Naveen-in-Assembly

ବିଧାନସଭା, ସଂସଦରେ ୩୩% ସଂରକ୍ଷଣ

16

ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଆଣିଲେ ଐତିହାସିକ ସଂକଳ୍ପ
ଭୁବନେଶ୍ୱର, ୨୦ା୧୧(ବୁ୍ୟରୋ): ବିଧାନସଭା ଓ ଲୋକସଭା ଆସନରେ ମହିଳାମାନଙ୍କ ଲାଗି ୩୩% ସଂରକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ସର୍ବସମ୍ମତଭାବେ ପାରିତ କରାଯାଇଛି । ଏଥିନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କୁ ଉକ୍ତ ପ୍ରସ୍ତାବ ପ୍ରଦାନ କରାଯିବ ।ଆଜି ବିଧାନସଭା ସଂକଳ୍ପ ଆଗତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ କିଛିମାସ ମଧ୍ୟରେ ସାରା ଓଡିଶା ୨ ମହିଳାଙ୍କ ବିଷୟରେ ଜାଣିବାକୁ ପାଇଲା । ଭୁବନେଶ୍ୱରରୁ ୭୦୦ କି.ମି. ଦୂରରେ ଥିବା ମାଲକାନଗିରିର ଜନଜାତି କୋୟା ସମ୍ପ୍ରଦାୟର ମମତା ପଢିଆମୀ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡ ଭିତରେ ଠିଆ ହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ସେହିଭଳି ଏହି ଐତିହାସିକ ନିଷ୍ପତ୍ତି ଓଡିଶାର ଅର୍ଦ୍ଧାଧିକ ଲୋକଙ୍କୁ ପ୍ରଭାବିତ କରିଛି । ସେହିଭଳି ସୁନ୍ଦରଗଡର ଜନଜାତି ସମ୍ପ୍ରଦାୟର ଭିନ୍ନକ୍ଷମ ମହିଳା ଉଦ୍ୟୋଗୀ ଜୟନ୍ତୀ ଏକ୍କା ମେକ୍ ଇନ୍ ଓଡିଶା ସମାବେଶରେ ଉପସ୍ଥିତ ରହି ତାଙ୍କ ଗଭୀର ଆତ୍ମବିଶ୍ୱାସ ଓ ଦୃଢ ସଂକଳ୍ପର କଥା ଉପସ୍ଥାପିତ କରିଥିଲେ । ଏହି ସାହସୀ ଉଚ୍ଚାକାଂକ୍ଷୀ ଓ ନୂଆ ଓଡିଶାର ସ୍ୱର ଆଜି ଦୃଢ ହୋଇଛି । ଏହା ସଂସଦଠାରୁ ଆରମ୍ଭ କରି ବିଧାନସଭା ଓ ପଞ୍ଚାୟତଗୁଡିକରେ ଶୁଣାଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ବିଧାନସଭା ଓ ଲୋକସଭା ଆସନଗୁଡିକରେ ୩୩% ସ୍ଥାନ ସଂରକ୍ଷଣ ଲାଗି ପ୍ରସ୍ତାବ ଆଗତ କରୁଛି । ମହିଳାଙ୍କ ସଶକ୍ତିକରଣ ମୋର ପ୍ରିୟ କାର୍ଯ୍ୟକ୍ରମ । ମହିଳାଙ୍କ ସଶକ୍ତିକରଣ ବିନା କୌଣସି ପରିବାର, ସମାଜ ଓ ଦେଶ ଆଗକୁ ବଢିପାରିବନାହିଁ । ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ନିମନ୍ତେ ଆମ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛି । ସମ୍ବିଧାନର ଲିଙ୍ଗଗତ ସମାନତା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟଭାବେ ସ୍ଥାନୀତ ହୋଇଛି । ବିଜୁବାବୁ ଥିଲେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ପ୍ରକୃତ ଅଗ୍ରଦୂତ । ୧୯୯୨ରେ ମହିଳାଙ୍କ ଲାଗି ପଞ୍ଚାୟତ ଓ ପୌର ସଂସ୍ଥାରେ ୩୩% ସ୍ଥାନ ସଂରକ୍ଷଣ କରି ସେମାନଙ୍କୁ ରାଜନୈତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିଥିଲେ । ଆମ ସରକାର ଏହାକୁ ୫୦%କୁ ବୃଦ୍ଧି କରିଛନ୍ତି । ୨୦୦୧ରେ ଆମେ ଆରମ୍ଭ କରିଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳା ଓ ୬ ଲକ୍ଷ ଗୋଷ୍ଠୀ ସାମିଲ ହୋଇ ସାମାଜିକ ଓ ଅର୍ଥନୈତିକ ଜୀବନରେ ପରିବର୍ତ୍ତନର ବାର୍ତ୍ତାବହ ହୋଇଛନ୍ତି । ନୂଆ ଓଡିଶା ଅଧିକ ଗତିର ସହ ଦୃଢଭାବେ ଆଗକୁ ବଢିପାରିବ, ଯଦି ଆମେ ଲୋକସଂଖ୍ୟାରେ ଅଦେ୍ର୍ଧକ ଆମର ମା’ ଓ ଭଉଣୀମାନେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଅନୁଷ୍ଠାନରେ ସେମାନଙ୍କ ଭୂମିକା ନିର୍ବାହ କରିବାକୁ ସୁଯୋଗ ପାଇବେ । ଓଡିଶା ଆଜି ସାରା ଦେଶକୁ ତା’ର ଦୃଢ ସଂକଳ୍ପ ଓ ପ୍ରତିବଦ୍ଧତା ଜଣାଇଦେବାକୁ ଚାହେଁ ଯେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଓ ରାଷ୍ଟ୍ର ନିର୍ମାଣରେ ସଫଳଭାବରେ ଭୂମିକା ନିର୍ବାହ କରିପାରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଏହି ପ୍ରସ୍ତାବକୁ ସର୍ବସମ୍ମତକ୍ରମେ ପାରିତ କରିବାକୁ ଅନୁରୋଧ କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ କଂଗ୍ରେସ ଦଳ ମହିଳାଙ୍କୁ ସର୍ବଦା ସମ୍ମାନ ଦେଇଆସିଛି । ଏହି ପ୍ରସ୍ତାବକୁ ଆମେ ସମର୍ଥନ କରୁଛୁ । ଏହା କୌଣସି ରାଜନୈତିକ ଉଦେ୍ଦଶ୍ୟରେ ବ୍ୟବହାର ନହେଉ । ବିଧାୟିକା ପ୍ରମିଳା ମଲ୍ଲିକ ଏହାକୁ ଐତିହାସିକ ସଂକଳ୍ପ ବୋଲି ବର୍ଣ୍ଣନା କରିବା ସହ ମହିଳାମାନେ ହେଉଛନ୍ତି ଓଡିଶା ଜନସଂଖ୍ୟାର ଅର୍ଦ୍ଧାଧିକ । ସେମାନଙ୍କୁ ସମ୍ମାନ ମିଳିବା ସହ ଆର୍ଥôକ, ସାମାଜିକ ଓ ଶିକ୍ଷାରେ ଉନ୍ନତି ହୋଇପାରିବ । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏହାକୁ ସମର୍ଥନ କରି କହିଥିଲେ ଯେ ଏହାଦ୍ୱାରା ମହିଳାମାନଙ୍କ ଉନ୍ନତି ହୋଇପାରିବ । ଏହି ପ୍ରସ୍ତାବକୁ ତାଙ୍କ ଦଳ ସମର୍ଥନ କରୁଛି । ବିଧାୟକ ପଦ୍ମନାଭ ବେହେରା ଏହାକୁ ସମର୍ଥନ କରି ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ ଯେ ଗୋଟିଏ ପଟେ ମା’କୁ ସମ୍ମାନ, ଗାଁକୁ କାମ ନାରା ଦିଆଯାଉଥିବାବେଳେ ବାସ୍ତବରେ ସରକାର ମହିଳାଙ୍କୁ ସମ୍ମାନ ଦେଉନାହିଁ । ଏକ ତୃତୀୟାଂଶ ନୁହେଁ, ବରଂ ୫୦%ର ସଂରକ୍ଷଣର ବ୍ୟବସ୍ଥା କରାଯାଉ । ବିଜେଡି ବିଧାୟକ ବେଦପ୍ରକାଶ ଅଗ୍ରୱାଲା କହିଥିଲେ ଯେ ଏବେ ସ୍କୁଲ୍ରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ଶାସନରେ କ୍ଷେତ୍ରରେ ମହିଳା ପଛରେ ପଡିବା ଉଚିତ୍ ନୁହେଁ । ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସଂକଳ୍ପ ଆଣି ମହିଳା ସଶକ୍ତିକରଣ ମାଧ୍ୟମରେ ପ୍ରମୁଖ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ପୂର୍ବରୁ ବଙ୍ଗଳା ଯାହା ଭାବୁଥିଲା, ତାହାକୁ ସମସ୍ତେ ଅନୁକରଣ କରୁଥିଲେ । ଏବେ ଓଡିଶା ଯାହା କରୁଛି, ତାହା ଅନ୍ୟମାନେ ଅନୁକରଣ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ରାଶେଶ୍ୱରୀ ପାଣିଗ୍ରାହୀ, ରବି ନାୟକ, ମହେଶ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com