1-------bantala-gramare-chakada-poka-,HATADIHI-(1)

ଶତାଧିକ ଏକର ଚାଷଜମି ନଷ୍ଟକଲା ଚକଡ଼ା

15

କାମ କରୁନି ସରକାରୀ ଔଷଧ, ଚିନ୍ତାରେ ଚାଷୀ
ହାଟଡ଼ିହି(ଆପ୍ର): ସରକାର ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ସହ ଚାଷୀକୁଳ ଯେଭଳି ସମାଜରେ ସୁସ୍ଥ ଭାବେ ଚଳିପାରିବେ ସେଥିପାଇଁ ଯୋଜନାମାନ କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ ସରକାରଙ୍କ ଯୋଜନାଗୁଡ଼ିକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ବେଳେ ସରକାରୀ ଔଷଧ କାମରେ ଲାଗୁ ନାହିଁ । ଫଳରେ ଚାଷୀ ଚାଷ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରି କମ୍ ଲାଭ ପାଉଥିବାରୁ ଭାରସାମ୍ୟ ହରାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକରେ । ଏହି ବ୍ଲକରେ ୧୨ ହଜାର ହେକ୍ଟରରୁ ଊଦ୍ଧ୍ୱର୍ ଜମିରେ ଜଳସେଚିତ ହୋଇଥିବା ବେଳେ ୫ ହଜାର ହେକ୍ଟରରୁ ଊଦ୍ଧ୍ୱର୍ ଅଣଜଳସେଚିତ । ଏହି ବ୍ଲକ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଅଣଜଳସେଚିତ ଜମିଗୁଡ଼ିକରେ ଜଳସେଚନର ସୁବିଧା କରିବାକୁ ପ୍ରୟାସ କରୁନାହିଁ । ସବୁଠାରୁ ଦୁଃଖର ବିଷୟ ହେଉଛି ଅଣଜଳସେଚିତ ଅଞ୍ଚଳରେ ସାଳନ୍ଦୀ ହଦଗଡ଼ ଡ୍ୟାମର ବିଦ୍ୟାଧରପୁରରେ ଏକ ବ୍ୟାରେଜ ରହିଛି । ସେହି ବ୍ୟାରେଜରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଣି ନେଇ ଶସ୍ୟଶ୍ୟାମଳା ହୋଇପଡ଼ିଥିବା ବେଳେ ଯେଉଁ ଅଞ୍ଚଳରେ ବ୍ୟାରେଜ ହୋଇଛି ସେ ଅଞ୍ଚଳର ଚାଷୀ ଜଳସେଚନର ସୁବିଧା ପାଉନାହାନ୍ତି । ଫଳରେ ୨୦ରୁ ୩୦ ଭାଗ ଧାନ ଅମଳ କମିବା ନେଇ ଆଶଙ୍କା ଦେଖା ଦେଇଛି । ଏଥିସହ ଅନ୍ୟ ଏକ ବିପଦ ସାଜିଛି ଚକଡ଼ା ଓ ଗୁଣ୍ଡି ପୋକ । ଏହି ପୋକ ଧାନ ଗଛକୁ ଚରିଯାଉଥିବାରୁ ଅମଳ କମିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଜଳସେଚିତ ଜମିରେ ଚକଡ଼ା ପୋକ ଲାଗିଥିବାରୁ ତାହା ନିୟନ୍ତ୍ରଣକୁ ଆସିପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ସରକାରୀ ଔଷଧ ବିଲରେ ପକାଇଲେ ଚକଡ଼ା ପୋକ ମରୁନାହାନ୍ତି କି ନିୟନ୍ତ୍ରଣକୁ ଆସୁନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଅଞ୍ଚଳର ଶହ ଶହ ଏକର ଜମି ଚକଡ଼ା ପୋକରେ ଆକ୍ରାନ୍ତ ହୋଇଥିବାରୁ ଚାଷୀ ଚିନ୍ତାଗ୍ରସ୍ତ ହୋଇପଡ଼ିଛି ।
