Photo-4

ତିନି ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା

13

ଜାରକା(ଆପ୍ର): ଧର୍ମଶାଳା ନିର୍ବାଚନମଣ୍ଡଳୀର ୩ ଟି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପଦଯାତ୍ରାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତାରାୟ ଦଳୀୟ କର୍ମୀଙ୍କ ସହିତ ଚୋରମୁହାଁ ଗାଁର ବଜାରଗଡାରୁ ପଦଯାତ୍ରାରେ ବାହାରିଥିଲେ । ପରେ ସେ ପ୍ରତ୍ୟେକ ସାହି ବସ୍ତିକୁ ଯାଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବିଧାୟକଙ୍କ ପଦଯାତ୍ରା ବିଭିନ୍ନ ଗାଁରେ ପହଞ୍ଚôବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସେ ଚହଟା ପଞ୍ଚାୟତ ଓ ଜାରକା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅନୁଷ୍ଠିତ ଜନସମ୍ପର୍କ ଯାତ୍ରାରେ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ନିର୍ବାଚନମଣ୍ଡଳୀ ସଭାପତି ଜଳଧର ମହାନ୍ତି, ରାଜ୍ୟ ପରିଷଦ ସଭ୍ୟ ଜଳଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୁରେଖା ନାୟକ, ପ୍ରଣତୀ ଲେଙ୍କା, ମମତା ଦଣ୍ଡପାଟ, ଯୁବ ସଙ୍ଗଠକ ଅଶୋକ ସାହୁ, ସବ୍ୟସାଚୀ ସୁନ୍ଦରରାୟ, କ୍ଷୀରୋଦ ମୁଦୁଲି, ବ୍ଲକ ବିଜେଡି ସଭାପତି ନିରଞ୍ଜନ ବଳ, ହିମାଂଶୁ ସାହୁ, ଛାତ୍ର ବିଜେଡି ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଶତପଥି, ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ରେଣୁବାଳା ଶତପଥୀ, ନିର୍ବାଚନମଣ୍ଡଳୀ ସଭାନେତ୍ରୀ ମିନତୀ ପଣ୍ଡା ପ୍ରମୁଖ ଶତାଧିକ କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com