6

ତଦନ୍ତ କଲେ ଆର୍ଡିସି

8

ବଳରାମପୁର ବିୟର ଫ୍ୟାକ୍ଟ୍ରିକୁ ବିରୋଧ
ଢେଙ୍କାନାଳ,୨୦ା୧୧(ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ବଳରାମପୁରର ଝିଙ୍କରଗଡ଼ି ଠାରେ ପିଆଣ୍ଡଏ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ନେଇ ହୋଇଥିବା ଗ୍ରାମବାସୀଙ୍କ ବିରୋଧ ପରେ ଜଙ୍ଗଲ କଟା ଘଟଣାର ତଦନ୍ତ ମଙ୍ଗଳବାର ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ତଦନ୍ତ କରିଛନ୍ତି । ସକାଳେ ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡୋଡା ଭେଙ୍କଟେସ୍ ସ୍ୱାମୀ ପହଞ୍ଚି ରାଜସ୍ୱ କର୍ମଚାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ନାୟକଙ୍କ ସହ ଉକ୍ତ ଝିଙ୍କରଗଡି ଜଙ୍ଗଲକୁ ଯାଇ କଟା ହୋଇ ପଡିଥିବା ଗଛଗୁଡିକୁ ଦେଖିଥିଲେ । ପରେ ଗ୍ରାମମଣ୍ଡପକୁ ଆସି ବଳରାମପୁର ଆଞ୍ଚଳିକ ଉନ୍ନୟନ ପରିଷଦ କମିଟିର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ସମସ୍ତ ତଥ୍ୟ ଜାଣିବାକୁ ଚାହିଁବାରୁ କମିଟିର ସଭାପତି ଅମ୍ବିକା ପ୍ରସାଦ ଜେନା ଗ୍ରାମବାସୀ ଦୀର୍ଘ ୪୬ ବର୍ଷ ହେଲା ଉକ୍ତ ଝିଙ୍କରଗଡିରେ ଥିବା ଗଛଗୁଡ଼ିକୁ ଜଗାରଖା କରୁଥିଲେ । ୬୦୦ ଏକର ଜାଗା ପରିବେଷ୍ଟିତ ଉକ୍ତ ଜଙ୍ଗଲରେ ହଜାର ହଜାର ଗଛ ରହିଛି । ସେଥିରୁ ୧୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଗଛ ଅନ୍ତର୍ଭୁକ୍ତ ।୨୦୧୫ ମସିହାରେ ତକ୍ରାଳୀନ ଓଡ଼ାପଡ଼ା ତହସିଲ୍ଦାରଙ୍କ ଠାରୁ ଉକ୍ତ ଜାଗାରେ ଏକ ବିୟର ଫ୍ୟାକ୍ଟ୍ରି ହେବବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏଥିନିମନ୍ତେ ୨୦୧୬ ନଭେମ୍ବରରେ ଏକ ପଲ୍ଲୀସଭା ହୋଇ ତାହା ମାଧ୍ୟମରେ କରାଯିବ ବୋଲି ପ୍ରସ୍ତାବ ଥିଲା । କିନ୍ତୁ ପରମୁହୂର୍ତ୍ତରେ କରାଯାଇନଥିଲା । ପୂର୍ବରୁ ଜଙ୍ଗଲ ଜମି ହିସାବରେ ଏହା ଗ୍ରାମବାସୀ ଜାଣିଥିଲେ । ପରମୁହୂର୍ତ୍ତରେ ଏହାକୁ ତଞ୍ଚକତା କରି ରାଜସ୍ୱ ଜମିିରେ ପରିବର୍ତ୍ତନ କରାଯାଇ ଇଡ୍କୋକୁ ହସ୍ତାନ୍ତର କରାଯାଇଥିଲା । ଏ ବାବଦରେ ଗ୍ରାମବାସୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଲୋକଙ୍କୁ ମଧ୍ୟ ଏଥିନିମନ୍ତେ ଜଣାଇଥିଲେ । ବଳରାମପୁରରେ ପାଣି ସମସ୍ୟା ଲାଗି ରହିଛି । କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଅଧିକାରୀ କହିଥିଲେ ବ୍ରାହ୍ମଣୀରୁ ପାଣି କମ୍ପାନୀ ପରିଚାଳନା କରିବ । ମାତ୍ର ଏହା ଅସମ୍ଭବ ବୋଲି ଗ୍ରାମବାସୀମାନେ ଜାଣିବାକୁ ପାଇଲେ ଏବଂ ଏହାକୁ ନେଇ ବିରୋଧ ତୀବ୍ରତର ହେଲା ବୋଲି କହିଥିଲେ । ଗତ ୩ ଦିନତଳେ ହୋଇଥିବା ଘଟଣା ପରେ ଗ୍ରାମବାସୀମାନେ ଉକ୍ତ ଜଙ୍ଗଲକୁ ପାଳି କରି ଜଗି ଆସୁଛନ୍ତି । କାରଣ ଗଛ ଚୋରି ହୋଇଯିବାର ଭୟ ନଚେତ୍ ଗଛରେ ନିଆଁ ଲଗାଇ ଦେଇ ଗ୍ରାମବାସୀଙ୍କୁ ବଦ୍ନାମ କରିବାର ଭୟରେ ସେମାନେ ସଜାଗ ହୋଇଛନ୍ତି ବୋଲି ଜଣାଇଥିଲେ । ଏ ସବୁ ଶୁଣିବା ପରେ କମିଶନର ସେମାନଙ୍କର ଅଭିଯୋଗ ଓ ଦାବି ଲିଖିତ ଆକାରରେ ଦେବାପାଇଁ ପ୍ରକାଶ କରିବା ସହ ସରକାରଙ୍କୁ ଏହା ଜଣାଇବେ ବୋଲି ସେ ପ୍ରକାଶ କରିଥିଲେ । ବନବିଭାଗ ସହିତ ଆଲୋଚନା କରି କଟିଯାଇଥିବା ଗଛଗୁଡିକ ସ୍ଥାନରେ ନୂତନ ବୃକ୍ଷରୋପଣ କରାଯିବ ବୋଲି କହିଥିଲେ । ଆଞ୍ଚଳିକ ଉନ୍ନୟନ ପରିଷଦ କମିଟିର ସମ୍ପାଦକ ସୁଶାନ୍ତ କୁମାର ଧଳ ଗ୍ରାମବାସୀମାନେ ମଦକୁ ବିରୋଧ କରିବା ସହ ଗ୍ରାମର ମହିଳାମାନେ ଏକ ମଦ ବିରୋଧୀ ଶୋଭାଯାତ୍ରା ମଧ୍ୟ କରିଛନ୍ତି । ଗ୍ରାମକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ସମସ୍ତଙ୍କର ଚିନ୍ତାଧାରା ରହିଛି । କିସମ ବଦଳା ଯାଇ ଜଙ୍ଗଲ ଜମି ଇଡ୍କୋକୁ ହସ୍ତାନ୍ତର କରାଯାଇଥିବାରୁ ତାହା ଜଙ୍ଗଲ ଜମିରେ ପୁନଃ ପରିବର୍ତ୍ତନ କରାଯାଉ ବୋଲି ସେ କମିଶନ୍ରଙ୍କୁ କହିଥିଲେ । ଆଲୋଚନା ଆରମ୍ଭରେ ଗ୍ରାମବାସୀ କମିଶନରଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ କମ୍ପାନୀ ପ୍ରତିଷ୍ଠାକୁ ବାତିଲ୍ କରିଥିବା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଆନ୍ତରିକତାର ସହ ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com