saha

ଶାହା ନେଇଥିଲେ ୭ଠ ଲକ୍ଷ

15

ଶୋରାବୁଦ୍ଦିନ୍ ମିଥ୍ୟା ଏନ୍କାଉଣ୍ଟର ମାମଲାରେ ଅମିତାଭ ଠାକୁରଙ୍କ ବୟାନ
ନୂଆଦିଲ୍ଲୀ, ୨୦ା୧୧: ଶୋରାବୁଦ୍ଦିନ୍ ମିଥ୍ୟା ଏନ୍କାଉଣ୍ଟର ଘଟଣାରେ ୫ ଜଣଙ୍କୁ ଆର୍ଥôକ ଫାଇଦା ମିଳିଛି । ସେମାନଙ୍କ ମଧ୍ୟରେ ତତ୍କାଳୀନ ଗୁଜୁରାଟ ଗୃହମନ୍ତ୍ରୀ ତଥା ବର୍ତ୍ତମାନର ବିଜେପିର ରାଷ୍ଟ୍ରୀୟ ସଭାପତି ଅମୀତ ଶାହା, ଆଇପିଏସ୍ ଅଫିସର ରାଜକୁମାର ପାଣ୍ଡିଆନ୍, ଡିଜି ବନ୍ଜାରା, ଦିନେଶ ଏମ୍ଏନ୍ ଓ ପୁଲିସ୍ ଅଧିକାରୀ ଅଭୟ ଚୁଡାସମା ବୋଲି ମୁଖ୍ୟ ତଦନ୍ତକାରୀ ଅଫିସର ଅମିତାଭ୍ ଠାକୁର ମୁମ୍ବାଇ ସିବିଆଇ କୋର୍ଟରେ ବୟାନ ରଖିଛନ୍ତି । ଏହି ୫ ଜଣଙ୍କ ନାମ ପୂର୍ବରୁ ଥିଲେ ହେଁ ପ୍ରମାଣ ଅଭାବରୁ ତାଙ୍କୁ ଖଲାସ କରିଦିଆଯାଇଥିଲା । ୨୦୧୦ରେ ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଶ୍ରୀ ଠାକୁର ଏହାର ମୁଖ୍ୟ ଥିଲେ । ଓଡିଶା କ୍ୟାଡର ଏହି ଅଫିସର ୨୦୧୦-୧୨ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁ୍ୟଟେସନ୍ରେ ଯାଇ ସିବିଆଇରେ ଯୋଗଦେଇଥିଲେ । ଠାକୁର କହିଛନ୍ତି ଯେ ଏହି ଘଟଣାରେ ୨୨ ଜଣଙ୍କୁ ଅଭିଯୁକ୍ତ କରାଯାଇଛି । ମାତ୍ର ସେମାନଙ୍କ ଆର୍ଥôକ କିମ୍ବା ରାଜନୈତିକ ଉଦେ୍ଦଶ୍ୟ ଏହି ହତ୍ୟା ପଛରେ ନଥିଲା । ଶ୍ରୀ ଶାହାଙ୍କୁ ୭୦ ଲକ୍ଷ ଟଙ୍କା ୩ କିସ୍ତିରେ ଅହମ୍ମଦାବାଦ୍ର ଜଣାଶୁଣା ବିଲ୍ଡର ପଟେଲ୍ ବ୍ରଦର୍ଶଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସେମାନଙ୍କୁ ମଧ୍ୟ ଟଙ୍କା ଦେବା ପାଇଁ ଧମକ ଦିଆଯାଇଥିଲା । ସେହିଭଳି ଶ୍ରୀ ବନ୍ଜାରାଙ୍କୁ ୬୦ ଲକ୍ଷ ଟଙ୍କା ଦେଇଛନ୍ତି । ଏହାଛଡା ସିବିଆଇ ନିଦେ୍ର୍ଦଶକ ଅଶ୍ୱିନୀ କୁମାର ୨୨ ଜଣଙ୍କ ନାମରେ ମାମଲା କରିବାକୁ କହିନଥିଲେ ବୋଲି କହିଛନ୍ତି ।୨୦୦୫ ନଭେମ୍ବର ୩ ତାରିଖରେ ଶୋରାବୁଦ୍ଦିନ୍ ଶେଖ୍ ଓ ତାଙ୍କ ସ୍ତ୍ରୀ କସୁର ବିବିଙ୍କ ସହିତ ହାଇଦ୍ରାବାଦ୍ରୁ ଅହମ୍ମଦାବାଦ୍କୁ ଆସୁଥିଲେ । ପ୍ରାୟ ସାଢେ ୧ଟା ସମୟରେ ଗୁଜୁରାଟ ଏଟିଏସ୍ ସ୍କ୍ୱାଡ୍ ମହାରାଷ୍ଟ୍ରର ସଙ୍ଗଲିଠାରେ ବସ୍କୁ ଅଟକାଇଥିଲେ ଏବଂ ତାଙ୍କୁ ବସ୍ରୁ ନେଇଥିଲେ । ୩ ଦିନ ପରେ ଶୋରାବୁଦ୍ଦିନ୍ଙ୍କର ଏନ୍କାଉଣ୍ଟରରେ ମୃତୁ୍ୟ ହୋଇଥିବା ଗୁଜୁରାଟର ଡିଆଇଜି ଡିଜି ବନ୍ଜାରା ସୂଚନା ଦେଇଥିଲେ । ଶୋରାବୁଦ୍ଦିନ୍ଙ୍କ ନିକଟରୁ ୯୨ ମସିହାର ନୋଟ୍ ବ୍ୟତୀତ ଅନ୍ୟ କୌଣସି ଆପତ୍ତିଜନକ ଜିନିଷ ଜବତ୍ ହୋଇନଥିଲା । ସେହିଭଳି ଅନ୍ୟତମ ଅଭିଯୁକ୍ତ ବାଲ୍କ୍ରୀଷ୍ଣ ଚୁବେଙ୍କ ନାମରେ ପ୍ରମାଣ ନଥିଲା । ଅହମ୍ମଦାବାଦ୍ ଏଟିଏସ୍ର ପୂର୍ବତନ ପୁଲିସ୍ ସବ୍ଇନ୍ସପେକ୍ଟର ଏହି ମର୍ମରେ ଚାର୍ଜସିଟ୍ ଫାଇଲ୍ କରିଥିଲେ । ପୂର୍ବରୁ ଏହି ମାମଲା ଗୁଜୁରାଟର ସିଆଇଡି ତଦନ୍ତ କରୁଥିଲେ । ପରେ ଏହା ଆଣ୍ଟି ଟେରରିଜିମ୍ ସ୍କ୍ୱାଡ୍କୁ ଦିଆଯାଇଥିଲା ଓ ୨୦୧୦ରେ ଶୋରାବୁଦ୍ଦିନ୍ଙ୍କ ଭାଇ ରୁବାଉଦ୍ଦିନ୍ ଶେଖ୍ ସୁପ୍ରିମ୍କୋର୍ଟରେ ମାମଲା ଦାଏର କଲାପରେ ଏହା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଗତ ସପ୍ତାହରେ ସ୍ପେଶାଲ କୋର୍ଟ ଏହି ମାମଲାରେ ସାକ୍ଷ୍ୟଗ୍ରହଣ କରିଥିଲେ । ୨୦୧୪ରେ ଏହି ମାମଲାରେ ସିବିଆଇ କୋର୍ଟ ଶ୍ରୀ ଶାହାଙ୍କୁ କ୍ଲିନ୍ଚିଟ୍ ଦେଇଥିଲା । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ରୁବାଉଦ୍ଦିନ ଚିଠି ଲେଖିଲା ପରେ ଏହି ମାମଲାର ତଦନ୍ତ ଲାଗି ଗୁଜୁରାଟ ପୁଲିସ୍କୁ କୋର୍ଟ କହିଥିଲେ । ପ୍ରାରମ୍ଭିକଭାବରେ ଶୋରାବୁଦ୍ଦିନ୍ଙ୍କ ପନôୀ କୌସୁର ବିବି ନିଖୋଜ ଥିବା ସୂଚନା ଦିଆଯାଇଥିଲା ଓ ୨୦୦୭ରେ ଗୁଜରାଟ ସରକାର ସେ ହାଜତରେ ଥିବା ସୂଚନା ଦେଇଥିଲେ । ତଦନ୍ତକାରୀ ଅଫିସର ଧର୍ଷଣ କରିଥିବା ଅଭିଯୋଗ ସେ ଆଣିଥିବା ସୂଚନା ମିଳିଛି ।
ଶ୍ରୀ ଠାକୁରଙ୍କୁ ପବ୍ଲିକ୍ ପ୍ରସିକୁ୍ୟଟର ବିପି ରାଜୁ ଓ ପ୍ରତିପକ୍ଷ ଓକିଲ ଅବ୍ଦୁଲ ଆକବ୍ ଖାଁ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି ଘଟଣାରେ ଅନ୍ୟ କାହାକୁ ଫାଇଦା ମିଳିଛି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଥିଲେ ଯେ ଏହି ୫ ଜଣଙ୍କ ବ୍ୟତୀତ ଅନ୍ୟ କାହା ନାମ ଆସିନାହିଁ । ତେବେ ପ୍ରଥମ ଥର ଲାଗି ତଦନ୍ତକାରୀ ସଂସ୍ଥା ପକ୍ଷରୁ ଯେଉଁ ଅଭିଯୋଗ କରାଯାଉଛି, ଏହାକୁ ସମର୍ଥନ କରିବା ଲାଗି କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ । ଯେଉଁମାନେ ଏହି ଘଟଣାରେ ବିଚାରର ସମ୍ମୁଖୀନ ହେଉଛନ୍ତି ଏବଂ ଯେଉଁମାନେ ଏଥିରେ ଛାଡ ପାଇଯାଇଛନ୍ତି, ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ । ୨୦୯ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ଓ ୬୦% ଲୋକ ସାକ୍ଷୀ ଦେଇଛନ୍ତି । ୨ ବର୍ଷ ଧରି ଏହି ମାମଲାର ତଦନ୍ତ ଚାଲିଥିଲା । ଏହି ୩ ଜଣଙ୍କ ହତ୍ୟାକୁ ବଡ ଷଡଯନ୍ତ୍ର ବୋଲି ଶ୍ରୀ ଠାକୁର କରିବା ସହ ଅଧିକାରୀମାନେ ଉଚ୍ଚ ଅଫିସରମାନଙ୍କ ଚାପରେ ତଦନ୍ତ କରିଥିଲେ । ପ୍ରାରମ୍ଭିକ ତାଲିକାରେଏହି ୩୮ ଜଣ ଅଫିସରଙ୍କ ନାମ ମଧ୍ୟ ରହିଥିଲା ।

ସେଆର କରନ୍ତୁ:



Powered by odothemes.com