BJD-P

ଭୁଲ୍ ତଥ୍ୟ, ମିଥ୍ୟା ପ୍ରତିଶ୍ରୁତିରୁ କ୍ଷାନ୍ତ ରହୁ ବିଜେପି

10

କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ ପ୍ରସଙ୍ଗ
ଭୁବନେଶ୍ୱର(ବୁ୍ୟରୋ): ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ପ୍ର୍ରସ୍ତାବିତ କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଜେପି ନେତାମାନେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ ନକରି ବାରମ୍ବାର ରାଜ୍ୟବାସୀଙ୍କୁ ଭୁଲ୍ ତଥ୍ୟ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଏଥିରୁ କ୍ଷାନ୍ତ ରହି ଏ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଦାବି କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଛନ୍ତି, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍ ହାଇୱେ ନିର୍ମାଣ କରିବା ପାଇଁ ତକ୍ରାଳୀନ କେନ୍ଦ୍ର ସଡ଼କ, ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ । ଏହି କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱର-ପୁରୀ ୬୭.୨ କିମି ୪ ଲେନ୍‌ ରାସ୍ତା ୨୦୧୧ରୁ ନିର୍ମାଣ ଆରମ୍ଭ ହୋଇ ୨୦୧୫ରେ ଶେଷ ହେବା କଥା । ମାତ୍ର ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତା ଶେଷ ହେଲା ନାହିଁ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ଲାଗି ଆଲଏନ୍ମେଣ୍ଟ୍ ସ୍ଥିର ହୋଇନି । ଏହାଛଡ଼ା ଉକ୍ତ ପ୍ରକଳ୍ପ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଯାଉଥିବା ବେଳେ କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଯାଇନି । ଏ ବାବଦରେ ଏନ୍ଏଚ୍ଏଆଇ ମଧ୍ୟ ଅନ୍ଧାରରେ ରହିଛି । ହେଲେ ବାସ୍ତବ ତଥ୍ୟକୁ ନଯାଇ ବିଜେପି ନେତାମାନେ ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଅପରପକ୍ଷରେ ଚିଲିକା ଉପରେ ବ୍ରିଜ୍‌ ହେବ, ଗୋପାଳପୁରରୁ ଦୀଘା କୋଷ୍ଟାଲ୍‌ ହାଇୱେ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ନବକଳେବର ଠାରୁ ଆଜି ପର୍ଯ୍ୟନ୍ତ ପ୍ରଚାର ଓ ପ୍ରସାର କରାଯାଉଛି । ହେଲେ ତାହା ହେଲା ନାହିଁ । ଚିଲିକାରେ ସି-ପ୍ଲେନ୍‌ ପ୍ରକଳ୍ପ ଭଳି ଏହି ପ୍ରକଳ୍ପଗୁଡ଼ିକ ନହେଉ ବୋଲି ଶ୍ରୀ ଦାସବର୍ମା କହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com