14-11-2018=8

ରାଜ୍ୟରେ ରହିବେ ଓଡ଼ିଆ ଗବେଷକ

12

ଭୁବନେଶ୍ୱର, (ବୁ୍ୟରୋ): ଆର୍ଥିକ ସହାୟତା, ପ୍ରୋତ୍ସାହନର ଅଭାବ ରହିଥିବାରୁ ଗବେଷକମାନେ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଛନ୍ତି । ଏହି ଗବେଷଣାର ସୁଫଳ ବାହାରେ ରହି ଯାଉଛି । ଅନେକ ଗବେଷକ ସଫଳ ହେବା ପରେ ବିଦେଶ ଚାଲି ଯାଉଛନ୍ତି । ସେହିପରି ଅନେକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ସମୟରେ ଉପଯୁକ୍ତ ସୁଯୋଗ ପାଉନଥିବାରୁ ସେମାନେ ଠିକ୍‌ ସମୟରେ ନିଜ ଦକ୍ଷତା ବୃଦ୍ଧି କରିବାକୁ ସକ୍ଷମ ହେଉନାହାନ୍ତି । ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ଆଜି ଦିନତମାମ୍‌ ଆଲୋଚନା କରିଛି । ଶେଷରେ ଉଚ୍ଚ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ଆଣିବା ଲାଗି ନିଷ୍ପତ୍ତି ହୋଇଛି । ନୂଆ ଘୋଷଣା ଅନୁସାରେ ଏବେ ରାଜ୍ୟରେ ଯୁବ ଗବେଷକମାନଙ୍କ ପାଇଁ ସରକାର ଅର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି । ଏଣିକି ସାଧାରଣ ଗବେଷଣା ପାଇଁ ମାସିକ ୧୫ ହଜାର ଟଙ୍କା ଏବଂ ପରୀକ୍ଷାଗାରଭିତ୍ତିକ ଗବେଷଣା ପାଇଁ ମାସିକ ୨୫ ହଜାର ଟଙ୍କା ଦିଆଯିବ । ୩୫ଟି ବିଷୟରେ ଫେଲୋସିପ୍‌ ପାଇଁ ୫ଟି ଲେଖାଏଁ ସିଟ୍‌ ରହିବ ଏବଂ ଏଥିରୁ ୨ଟି ସିଟ୍‌ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ।
ଏହି ସମ୍ମିଳନୀରେ ମୁଖ୍ୟତଃ ଶିକ୍ଷାବିତ ଓ ଶିଳ୍ପ ସଂସ୍ଥା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଯୋଜନା ମୁଖ୍ୟତଃ ଗବେଷଣା ପାଇଁ ସହାୟତା ଦେବ । ଯେଉଁ ଛାତ୍ରଛାତ୍ରୀ ଏନ୍‌ଇଟି ଯୋଗ୍ୟତା ହାସଲ କରିଛନ୍ତି କିନ୍ତୁ କେନ୍ଦ୍ରୀୟ ସହାୟତା ପାଉ ନାହାନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏଥିରେ ଯୋଗ୍ୟ ବିବେଚିତ ପ୍ରତି ବିଷୟରୁ ୫ ଜଣଙ୍କୁ ମିଶାଇ ୩୫ଟି ବିଷୟରେ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ଜେଆରଏଫ୍‌ ପ୍ରଦାନ କରାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପରିଚାଳନା କରିଥବିା ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ କହିଛନ୍ତି, କେବଳ ୩୦ ବର୍ଷରୁ କମ୍‌ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଏହି ଫେଲୋସିପ୍‌ ପାଇ ପାରିବେ । ପ୍ରତିବର୍ଷ ସେମାନେ ଆୟୋଜିତ ପ୍ରଦର୍ଶନୀରେ ନିଜ ଗବେଷଣାକୁ ପ୍ରଦର୍ଶନ କରିବେ । ଏହାକୁ ଦେଖି ତାଙ୍କ ଗବେଷଣାକୁ ଆଗାମୀ ସହାୟତା ପ୍ରଦାନ କରିବା ପାଇଁ ମୂଲ୍ୟାୟନ କରାଯିବ । ଏହାଦ୍ୱାରା ସେମାନେ ଓଡ଼ିଶାରେ ରହି ଗବେଷଣା କରିବେ, ଯାହା ଆମ ରାଜ୍ୟର ବିକାଶ ଦିଗରେ ବ୍ୟବହାର ହୋଇପାରିବ । ଅନ୍ୟ ଏକ ବଡ଼ ନିଷ୍ପତ୍ତି କ୍ରମେ ଆର୍ଲି କ୍ୟାରିୟର୍‌ ରିସର୍ଚ୍ଚ ଗ୍ରାଣ୍ଟ ବାବଦରେ ନିଷ୍ପତ୍ତି ହୋଇଛି । ଗବେଷଣା କରିବା ପାଇଁ ୪୦ ବର୍ଷରୁ କମ୍‌ ଅଧ୍ୟାପକମାନଙ୍କୁ ଗବେଷା ସହାୟତା ବାବଦରେ ଦୁଇ ବର୍ଷ ପାଇଁ ଆଗୁଆ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସେଆର କରନ୍ତୁ:



Powered by odothemes.com