Mery-com

ମେରୀ କମ୍ଙ୍କ ସାଫଲ୍ୟ

10

ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍
ନୂଆଦିଲ୍ଲୀ, ୨ଠା୧୧(ଏଜେନ୍ସି): ତାରକା ଭାରତୀୟ ବକ୍ସର ଏମ୍.ସି. ମେରୀ କମ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ରେ ସପ୍ତମ ପଦକ ନିଶ୍ଚିତ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରିବା ସହ ମଙ୍ଗଳବାର ମେରୀ କମ୍ ଏହି ସମ୍ମାନଜନକ ପ୍ରତିଯୋଗିତାର ଇତିହାସରେ ଶ୍ରେଷ୍ଠ ବକ୍ସର ହେବାର ସୌଭାଗ୍ୟ ଲାଭ କରିଛନ୍ତି ।ସ୍ଥାନୀୟ କେଡି ଯାଦବ ଇନ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ୪୮ କିଗ୍ରା ଲାଇଟ୍ ପ୍ଲାଏୱେଟ୍ ବର୍ଗର କ୍ୱାର୍ଟରଫାଇନାଲରେ ୩୫ ବର୍ଷୀୟା ମେରୀ କମ୍ ୫-ଠ (୩ଠ-୨୭, ୨୯-୨୮, ୩୦-୨୭, ୨୯-୨୮, ୩ଠ-୨୭)ରେ ଚୀନ୍ର ଉ ୟୁ’ଙ୍କୁ ପରାସ୍ତ କରି ଅନ୍ତିମ-୪ରେ ପ୍ରବେଶ କରିଛନ୍ତି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ମେରୀ କମ୍ ସେମିଫାଇନାଲରେ ଉତ୍ତର କୋରିଆର କିମ୍ ହ୍ୟାଙ୍ଗ୍ଙ୍କୁ ଭେଟିବେ । ଗତବର୍ଷ ଏସିଆନ ଚାମ୍ପିଅନ୍ସିପ୍ରେ ଉଭୟଙ୍କ ମଧ୍ୟରେ ଲଢ଼େଇ ହୋଇଥିବାବେଳେ ଏଥିରେ କୋରିଆ ବକ୍ସରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ମେରୀ କମ୍ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ଏଥିସହ ସେ ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ ଇତିହାସର ଶ୍ରେଷ୍ଠ ବକ୍ସର ହେବାର କୃତିତ୍ୱ ହାସଲ କରିଛନ୍ତି । ଆୟର୍ଲାଣ୍ଡର କିମ୍ବଦନ୍ତୀ ବକ୍ସର କେଟୀ ଟେଲର ଏହି ପ୍ରତିଯୋଗିତାରେ ମୋଟ୍ ୬ଟି ପଦକ ଜିତିଥିବାବେଳେ ମେରୀ କମ୍ ଏବେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com