ବନ୍ତଳା ଗ୍ରାମର ଚାଷୀ ଚିନ୍ତାମଣୀ ଖୁଣ୍ଟିଆଙ୍କର ୫ଏକର ଜମିରେ ଗୁଣ୍ଡିଆ ପୋକ ଲାଗିଥିବାରୁ ସେ ଏବେ ଚିନ୍ତାରେ ଅଛନ୍ତି । ପାଖାପାଖି ୧୨ହଜାରରୁ ଊଦ୍ଧ୍ୱର୍ ଟଙ୍କାର ବିଷ ପ୍ରୟୋଗ କରିଥିଲେ ମଧ୍ୟ ତାହା ନିୟନ୍ତ୍ରଣକୁ ଆସିପାରିନାହିଁ । ଫଳରେ ଧାନଗୁଡ଼ିକ ନଷ୍ଟ ହୋଇଯାଇଛି । ଏଣୁ କିଭଳି ଋଣ ସୁଝିବେ ତାହା ନେଇ ଚିନ୍ତାରେ ଥିବା ସେ କହିଛନ୍ତି । ସେହିପରି ଚିନ୍ତାମଣି ଜେନାଙ୍କ ୪ ଏକର ଜମିରେ ଚକଡ଼ା ପୋକ ଲାଗିଛି । ସେ କିଛି ଜମି ଲିଜ୍ରେ ଆଣି ଚାଷ କରୁଛନ୍ତି । ଭାବିଥିଲେ ଏକର ପିଛା ୨୫ କ୍ୱିଣ୍ଟାଲ ଧାନ ଅମଳ କରି ଲାଭ କରିବେ । କିନ୍ତୁ ଚକଡ଼ା ପୋକ ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ୨ ଏକର ଜମି ନଷ୍ଟ ହୋଇଥିବା ବେଳେ ଅନ୍ୟ ୩ ଏକରରେ ୫କ୍ୱିଣ୍ଟାଲ ପାଇବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି । ଗାଁର ଭିକାରୀ ଜେନା, ନବଘନ ଜେନା, ଶ୍ରୀମତୀ ଜେନା, ଉତ୍ତମ ଜେନା, ହୃଷିକେଶ ଖୁଣ୍ଟିଆ, ଜଳଧର ଜେନା, ବାଲିଆ ଗ୍ରାମର ରାମ ସାହୁ, ମନ୍ଦରଧର ରାଉତ, ବନମାଳୀ ରାଉତ, ଅମର ସାହୁ, ଗୌରାଙ୍ଗ ବାରିକ, ରାଜେଶ ରାଉତ, ବିଶ୍ୱନାଥ ବାରିକଙ୍କର ଗୁଣ୍ଡିଆ ପୋକ ଓ ଚକଡ଼ା ପୋକରେ ଫସଲ ନଷ୍ଟ ହୋଇଛି । ସୋସୋ, ବାଲିବୁରେଇ, ପଢ଼ିଆରୀପଲୀ, ସଢ଼ା, ଜମ୍ଭିରା, ଓରାଳି, ଅଁରା, କଳିଗାଁ, ଆମ୍ବୋ, ବଡ଼ରମ୍ପାସ ଆଦି ବହୁ ପଞ୍ଚାୟତରେ ପୋକ ଦାଉ ସାଜିଥିବାରୁ ଚାଷୀ ବେହାଲ ହୋଇପଡ଼ିଛନ୍ତି । ଗୋଟେ ପଟେ ସରକାରୀ ଔଷଧ କାମ କରୁନଥିବା ବେଳେ ଅନ୍ୟପଟେ ଆବଶ୍ୟକ ଅନୁଯାୟୀ କୀଟନାଶକ ନଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସାହାଯ୍ୟ ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି । ନହେଲେ ଋଣ ବୋଝରେ ଚାଷୀ ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com