Untitled-1

ଏକର ଏକର ଧାନ ଫସଲ ନଷ୍ଟକଲେ ହାତୀ

16

ବଣାଇଁ (ଆପ୍ର): ବଣାଇଁ ଗୁରୁଣ୍ଡିଆ ବନଖଣ୍ଡ ତାମଡ଼ା ରେଞ୍ଜ ଅଧୀନସ୍ଥ ଏକର ଏକର ଧାନ ଫସଲ ଖାଇବା ସହ ନଷ୍ଟ କରିଛନ୍ତି ଜଙ୍ଗଲୀ ହାତୀ ପଲ । ସୂଚନାନୁଯାୟୀ, ତାମଡ଼ା ରେଞ୍ଜ ଅଧୀନସ୍ଥ କଣ୍ଟାପାଲ୍ଲିି ଓ ନୁନିଆପାଲ୍ଲିି ଗ୍ରାମରେ ୨୫ ପଟ ଜଙ୍ଗଲୀ ହାତୀ ଭୋରରୁ ଫସଲ ନଷ୍ଟ କରିବା ସହ ମାଡ଼ି ଦଳି ନଷ୍ଟ କରୁଛନ୍ତି । ସରେଇ ମୁଣ୍ଡା ନାମକ ଚାଷୀଙ୍କର ଏକ ଏକର କନ୍ଦମୂଳ କନ୍ଦା ହାତୀ ଖାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଭୀମ ମୁଣ୍ଡା, କାରମେଲା ଲୁଗୁନ, ପାଣ୍ଡରୁ ମୁଣ୍ଡା, ଦେବଦତ୍ତ ନାଏକ ପ୍ରମୁଖଙ୍କ ଧାନ ଫସଲ ହାତୀ ନଷ୍ଟ କରିଛି । ଚାଷୀମାନଙ୍କ କହିବାନୁଯାୟୀ ଫସଲ ନଷ୍ଟ ହୋଇଥିବା ବେଳେ ବନବିଭାଗର କର୍ମଚାରୀ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ତେଣୁ ବନ ବିଭାଗ ପକ୍ଷରୁ ଚାଷୀଙ୍କ କ୍ଷତି ହୋଇଥିବା ଫସଲର ତଦନ୍ତ କରି କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com