ROAD-WORK

ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

17

ପ୍ରଶାସନ ଶୁଣିଲାନି
ବାଲିଆପାଳ, ୧୮ ।୧୧(ଆପ୍ର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ଗ୍ରାମପଞ୍ଚାୟତ ପଞ୍ଚରୁଖି-ଖଗଡାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଠାରୁ ମଧୁପୁରା ପର୍ଯ୍ୟନ୍ତ ଯାଇଥିବା ଏକ କିଲୋମିଟର ରାସ୍ତାଟି ଦୀର୍ଘଦିନହେଲା ମରଣାଯନ୍ତା ହୋଇ ପଡିରହିଥିଲା । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ଯାଇଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ମଧୁପୁରା, ମାଧପାଢୀ ଶାସନ, ପଞ୍ଚରୁଖୀ ତଥା ଖଗଡାପାଳ ଗ୍ରାମର ଶହ ଶହ ଲୋକେ ନାନା ହଇରାଣ ହରକତ ହେଉଥିଲେ । ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ସରପଞ୍ଚ ତଥା ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀ ମିଳିତ ଉଦ୍ୟମରେ ଏହି ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି । ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ମୋରମ ବାଲି କିଣିବା ସହ ରାସ୍ତାଟିକୁ ମରାମତି କରିଛନ୍ତି । ଗ୍ରାମର ଆଦ୍ୟନାଥ ଜେନା, ଚିନ୍ତାମଣି ନାୟକ, ଅଶୋକ ବାଗ, ଶ୍ରୀଧର ନାୟକ, ପ୍ରଶାନ୍ତ ସାହୁ, ମନୋରଞ୍ଜନ ନାୟକ, ପ୍ରଦୀପ ସାହୁ, ଦିଲ୍ଲୀପ ବାଗ ପ୍ରମୁଖ ଯୁବକମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସେଆର କରନ୍ତୁ:



Powered by odothemes.com