IMG_7981

ଚିରନିଦ୍ରାରେ ଚିର ସବୁଜ ଚିତ୍ତ

15

ଭୁବନେଶ୍ୱର, ୧୩ା୧୧ (ବୁ୍ୟରୋ): ବିଶିଷ୍ଠ କଣ୍ଠଶିଳ୍ପୀ ତଥା ପ୍ରଚ୍ଛଦପଟ୍ଟ ଗାୟକ ଚିତ୍ତ ଜେନାଙ୍କ ଆଜି ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଏବଂ ଚିକିସôାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତୁ୍ୟ ଖବର ପ୍ରଚାରିତ ହୋଇଯିବା ପରେ ଓଡ଼ିଆ ସଙ୍ଗୀତ ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଠ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତକାର ତଥା ବିଭିନ୍ନ ବର୍ଗର ଲୋକ ତାଙ୍କ କଟକ ରାଣୀହାଟ ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି । ତାଙ୍କ କଣ୍ଠରେ ସିନ୍ଦୁରବିନ୍ଦୁ କଥା ଚିତ୍ରର ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’, ‘କାହିଁ ଗଲେ ଶ୍ୟାମଘନ’, ‘ପରବତ କୁଞ୍ଚô କୁଞ୍ଚôକା’, ‘ଆରତୀ ସଜାଡ଼ି ବସିଛି ପୁଜାରୀ’ ଆଦି ଅସଂଖ୍ୟ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରୁ ଝରିଆସିଥିଲା ।
ଚିତ୍ତ ଜେନାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କୁ ଚିର ସବୁଜ କଣ୍ଠଶିଳ୍ପୀ ରୂପେ ବର୍ଣ୍ଣନା କରିବା ସହ ତାଙ୍କ ଗୀତ ଗୁଡ଼ିକ ସର୍ବକାଳୀନ ମୂଲ୍ୟ ଦେଇପାରିଛି ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ବ୍ୟତିତ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ଚିତ୍ତ ଜେନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସର୍ବସାଧାରଣ ସମ୍ପାଦକ ଡଃ. ହରପ୍ରସାଦ ପରିଛା ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଚିତ୍ତ ଜେନାଙ୍କ ବିୟୋଗରେ ଜଣେ ବ୍ୟକ୍ତିଗତ ବନ୍ଧୁଙ୍କୁ ହରାଇ ସେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି । ଚିତ୍ତ ଜେନାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଶ୍ରୀ ପରିଛା ପଟ୍ଟନାୟକ ତଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଚିତ୍ତ ଜେନାଙ୍କ ସଙ୍ଗୀତମୟ ଜୀବନ ଗତ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆଚ୍ଚାଦିତ କରିଥିବା ତାଙ୍କ ହୃଦୟଛୁଆଁ କଣ୍ଠସ୍ୱର ପାଇଁ ସେ ଓଡ଼ିଶାର ଘରେ ଘରେ ସୁପରିଚିତ ଥିଲେ । ରୋମାଣ୍ଟିକ୍ ଗୀତ ଗାଇ ସେ ଯୁବବର୍ଗଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିପାରିଥିଲେ । ଚିତ୍ତ ଜେନାଙ୍କ ଜନ୍ମ ୧୯୪୧ ମସିହାରେ ହୋଇଥିଲା । ଯଦୁମଣି ଜେନା ଓ ମାତା ହେମନ୍ତ କୁମାରୀ ଜେନା ଔରସରୁ ଜନ୍ମିତ ଚିତ୍ତଙ୍କର ପିଲାବେଳୁ ସଙ୍ଗୀତ ପ୍ରତି ଆକର୍ଷଣ ଥିଲା । ସେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଠାରୁ ସଙ୍ଗୀତରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ୧୯୭୪ ମସିହାରେ ଚଳଚ୍ଚିତ୍ର ‘ମନଆକାଶ’ରେ ସେ ପ୍ରଥମେ ଗୀତ ଗାଇବାର ସୁଯୋଗ ପାଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ବିଶିଷ୍ଠ ସଙ୍ଗୀତ ନିଦେ୍ର୍ଦଶକ ପ୍ରଫୁଲ୍ଲ କର ତାଙ୍କର କଣ୍ଠକୁ ଚିହ୍ନିପାରି ତାଙ୍କୁ ଅନେକ ସୁଯୋଗ ଦେଇଥିଲେ । ୧୯୭୬ ମସିହାରେ ସିନ୍ଦୁରବିନ୍ଦୁ କଥାଚିତ୍ରର ସେ ଗାଇଥିବା ପ୍ରଥମ ଓଡ଼ିଆ କୱାଲି ‘ତୁମ ଶାଢ଼ୀର ରଙ୍ଗ ନକଲି ନକଲି’ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲା । ସେ ସଙ୍ଗୀତଜ୍ଞ ଉପେନ୍ଦ୍ର କୁମାର, ଭୁବନେଶ୍ୱର ମିଶ୍ର, ଶ୍ରୀବସô ପଟ୍ଟନାୟକ, ଅକ୍ଷୟ ମହାନ୍ତି ବାସୁଦେବ ରଥ ଓ ରାଖାଲ୍ ମହାନ୍ତିଙ୍କ ସଙ୍ଗୀତ ନିଦେ୍ର୍ଦଶନାରେ କାମ କରିଥିଲେ । ସେ ଶ୍ରୀକ୍ଷେତ୍ର କଳା ପ୍ରକାଶିକା, ମୂର୍ଚ୍ଛନା, ଶରଧାବାଲୀ ସାଂସ୍କୃତିକ ପରିସର, ଗାନ୍ଧୀ ସ୍ମୃତି ପ୍ରଗତି ପରିଷଦ, କଟକ ଅମୃତ କଥା, କଟକ ସଦର, ସ୍ୱାଭିମାନ ମଞ୍ଚ ଏବଂ ଅନେକ ଚଳଚ୍ଚିତ୍ର ଜଗତ ପରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com