MIO-MSME-meet-1

ଏମ୍ଏସ୍ଏମ୍ଇରେ ୧୧୭୭ କୋଟି

13

ସ୍ୱାସ୍ଥ୍ୟରେ ୨୭୫୦ କୋଟିର ନିବେଶ ପ୍ରସ୍ତାବ
ଭୁବନେଶ୍ୱର, (ବୁ୍ୟରୋ): ଶିଳ୍ପ ମହାକୁମ୍ଭ ମେକ୍ଇନ୍ ଓଡିଶା କନକ୍ଲେଭର ତୃତୀୟ ଦିନରେ ଫିକିର ତୃତୀୟ ଜାତୀୟ ଏମ୍ଏସ୍ଏମ୍ଇ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ କ୍ଷୁଦ୍ର ମଧ୍ୟମ ଶିଳ୍ପ ଓଡିଶାରେ କିଭଳି ଅଭିଭୃଦ୍ଧି ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି । ଏଥିରେ ବିଶ୍ୱବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ବରିଷ୍ଠ ଅଧିକାରୀ ଓ ଫିକି କର୍ତ୍ତୃପକ୍ଷ ଅଂଶ ଗ୍ରହଣ କରିବା ସହ ଏମ୍ଏସ୍ଏମ୍ଇ ଉପରେ ଆଲୋଚନା କରିଥିଲେ ।
ଏମ୍ଏସଏମ୍ଇ କ୍ଷେତ୍ରରେ ୧୧୭୭କୋଟି ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି । ସେଥିରୁ ଗୁଜୁରାଟରେ ଅବସ୍ଥାପିତ ଓଡିଆ ଶିଳ୍ପ ଉଦ୍ୟୋଗୀ ଡ. ଉଦୟ ଶଙ୍କର ସେଠୀ ୮୦୦କୋଟି ଟଙ୍କା ପୁଞ୍ଜି ନିବେଶ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । କୃଷି ଆକ୍ୱାକଲ୍ଚର, ସାମୁଦ୍ରିକ ଉତ୍ପାଦ, ଅର୍ଗାନିକ ଫାର୍ମିଂ କ୍ଷେତ୍ରରେ ସେ ପୁଞ୍ଜି ନିବେଶ କରିବେ । ଯେଉଁ ଥିରେ ରାଜ୍ୟର ବିପୁଳ କର୍ମ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଲୋଚନା ଚକ୍ର ସରିବା ପରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅତିରିକ୍ତ ଶାସନ ସଚିବ ଏଲ୍ ଏନ୍ ଗୁପ୍ତା ସୂଚନା ଦେଇଛନ୍ତି । ଅଦ୍ୟାବଧି ରାଜ୍ୟରେ ୩ଲକ୍ଷ ୨୨ହଜାର ଏମ୍ ଏସ୍ଏମ୍ ଇ ୟୁନିଟ୍ ରହିଛି । ଯେଉଁଥିରେ ୧୩ ଲକ୍ଷ ୨୦ ହଜାର ନିଯୁକ୍ତି ସୁଯୋଗ ପାଇଛନ୍ତି । ସେହିଭଳି ସ୍ୱାସ୍ଥ୍ୟକ୍ଷେତ୍ରରେ ୨ ହଜାର ୭୫୦ କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି । ରାଜ୍ୟରେ ୧୦୨ଟି ଡିଜିଟାଲ୍ ଡିସ୍ନ୍ସରି ଖୋଲାଯିବ । ଏଥିପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚହେବ । ଏଥିସହ ଝାରସୁଗୁଡାରେ ହୃଦରୋଗ ହସପିଟାଲ ପାଇଁ ୧୩୦୦କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଭୁବନେଶ୍ୱରରେ ଏକ କ୍ୟାନ୍ସର ହସ୍ପିଟାଲ ଟାଟା ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ନିର୍ମାଣ କରାଯିବ । ଏଥିରେ ୬୦୦ କୋଟି ଟଙ୍କା ନିବେଶ କରଯିବ । ସେହିଭଳି ହସ୍ତତନ୍ତ କ୍ଷେତ୍ରରେ ସାଇ ଏକ୍ସପର୍ଟ ୫୧ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଆଦିତ୍ୟ ବିର୍ଲାଗ୍ରୁପ ପକ୍ଷରୁ ୬୬ କୋଟି ଟଙ୍କା ଏବଂ ୱାଇଲ୍ଡ ଲୋଟସ୍ ଫ୍ୟାସନ୍ ୨୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ଯେଉଁଥିରେ ୬ ହଜାର ୫୦୦ କର୍ମ ନିଯୁକ୍ତି ସୃଷ୍ଟି ହେବ । ବିଶେଷ ଭାବେ ମହିଳା ମାନେ ଅଧିକ କର୍ମ ନିଯୁକ୍ତି ପାଇବେ ।

ସେଆର କରନ୍ତୁ:



Powered by odothemes.com