PHOTO14BHU-MIO-Bibhu-Mahapatra-4

ଟେକ୍ସଟାଇଲରେ ସମ୍ଭାବନା ଉଜ୍ଜ୍ୱଳ

16

ଭୁବନେଶ୍ୱର, (ବୁ୍ୟରୋ): ଆଜି ଥିଲା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଚତୁର୍ଥ ଦିବସ । ମୁଖ୍ୟ ଆକର୍ଷଣ ଥିଲେ ଅ ।ନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର । ଓଡ଼ିଶାର ମାଟିରୁ ଯାଇ ସୁଦୂର ଆମେରିକାରେ ଜଣେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ଭାବେ ପ୍ରସିଦ୍ଧି ଲାଭ କରିଥିବା ବିଭୁଙ୍କ ସାକ୍ଷାତ ପାଇଁ ସାମ୍ବାଦିକମାନଙ୍କ ମଧ୍ୟରେ ମଧ୍ୟ ଥିଲା ଉତ୍କଣ୍ଠା । ବିଭୁ ମିଡିଆ ଲାଉଞ୍ଜରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଘେରିଯାଇଥିଲେ ସାମ୍ବାଦିକମାନେ ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବାକୁ ଯେଉଁ ସୁଯୋଗ ପାଇଛନ୍ତି ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇଛି । ତାଙ୍କ ସହ ମୋର ଦୀର୍ଘଦିନର ପରିଚୟ । ସେ ହିଁ ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ ସାକ୍ଷାତ କରାଇଥିଲେ । ସ୍କିଲ ଡେଭଲପମେ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍ଚିଙ୍କ ସହ ସଂପର୍କ କରାଇଲେ । ଶିଳ୍ପ ସଚିବ ସଞ୍ଜୀବ ଚ୍ରୋପାଙ୍କ ସହ ମଧ୍ୟ ଯୋଗାଯୋଗ ହେଲା । ଯାହାଫଳରେ ଏମାନଙ୍କର ସହଯୋଗ ଓ ପ୍ରେରଣା ଯୋଗୁଁ ମୁଁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଭଳି ଏକ ବିରାଟ ପ୍ଲାଟଫର୍ମରେ ଫେସନ ସୋ କରିବାରେ ସକ୍ଷମ ହୋଇଛି । ସବୁବେଳେ ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ଫୋକସ୍ କରିଅ ।ସିଛି । ବିଶେଷ କରି ଆଦିବାସୀ ପରମ୍ପରା, କଳା ସଂସ୍କୃତିକୁ ମୋର ଶାଢ଼ୀ ଡିଜାଇନ୍ରେ ଫୋକସ୍ କରିଛି । ମେକ୍ ଇନ୍ ଓଡ଼ିଶାରେ ଯେଉଁ ଫେସନ ସୋ କରିଥିଲି ଏଥିରେ ୧୪ଟି ଶାଢ଼ୀ ପ୍ରଦର୍ଶିତ ହୋଇଛି । ଓଡ଼ିଆ ମାଟିର ମୁଁ ମଣିଷ, ତେଣୁ ଓଡ଼ିଶାର ହସ୍ତ କଳାକୁ ବିଶ୍ୱ ଦରବାରରେ ପ୍ର·ର ଓ ପ୍ରସାର କରାଇବା ହେଉଛି ମୋର ଲକ୍ଷ୍ୟ । ତେବେ ସବୁର ସୃଷ୍ଟି କର୍ତ୍ତା ହେଉଛି ବୁଣାକାର । ଏମାନଙ୍କ ବିନା ସଫଳତା ସମ୍ଭବ ନୁହେଁ । ମୁଁ ୩୫ଟି ଶାଢ଼ୀର ଡିଜାଇନ କରିଛି, ୭ବର୍ଷ ମଧ୍ୟରେ ସେଗୁଡିକ ରି ଡିଜାଇନ ହୋଇ ମାର୍କେଟରେ ବିକ୍ରି ହେଉଛି । ବୁଣାକାରମାନଙ୍କ ଆର୍ଥôକ ଉନ୍ନତି ପାଇଁ ସେମାନଙ୍କର ପ୍ରତି ଉତ୍ପାଦନ ପିଛା ଏକ ନିର୍ଦ୍ଦିଷ୍ଟ ଦର ସ୍ଥିର ହେବା ଉଚିତ । ସମସ୍ତ ଆର୍ଥିକ କାରବାର ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା ମଧ୍ୟରେ କରାଗଲେ ବୁଣାକାରମାନଙ୍କ ଠାରୁ କେତେ ସାମଗ୍ରୀ କିଣାଗଲା ଓ ବୁଣାକାର କେତେ ପଇସା ପାଇଲା, ତାହା ସାଧାରଣରେ ଉପଲବ୍ଧ ହେବ ଓ କାରବାରରେ ସ୍ୱଚ୍ଛତା ମଧ୍ୟ ରହିବ । ସରକାରୀ ସ୍ତରରେ ମଧ୍ୟ ଏଥିନେଇ ଏକ ଗାଇଡ୍ ଲାଇନ୍ ରହିବା ଆବଶ୍ୟକ । ଟେକ୍ସଟାଇଲ କ୍ଷେତ୍ରରେ ଓଡ଼ିଶା ପାଇଁ ଅଧିକ ପୁଞ୍ଜି ଅ ।ସିପାରିବ କି ପ୍ରଶ୍ନର ଉ ରରେ ବିଭୁ କହିଲେ ଟେକ୍ସଟାଇଲ କ୍ଷେତ୍ରରେ ଓଡ଼ିଶା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପୁଞ୍ଜି ନିବେଶକାରୀଙ୍କ ମଧ୍ୟରେ ଏକ ଅ ।ତ୍ମବିଶ୍ୱାସ ସୃଷ୍ଟି କରାଯିବା ଉଚିତ୍ । ଯାହାଫଳରେ ସେମାନେ ଏ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ବୁଣାକାର ସର୍ବୋପରି ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ । ସେହିପରି ଯେଉଁ ଶାଢ଼ୀ ଯେଉଁ ବୁଣାକାରଙ୍କ ଦ୍ୱ୍ଚାରା ପ୍ରସ୍ତୁତ ସେହି ଶାଢ଼ୀରେ ସଂପୃକ୍ତ ବୁଣାକାରଙ୍କ ନାମ ଉଲ୍ଲେଖ କରିବା ସପକ୍ଷରେ ସେ ମତ ଦେଇଥିଲେ । ଫଳରେ ସେହି ବୁଣାକାର ଜଣଙ୍କର ନାମ ପ୍ରଚାରିତ ହେବା ସହିତ ବ୍ୟବସାୟୀ ଦୃଷ୍ଟିରୁ ସେ ଅଧିକ ଉପକୃତ ହେଇପାରିବେ ବୋଲି କହିଥିଲେ । ସେହିଭଳି ଟସରକୁ କେବଳ ଶାଢ଼ୀ ବ୍ୟବହାରରେ ସିମୀତ ନରଖି ଗୃହପକରଣ ଜିନିଷରେ ମଧ୍ୟ ବ୍ୟବହାର କଲେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭ ମିଳିବ । ଆର୍ନ୍ତଜାତିକ ବଜାରରେ ଏହାର ଯଥେଷ୍ଟ ·ହିଦା ରହିଛି । ଓଡ଼ିଶାରେ ଉତ୍ପାଦିତ ଡିଜାଇନ ଶାଢ଼ୀ ବଜାର ଓଡ଼ିଶା ସମେତ ଦେଶ ମଧ୍ୟରେ ରହିଛି । ତେବେ ଡ୍ରେସ୍ ମେଟେରିଅ ।ଲ କରାଗଲେ ଅ ।ନ୍ତର୍ଜାତିକ ବଜାରରେ ଏହା ବିଶେଷ ଆଦୃତ ହେବ । କାରଣ ବିଦେଶରେ ଶାଢ଼ୀ ପ୍ରାୟ କମ ମହିଳା ପିନ୍ଧନ୍ତି । ଓଡ଼ିଶା ପାଇଁ ଲକ୍ଷ୍ୟ କ’ଣ ଶୀର୍ଷକ ପ୍ରଶ୍ନରେ ବିଭୁ କହିଲେ ଯେ, ଯଦି ଅ ।ଗାମୀ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ତାଙ୍କୁ ସୁଯୋଗ ମିଳେ ତାହାହେଲେ ରାଜ୍ୟର ସମଗ୍ର ବୁଣାକାର ବିଶେଷ କରି ଆଦିବାସୀ ଅଞ୍ଚଳରୁ ଆସୁଥିବା ବୁଣାକାରମାନଙ୍କୁ କନ୍କ୍ଲେଭ ମ ରେ ଏକାଠି କରିବେ ।

ସେଆର କରନ୍ତୁ:



Powered by odothemes.com