DSC_0103

୧୨ ମୃତ, ୩୨ ଆହତ

21

ମହାନଦୀ ପୋଲରୁ ଖସିଲା ବସ୍
କଟକ, ୨୦ା୧୧(ବୁ୍ୟରୋ): ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ ମହାନଦୀ ପୋଲ ତଳକୁ ଖସିପଡିବାରୁ ୧୨ ଜଣଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ୩୨ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କଟକ ଏସ୍ସିବି ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨୬ ଜଣିଆ ଡାକ୍ତରୀ ଟିମ୍ ଆହତଙ୍କ ଚିକିତ୍ସା କରୁଛନ୍ତି । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ଘଟଣାସ୍ଥଳକୁ ଯିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀରେ ଥିବାରୁ କ୍ରୀଡାମନ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାଛଡା ଅଗ୍ନିଶମ ବିଭାଗ, ଓସ୍ଡାମା ଓ ଜିଲ୍ଲା ପ୍ରଶାସନକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଆହତମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । କଟକ ଆର୍ଟିଓ କହିଛନ୍ତି ଯେ ବସ୍ରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ନଥିଲେ । ବସ୍ର ଫିଟ୍ନେସ୍ ପ୍ରମାଣପତ୍ର ରହିଛି । ତେବେ ଘଟଣାର ଅନୁସନ୍ଧାନ ଲାଗି ଏମ୍ଭିଆଇଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଏନ୍ଏଚ୍ଆଇର ଜଣେ ସଦସ୍ୟଙ୍କ ସହ ତଦନ୍ତକାରୀ ପୁଲିସ୍ ଅଫିସର ଅଛନ୍ତି ।ଘଟଣାରୁ ପ୍ରକାଶ ଯେ ତାଳଚେର କୋଲିଆରୀରୁ ଯାତ୍ରୀବାହୀ ବସ୍ ଜଗନ୍ନାଥ (ଓଡି୩୫ଏ-୦୨୧୧) କଟକ ଅଭିମୁଖେ ଆସୁଥିଲା । ଜଗତପୁରଠାରେ ମହାନଦୀ ପୋଲ ଉପରେ ମଇଁଷି ସହ ଧକ୍କା ହେବାରୁ ବସ୍ଟି ଭାରସାମ୍ୟ ହରାଇ ପୋଲର ବାଡା ଭାଙ୍ଗି ୩୦ ଫୁଟ୍ ତଳକୁ ଖସିପଡିଥିଲା । ବସ୍ଟି ନଦୀର ବାଲିରେ ପଡିଛି । ପୋଲ ଉପରେ ମଇଁଷିର ମୃତଦେହ ମଧ୍ୟ ପଡିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତମାନଙ୍କୁ ବସ୍ରୁ ବାହାର କରିବା ଲାଗି କଟର ମେସିନ୍ ସାହାଯ୍ୟ ନିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଝରକା କାଚକୁ ଭାଙ୍ଗି ଦିଆଯାଇଛି । ଆହତ ଯାତ୍ରୀମାନଙ୍କୁ ୨ଟି ବୋଟ୍ରେ ଶିଖରପୁର କୂଳକୁ ଅଣାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗର ୪୦ କର୍ମଚାରୀଙ୍କ ସମେତ ଓଡ୍ରାଫ୍ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୦୬୭୧-୨୩୦୪୦୦୧ ଜାରି କରାଯାଇଛି । କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତ ରାୟ, ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି, ଡିସିପି ଅଖିଳେଶ୍ୱର ସିଂହ ଘଟଣାସ୍ଥଳରେ ପହଞ୍ଚô ତଦାରଖ କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com