TIHIDI-MEDICAL---2018-PHOTO-TIHIDI

ଦୁଇ ଜଣ ଡାକ୍ତରଙ୍କୁ ନେଇ ରୋଗୀସେବା

13

ବିଗୁଡୁଛି ସ୍ୱାସ୍ଥ୍ୟସେବା
ତିହିଡି, ୨୧ା୧୧(ଆପ୍ର): ରୋଗୀ କଲ୍ୟାଣ ସମିତିରେ ରହିବା ପାଇଁ ନେତାଙ୍କର ଯେମିତି ଆପ୍ରାଣ ଉଦ୍ୟମ ହେଉଛି ସେହି ଅନୁସାରେ ରୋଗୀଙ୍କ ପାଇଁ ସମବେଦନା ରହୁନାହିଁ । କି ମହୁ ଝରୁଛି କେଜାଣି ଏହି ସମିତିରେ ରହିବା ପାଇଁ କସରତ କରୁଛନ୍ତି । ବିଡ଼ମ୍ବନା ଏହିଯେ, କେହି ସ୍ୱାସ୍ଥ୍ୟସେବା ପ୍ରତି ସଚେତନ ହେଉ ନାହାନ୍ତି । ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଦ୍ରକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବାରୁ ଚାନ୍ଦବାଲି, ଘଣ୍ଟେଶ୍ୱର, ପୀରହାଟ ଅଞ୍ଚଳରୁ ରୋଗୀ ଡାକ୍ତରଙ୍କ ଭରସାରେ ଦୌଡ଼ି ଆସନ୍ତି ଭଲ ହେବାକୁ । କିନ୍ତୁ ଏଠାରେ ଡାକ୍ତର ମରୁଡ଼ି ଓ ବିପର୍ଯ୍ୟସ୍ତ ରୋଗୀ ସେବାକୁ ଦେଖି ସେମାନେ ପୁଣି ଖର୍ଚ୍ଚାନ୍ତ ହୋଇ ଭଦ୍ରକ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହେଉଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ୨ ଜଣ ଡାକ୍ତରଙ୍କୁ ନେଇ ସେବା ଦେଉଛି । ଆଶ୍ଚର୍ଯ୍ୟ ହେଲେବି ଏହା ସତ । ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ୍ ଅଫିସର୍ ଏସ. ଓଝା ନିଜ ଅଫିସ ସମ୍ଭାଳୁ ଥିବା ବେଳେ ଆଉଟ ଡୋରକୁ ସମ୍ଭାଳୁ ଛନ୍ତି ହୋମିଓପାଥିକ ଓ ଆର୍ୟୁବେଦିକ ଡାକ୍ତର । ଏହି ସି.ଏଚ୍.ସି.ର ୫ଜଣ ଡାକ୍ତର ରହିଥିଲେ । ଅତି ଆଶ୍ଚର୍ଯ୍ୟଭାବେ ଶିଶୁ ଡାକ୍ତରଙ୍କୁ ୫ ବର୍ଷ ହେଲା ଅପସାରଣ କରି ନିଆଯାଇଛି କଟକ ଡାକ୍ତରଖାନାକୁ । ଚର୍ମ ଡାକ୍ତର ୪ ବର୍ଷ ହେବ ପଳାଇଗଲେଣି । କେବଳ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସମ୍ଭାଳିଛନ୍ତି ଡାକ୍ତରଖାନାକୁ । ତେଣୁ ଏହି ୨ ଜଣ ଡାକ୍ତରଙ୍କୁ ନେଇ ଚାଲିଛି ହେଡ୍କ୍ୱାର୍ଟରେ ରୋଗୀ ସେବା । ସେହିପରି ସାରା ବ୍ଲକ୍ରେ ଥିବା ୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୩ଟି