3---

ନଦୀ କଡ଼ରୁ ଖସୁଛି ପଥର ପ୍ୟାକିଂ!

14

ବରୀ(ଆପ୍ର): ବରୀ ବ୍ଲକ୍ ଭଅଁରା ପଞ୍ଚାୟତ ବରିଲୋ ଗାଁର ଶିବ ମନ୍ଦିର ସ୍ଥିତ ଖରସ୍ରୋତାର ଶାଖା ନଦୀ ତନ୍ତୀଘାଇରେ ପଥର ଖସି ନଦୀରେ ମିଶୁଛି । ଫଳରେ ନଦୀବନ୍ଧ ଧିରେ ଧିରେ ଦୁର୍ବଳ ହେବା ସହ ଲୋକଙ୍କ ପାଇଁ ବିପଦର କାରଣ ପାଲଟୁଛି । ସମ୍ପୃକ୍ତ ସ୍ଥାନଟି ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ରହିଥିବାରୁ ଏଠାରେ ପଥର ପ୍ୟାକିଂ ପାଇଁ ଦାବି ହୋଇ ଆସୁଥିଲା । ମାତ୍ର ବିଭାଗୀୟ ଅଧିକାରୀ ଏଠାରେ ପଥର ପ୍ୟାକିଂ କରିଥିଲେ ମଧ୍ୟ ଠିକାଦାର ଉକ୍ତ କାର୍ଯ୍ୟକୁ ଅତ୍ୟନ୍ତ ନିମ୍ନମାନର କରିଥିବାରୁ ଦିନକୁ ଦିନ ଉକ୍ତ ପଥର ପ୍ୟାକିଂ ଗୁଡିକ ନଦୀ ଗର୍ଭକୁ ଚାଲିଯାଉଛି । କାର୍ଯ୍ୟଟି ୧୩ଲକ୍ଷ ଟଙ୍କାର ହୋଇଥିବା ବେଳେ ଏହି କାର୍ଯ୍ୟ ୪ମାସ ନବିତୁଣୁ ଏହା ଭୁଷୁଡି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନଦୀ କୂଳରେ ବାସ କରୁଥିବା ଗ୍ରାମବାସୀ ଏହି ଦୃଶ୍ୟକୁ ଦେଖି ଏବେ ଭୟଭୀତ ହେଲେଣି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନଦୀରେ ବନ୍ୟା ପ୍ରଭାବିତ ହେବ । ପୁଣି କୂଳ ଖାଇବା ସହ ନଦୀ ବନ୍ଧରୁ ଅତଡ଼ା ଖସିବ । ଏଭଳି ଗୁରୁତର କାର୍ଯ୍ୟକୁ ସଂପୃକ୍ତ ଠିକାଦାର ଗୁରୁତ୍ୱ ଦେଇ କାର୍ଯ୍ୟକରି ନଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ବିଞ୍ଝାରପୁର ଜଳସମ୍ପଦ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com