MIO-Aerospace-&-Defence-manufacturing-meet1

ଧାତବ ଶିଳ୍ପ, ପ୍ରତିରକ୍ଷା, ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜି ନିବେଶ ଆହ୍ୱାନ

13

ଭୁବନେଶ୍ୱର(ବୁ୍ୟରୋ): ଦେଶର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡିଶାର ୧୪% ଅଂଶ ରହିଛି । ଏଥିସହିତ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାର ମୁଖ୍ୟ ଖଣିଜ ଦ୍ରବ୍ୟର ଉତ୍ପାଦନ ସ୍ତର ବୃଦ୍ଧି ଲାଗି ଉଦ୍ୟମ କରୁଛନ୍ତି ବୋଲି ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ମତବ୍ୟକ୍ତ କରିଛନ୍ତି । ଜନତା ମଇଦାନରେ ଅନୁଷ୍ଠିତ ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ର ତୃତୀୟ ଦିବସରେ ଧାତବ, ବିମାନ ଚଳାଚଳ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ପ୍ଲାଷ୍ଟିକ୍, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଆଲୋଚନା କରାଯାଇଛି । ଏକ୍ଷେତ୍ରରେ ଥିବା ବିପୁଳ ସୁବିଧା ସୁଯୋଗ ଉପରେ ରାଜ୍ୟ ସରକାର ଉପସ୍ଥିତ ଶିଳ୍ପପତିମାନଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ଇପିକଲ୍ର ନିର୍ବାହୀ ନିଦେ୍ର୍ଦଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଡ. ନୀତିନ ଜାଓଲେ କହିଛନ୍ତି ଯେ ଓଡିଶା ହେଉଛି ଦେଶର ଖଣିଜ ଦ୍ରବ୍ୟର ଗନ୍ତାଘର । ‘ଡେଭଲପ୍ମେଣ୍ଟ ଅଫ୍ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଇନ୍ ମେଟାଲ୍ ସେକ୍ଟର ଇନ୍ ଓଡିଶା’ ଶୀର୍ଷକ ସୂଚନାପତ୍ର ଉନ୍ମୋଚନ କରିଛନ୍ତି । ମୂଲ୍ୟଭିତ୍ତିକ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉଛି । ଓଡିଶା ସମଗ୍ର ଦକ୍ଷିଣ ଏସିଆର ଆଲୁମିନିୟମ ରାଜଧାନୀଭାବେ ଉଭା ହୋଇଛି । ଏଠାରେ ଦେଶର ୫୪% ଆଲୁମିନିୟମ ସ୍ମେଲ୍ଟିଂ ପ୍ଲାଣ୍ଟ ରହିଛି । ଡାଉନ୍ଷ୍ଟ୍ରିମ୍ ଇକୋ ସିଷ୍ଟମ୍ର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଭିଜନ-୨୦୩୦ ପ୍ରସ୍ତୁତ କରିଛନ୍ତି । ଏହା ଆଲୁମିନିୟମ ଷ୍ଟିଲ୍ ଓ ଷ୍ଟେନ୍ଲେସ୍ ଷ୍ଟିଲ୍ କ୍ଷେତ୍ରରେ ଡାଉନ୍ଷ୍ଟ୍ରିମ୍ ୟୁନିଟ୍ଗୁଡିକୁ ଆକର୍ଷିତ କରିବା ଲାଗି ବ୍ଲୁ-ପ୍ରିଣ୍ଟ ହେବ । ରାଜ୍ୟରେ ଏସବୁ କ୍ଷେତ୍ରରେ ଥିବା ଭିତ୍ତିଭୂମି ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ କଳିଙ୍ଗନଗର ନ୍ୟାସ୍ନାଲ୍ ଇନ୍ଭେଷ୍ଟମେଣ୍ଟ ମ୍ୟାନୁଫାକ୍ଚରିଂ ଜୋନ୍ରେ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରୀ ପାଇଁ ସର୍ବାଧିକ ସୁଯୋଗ ରହିଛି ।
ଏହି ଅବସରରେ ମେଟାଲ୍ ସେକ୍ଟରରେ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରୀ ଲାଗି ଉଦ୍ଦିଷ୍ଟ ସୁବିଧା ସୁଯୋଗ ଉପରେ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଛି । ଆଲୋଚନାରେ ବେଦାନ୍ତର ସିଇଓ ସମୀର କାଇରେ, ହିଣ୍ଡାଲ୍କୋର ଏମ୍ଡି ସତୀସ ପାଇ, ଭୂଷଣ ଷ୍ଟିଲ୍ ମୁଖ୍ୟ ରାଜୀବ ସିଂଘଲ୍, ନାଲ୍କୋ ଅଧ୍ୟକ୍ଷ ଟିକେ ଚାନ୍ଦ, ଜେଏସ୍ଏଲ୍ ଏମ୍ଡି ଅଭୁ୍ୟଦୟ ଜିନ୍ଦଲ ପ୍ରମୁଖ ଯୋଗଦେଇଥିଲେ । ଅଧିବେଶନରେ ପାରାଦୀପରେ ଥିବା ପେଟ୍ରୋଲିୟମ ପେଟ୍ରୋକେମିକାଲ୍ସ ଇନ୍ଭେଷ୍ଟମେଣ୍ଟ ରିଜିନ୍ (ପିସିପିଆଇଆର୍) ଓ ପ୍ଲାଷ୍ଟିକ୍ ପାର୍କ ବିଷୟରେ ଆଲୋଚନା ହୋଇଥିଲା । ପ୍ଲାଷ୍ଟିକ୍, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ‘କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇକୋ ସିଷ୍ଟମ୍ ଆଣ୍ଡ ଇନ୍ଭେଷ୍ଟମେଣ୍ଟ’ ଶୀର୍ଷକ ସୂଚନାପତ୍ର ଉନ୍ମୋଚନ କରିଥିଲେ । ସେ କହିଥିଲେ ଯେ ଏକ ମୁକ୍ତ ବ୍ୟାବସାୟିକ ପରିବେଶ ଲାଗି ଓଡିଶା ସରକାର ପ୍ରୟାସ କରିଆସିଛନ୍ତି । ଏଥିପାଇଁ ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲେସନ୍-୨୦୧୫ ପ୍ରସ୍ତୁତ କରାଯାଇଛି । ଏ କ୍ଷେତ୍ରରେ ଥିବା ପ୍ରତିଯୋଗିତାମୂଳକ ସୁବିଧା ସୁଯୋଗ ବିଷୟରେ ଇପିକଲ୍ ନିର୍ବାହୀ ନିଦେ୍ର୍ଦଶକ ନୀତିନ ଜାଓଲେ ସୂଚନା ପ୍ରଦାନ କରିଥିଲେ । ଭିତ୍ତିଭୂମି, ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳର ସୁଯୋଗ ନେଇ ପେଟ୍ରୋକେମିକାଲ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ ଭିଜନ-୨୦୨୫ରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିବା ସେ କହିଥିଲେ । ଏଥିରେ ଆଇଓସିଏଲ୍ର ବରିଷ୍ଠ ନିର୍ବାହୀ ଅଧିକାରୀ, ପାରାଦୀପ ଫସ୍ଫେଟ୍ସ ଲିଃ, ଓରିପ୍ଲାଷ୍ଟ ଲିଃ. ଭଳି ପ୍ରମୁଖ ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିଳ୍ପ ପ୍ରତିଷ୍ଠା ନେଇ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ସେହିପରି ଏରୋସ୍ପେସ୍ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ର ବିଷୟରେ ଆଲୋଚନା କରାଯାଇଥିଲା । ଏକ୍ଷେତ୍ରରେ ଚାନ୍ଦିପୁରସ୍ଥିତ ଆଇଟିଆର୍ ଓ ପିଏକ୍ସଇ, କୋରାପୁଟସ୍ଥିତ ହାଲ୍, ବଲାଙ୍ଗୀରରେ ଥିବା ଗୋଳାବାରୁଦ କାରଖାନା ବିଷୟରେ ସୂଚନା ଦିଆଯାଇଥିଲା । ପାରାଦୀପ, ଧାମରା ଓ ଗୋପାଳପୁର ସମେତ ଓଡିଶାର ୪୮୦ କିମି ଉପକୂଳ ପରିବହନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର ହୋଇପାରୁଛି । ଉପକୂଳର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ବିସ୍ତୀର୍ଣ୍ଣ ଉପକୂଳରେ ପ୍ରତିରକ୍ଷା ଓ ବିମାନ ଚଳାଚଳ ଶିଳ୍ପ ପ୍ରତିଷ୍ଠା ଉପରେ ପ୍ରାଧାନ୍ୟ ଦେଇଥିଲେ । ସେ କହିଥିଲେ ଯେ ବ୍ୟାପକ ପରିବେଶ ସୁବିଧା ଓ ସରଳ ଶିଳ୍ପନୀତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଛି । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବିଭାଗର ନିଦେ୍ର୍ଦଶକ ରବିନ କୂଳଶ୍ରେଷ୍ଠ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସେହିପରି ଆର୍ମି ଏୟାର୍ ଡିଫେନ୍ସ କଲେଜର କମାଣ୍ଡାଣ୍ଟ ମେଜର ଜେନେରାଲ୍ ପିଏସ୍ ଭାଟିଆ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସ୍ଥଳ ସେନାର ଆଗ୍ରହ ବଖାଣିଥିଲେ । ଏହି ଅବସରରେ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀରେ ବିଇଏମ୍ଏଲ୍ ଓ ଆଇଟିଆର୍ ମିଳିତଭାବେ ଏମ୍ଏସ୍ଏମ୍ଇ ଲାଗି ଉଦ୍ଦିଷ୍ଟ ନିବେଶକ ସମ୍ମିଳନୀ ଆୟୋଜନ କରିବେ ବୋଲି ଘୋଷଣା କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com