ ସହାୟତା ମିଳୁନଥିବାରୁ ହାତୀଙ୍କ ଆତଙ୍କରୁ ମୁକ୍ତିପାଇଁ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com