ଡାକ୍ତରଖାନାରେ ଡାକ୍ତର ନଥିବା ବେଳେ ଗୋଟାକରେ ଠିକା ଡାକ୍ତର କାମ କରୁଛନ୍ତି । ବାକି ୨ଟି ମଧ୍ୟରୁ ମାସରେ ୪ ଦିନ ଡାକ୍ତରଖାନାକୁ ଡାକ୍ତର ଆସୁଛନ୍ତି । ୭ଟି ପ୍ରାଥମିକ କେନ୍ଦ୍ର ମଧ୍ୟରୁ ନଦୀ ନାଳ ଘେରା ବାହାବଳ ପୁର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ସପ୍ତାହରେ ଥରେ ଯାଉଛନ୍ତି । ସେହିପରି ପୀରହାଟ ଡାକ୍ତରଖାନା ଫାଙ୍କା ପଡ଼ିଥିବା ବେଳେ ଫାର୍ମାସିଷ୍ଟଙ୍କ ହାତରେ ରୋଗୀସେବା ଚାଲିଛି । ସେହିପରି ଜଳଦେଶ ଅଞ୍ଚଳରେ ଥିବା ତିଆଡ଼ି ସାହି ଡାକ୍ତରଖାନାରେ ଆବାହନ କାଳରୁ ବର୍ଷ ବର୍ଷ ହେଲାଣି ଡାକ୍ତର ଯାଉ ନାହାନ୍ତି, ଏବେ ସଂପୂର୍ଣ୍ଣ ଡାକ୍ତର ପଦବୀ ଖାଲି ପଡ଼ିଛି ଏଠାରେ । ସେହିପରି ଅଲିନଗର ଡାକ୍ତରଖାନାକୁ ଆୟୁଷ ଡାକ୍ତର ଚଳାଉଥିବା ବେଳେ ବିଲଣା ଡାକ୍ତରଖାନାକୁ ଠିକା ଡାକ୍ତର ଚଳାଉଛନ୍ତି । ଗୁଆମାଳ ଡାକ୍ତରଖାନାରେ ଜଣେ ଡାକ୍ତର ଥିଲାବେଳେ ବୋଡ଼କ ଡାକ୍ତରଖାନାରେ ୨ ଘଣ୍ଟା ପାଇଁ ଜଣେ ଡାକ୍ତର ଡାକ୍ତରଖାନାକୁ ଯାଉଛନ୍ତିି । ଖାଲି ଏତିକି ନୁହେଁ ଏହି ଡାକ୍ତର ମରୁଡ଼ି ପାଇଁ ତିହିଡ଼ି ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଆୟୂଷ ଡାକ୍ତରମାନଙ୍କୁ ଡକାହକା କରି ଏଲୋପାର୍ଥିକ୍ ଔଷଧ ଲେଖିବାକୁ ବରିଷ୍ଠ ଡ଼ାକ୍ତର ନିବେଦନ କଲେଣି । ଆୟୁଷ ଡାକ୍ତରମାନେ କିପରି ପେସ୍କୁ୍ୟସିପ୍ସନ ଲେଖିବେ ଚିନ୍ତା କରୁଥିବା ବେଳେ ରୋଗୀ ଚିନ୍ତା କରୁଛି – ମୁଁ ଭଲ ହେବିନା ଏମାନଙ୍କ ହାତରେ । ଲୋକେ କାହାକୁ କହିବେ, ଶୁଣିବ କିଏ? ଅନ୍ୟପକ୍ଷରେ ଡାକ୍ତରଖାନାର କିରାଣୀ ଙ୍କ ଦାଦାଗିରି ପାଇଁ ୨୪ ଜଣ ସ୍ୱାସ୍ଥ୍ୟ କର୍ମ·ରୀ ଗଣଧାରଣାରେ ବସିବେ ବୋଲି ସଜବାଜ ହେଲେଣି । ଏହି କର୍ମ·ରୀ ମାନଙ୍କ ମଧ୍ୟରୁ ସଫେଇ କର୍ମ·ରୀ ରହିଛନ୍ତି । ଏମାନେ କାମ ଛାଡ ଆନେ୍ଦାଳନ କଲେ ଡାକ୍ତରଖାନା ଅବସ୍ଥା କଣ ହେବ ତାହା ଭଲ ଭାବରେ ସମସ୍ତଙ୍କୁ ଜଣା ହେବାର ଦରକାର ।

ସେଆର କରନ୍ତୁ:



Powered by odothemes.com