IMG-20181114-WA0028c

କରେଣ୍ଟ୍ ଲାଗି ଆଉ ଏକ ଦନ୍ତା ମୃତ

14

ବଇଣ୍ଡା,୧୪ା୧୧(ଆପ୍ର): ବିଦୁ୍ୟତ୍ ସଂସ୍ପର୍ଶରେ ୭ ହାତୀ ମୃତୁ୍ୟବରଣ କରିବା କଥା ମନରୁ ନଲିଭୁଣୁ ଆଉ ଏକ ଦନ୍ତା ବିଦୁ୍ୟତ୍ ସଂସ୍ପର୍ଶରେ ଆସି ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ସାପଘରା ପଞ୍ଚାୟତ ହଣ୍ଡପା ରେଞ୍ଜ୍ ହେମାମୁରା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦୁ୍ୟତ୍ ଆଘାତରେ ଏକ ଦନ୍ତା ମୃତୁ୍ୟବରଣ କରିଛି । ଘଟଣାକୁ ଲୁଚାଇବା ପାଇଁ ଶିକାରୀମାନେ ଧାନଗଛ କାଟି ହାତୀକୁ ଗୁଡ଼ାଇ ଦେଇଥିଲେ । ହାତୀର ବୟସ ୩୦ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି । ଘଟଣାରୁ ଜଣାପଡ଼ିଛି ଯେ ହେମାମୁରା ଗ୍ରାମରେ ଗତ କିଛିଦିନ ହେବ ବାର୍ହା ଓ ହାତୀ ଉପଦ୍ରବ ଲାଗି ରହିଛି । ଧାନ ଫସଲ ପାଚି ଆସିବାରୁ ଖାଇବା ପାଇଁ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି । ମଙ୍ଗଳବାର ବାର୍ହା ଶିକାର କରିବା ପାଇଁ ଶିକାରୀମାନେ ଗ୍ରାମଦେଇ ଯାଇଥିବା ୧୧ କେଭି ତାରଠାରୁ ଧାନ ବିଲ ଦେଇ ହୁକ ଫାସ କରିଥିଲେ । ଧାନ ଖାଇବା ପାଇଁ ବିଳମ୍ବିତ ରାତିରେ ଉକ୍ତ ଦନ୍ତାଟି ଧାନ ବିଲକୁ ଆସିଥିବା ବେଳେ ବିଦୁ୍ୟତ୍ ସଂସ୍ପର୍ଶ ଆଶି ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ଶିକାରୀମାନେ ଘଟଣାସ୍ଥଳରେ ପହଞ୍ଚô ଦନ୍ତା ମରିଥିବା ଦେଖି ନିକଟସ୍ଥ ବିଲରୁ ଧାନ ଗଛ କାଟି ହାତୀଙ୍କୁ ଗୁଡ଼ାଇ ଦେଇଥିଲେ । ସେହିବାଟ ଦେଇ ସକାଳେ ଶୌଚ କରିବା ପାଇଁ ଯାଇଥିବା କେତକ ମହିଳା ହାତୀକୁ ଦେଖି ଗ୍ରାମରେ ଜଣାଇଥିଲେ । ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳକୁ ଆଠମଲ୍ଲିକ ଡିଏଫଓ ସମ୍ୟକ୍ ସାମନ୍ତ, ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା, ଫରେଷ୍ଟର ଦିପ୍ତୀରଞ୍ଜନ ବିଶ୍ୱାଳଙ୍କ ସମେତ ଏକ ପହଞ୍ଚô ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଦୁଇଜଣ ହେମାମୁର ଗ୍ରାମର ସମ୍ପୃକ୍ତ ଥିବା ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଫେରାର ଥିବା ଜଣାଯାଇଛି । ବିଦୁ୍ୟତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝୀ ଏନେଇ ଠାକୁରଗଡ଼ ଥାନାରେ ଏକ ଅଭିଯୋଗ କରିଛନ୍ତି । ଠାକୁରଗଡ଼ ପଶୁ ଡାକ୍ତର ଶାରଦା ତରେଇ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଇଥିବା ବେଳେ ବିଭାଗ ପକ୍ଷରୁ ପୋତି ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com