vabaniptna-page-2

ଚାଲିପାରୁନି ଶିଶୁକନ୍ୟା, ମା’ ସାହାରା

12

ଅର୍ଥ ସାଜିଛି ବାଧକ
ଭବାନୀପାଟଣା(ଆପ୍ର): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଲିଛଡ଼ାର ପବିତ୍ର ପ୍ରଧାନୀଙ୍କ ୪ ବର୍ଷର ଝିଅ ମାନିନୀ ପିଲି ରୋଗରେ ଆକ୍ରାନ୍ତ ହୋଇ ଚଲାବୁଲା କରି ପାରୁନାହିଁ । ଜନ୍ମ ହେବାର କିଛି ଦିନ ପରେ ମାନିନୀର ପେଟ ବଢ଼ିବାକୁ ଲାଗିବାରୁ ପବିତ୍ର ଓ ମା’ କାଜଲ ତାକୁ ଭବାନୀପାଟଣା ଜିଲ୍ଲା ଚିକିସôାଳୟକୁ ନେଇଥିଲେ । ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ତେବେ ପବିତ୍ରଙ୍କ ନିକଟରେ ଅର୍ଥ ନଥିବାରୁ ଝିଅକୁ ଘରକୁ ନେଇଆସିଥିଲେ । ସେବେଠାରୁ ମାନିନୀ ଘରେ ପଡ଼ିରହିଛନ୍ତି । ଚିକିସôା ଅଭାବରୁ ମାନିନୀର ପେଟ ଫୁଲିଯିବାରୁ ସେ ଚାଲବୁଲ କରିପାରୁନି । କେବଳ କାଜଲଙ୍କ ସାହାରାରେ ସେ ବଞ୍ଚô ରହିଛି । ରୋଗ ଯୋଗୁ ନଖ ମଧ୍ୟ ନଷ୍ଟ ହେବାରେ ଲାଗିଛି । ପବିତ୍ର କୁଲି ମଜୁରି କରି ପରିବାର ଚଳାନ୍ତି । ଝିଅର ଉନ୍ନତ ଚିକିତ୍ସା ଲାଗି ଅର୍ଥ ଯୋଗାଡ଼କରିବା ତାଙ୍କ ପାଇଁ ସମ୍ଭବ ନୁହେଁ । ଝିଅର ଭବିଷ୍ୟତକୁ ନେଇ ସ୍ୱାମୀ-ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅନ୍ୟପକ୍ଷରେ ଏ ନେଇ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡାଙ୍କୁ ପଚାରିବାରୁ ତାଙ୍କ ଘରକୁ ଯାଇ ମାନିନୀକୁ ଦେଖିବା ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ସେଆର କରନ୍ତୁ:



Powered by odothemes.com