MIO-Agriculture-agreement-(1)

କୃଷି ବିଭାଗ-ନାବାର୍ଡ ଏମ୍ଓୟୁ

15

ଭୁବନେଶ୍ୱର,(ବୁ୍ୟରୋ): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ଦିନରେ କୃଷିଭିତ୍ତିକ ପୁଞ୍ଜିନିବେଶ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ନୀତି, ନିୟାମକ ଓ ପୁଞ୍ଜିନିବେଶ ସୁବିଧା ସୁଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହି ଅବସରରେ ଜୈବିକ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା, ଜୈବିକ କୃଷି ନୀତିର ବିକାଶ ଉପରେ ପ୍ରାଧାନ୍ୟ ପୂର୍ବକ କୃଷି ଉତ୍ପାଦ ଗୋଷ୍ଠୀ ଗଠନ ଲାଗି ନାବାର୍ଡ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ସେହିପରି ବିହନ ଉତ୍ପାଦନ ନିମନ୍ତେ ଜାତୀୟ ବିହନ ନିଗମ ସହିତ ମଧ୍ୟ ବୁଝାମଣା (ଏମ୍ଓୟୁ) ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ପ୍ରଦାନ କରି କୃଷି କ୍ଷେତ୍ରରେ ଓଡ଼ିଶାରେ ଥିବା ବିଶାଳ ସମ୍ଭାବନାର ସଦୁପଯୋଗ ଲାଗି ପୁଞ୍ଜି ନିବେଶକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ୩ ଗୁରୁତ୍ୱପୂର୍ଣ୍ଣ ନୀତି- କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା, ଓଡ଼ିଶା ଜୈବିକ କୃଷି ନୀତି, ଟାଫେର କଷ୍ଟମ୍ ହାୟାରିଂ ଆପ୍ ଯୋଜନାର ଉନ୍ମୋଚନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଅମଳ ପରବର୍ତ୍ତୀ ପରିଚାଳନା (ବୈଜ୍ଞାନିକ ପଦ୍ଧତିରେ ସାଇତା ଶୀତଳ ଶୃଙ୍ଖଳ) ବିଷୟରେ ମାର୍କେଟିଂ ବିଭାଗ ଯୁଗ୍ମ ଶାସନ ସଚିବ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଏନ୍ବିଏଚ୍ସିର ସିଇଓ ରମେଶ ଦୋରିଆ ସ୍ୱାମୀ, କନ୍କୋର ଗ୍ରୁପ୍ ମ୍ୟାନେଜର ଏସ୍.ଏ. ରହେମାନ୍, ଷ୍ଟେଟ୍ବ୍ୟାଙ୍କ୍ ମୁଖ୍ୟ ସାଧାରଣ ପରିଚାଳକ ଆଦିକେସଭନ୍ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବୈଷୟିକ ଜ୍ଞାନକୌଶଳ ଅଭିବୃଦ୍ଧି ପ୍ରକ୍ରିୟାକରଣର ମାନ ସ୍ଥାପନ, ମୂଲ୍ୟ ଯୋଗ ବୃଦ୍ଧି ପାଇଁ ସହାୟତା ଦେବାକୁ ଜାତୀୟ ବିହନ ନିଗମ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ଡକ୍ଟର ଏମ୍. ମୁଥୁ କୁମାର, ରାଜ୍ୟ ବିହନ ନିଗମ ନିଦେ୍ର୍ଦଶକ ଜ୍ୟୋତି ମିଶ୍ର, ଜାତୀୟ ବିହନ ନିଗମ ଆଞ୍ଚଳିକ ପରିଚାଳନ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଆଲୋଚନାବେଳେ ଅମଳ ପରବର୍ତ୍ତୀ ପରିଚାଳନାର ବୈଶିଷ୍ଠ୍ୟ, ଓଡ଼ିଶାରେ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ସାଇତା ପ୍ରଣାଳୀ ଭିତ୍ତିଭୂମି ପ୍ରତିଷ୍ଠା, ଚାଷ ସହିତ ବଜାରର ଦ୍ରୁତ ସଂଯୋଗୀକରଣ ଆବଶ୍ୟକତା, ଗୁଣାତ୍ମକ ବିଭାଜନ ସୁବିଧା, ଶୀଘ୍ର ନଷ୍ଟ ହେଉଥିବା ପଦାର୍ଥର ବିକ୍ରୟ ସୁବିଧା, ଶୀତଳ ଭଣ୍ଡାର ପରିଚାଳନା ଇତ୍ୟାଦି ବିଷୟରେ ବିଚାର ବିମର୍ଷ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com