BJD-RALLY---2018-PHOTO-TIHIDI

ଉନ୍ନୟନ କାର୍ଯ୍ୟର ସଫଳତା ବଖାଣିଲେ

14

ମୁକ୍ତିଙ୍କ ଜନସମ୍ପର୍କ ରୋଡ୍ ସୋ ଓ ସଭା
ତିହିଡି,୧୩ା୧୧(ଆପ୍ର): ତିହିଡି ବ୍ଲକର ଅଚକ ପଞ୍ଚାୟତ ନୃସିଂହ ମନ୍ଦିର କ୍ଷେତ୍ରରୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଜନସମ୍ପର୍କ ପଦଯାତ୍ରାର ରୋଡ ସୋ ଆରମ୍ଭ ହୋଇ ୪ କିଲୋମିଟର ଧରି ଗାଁ ଗାଁ ରେ ପରିକ୍ରମା କରି ପାଳିଆ ପଞ୍ଚାୟତ ବିରଞ୍ଚି ନାରାୟଣ କ୍ଷେତ୍ରରେ ଶେଷ ହୋଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀର ତିହିଡି ବ୍ଲକରେ ଥିବା ୧୩ ପଞ୍ଚାୟତ ମଧ୍ୟରୁ ୬ନଂ ଜୋନ ରେ ୨ ହଜାରରୁ ଅଧିକ ବିଜେଡି କର୍ମୀ ଏହି ରୋଡ ସୋ ଓ ସଭାରେ ଯୋଗ ଦେଇଥିଲେ । ରୋଡ ସୋ ପରେ ବିରଞ୍ଚି ନାରାୟଣ କ୍ଷେତ୍ର ପାଶ୍ୱର୍ରେ ଥିବା ପାନ୍ଥ ନିବାସ ପରିସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ବସନ୍ତ ନାୟକ ସଭାପତିତ୍ୱ କରିଥିଲେ । ଏହି ପଦଯାତ୍ରା ସଭାରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଜ ସାଢେ ୪ ବର୍ଷ ବିଧାୟକ କାର୍ଯ୍ୟକାଳର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ଧାମନଗର ବିଧାନସଭା କ୍ଷେତ୍ରର ନବମ ବିଧାୟକ ଶ୍ରୀ ମଣ୍ଡଳ ୬୦୦ କୋଟିରୁ ଅଧିକ ଟଙ୍କା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାମରେ ଲଗାଇଲେଣି ଯାହା ସ୍ୱାଧୀନତାର ୭୦ ବର୍ଷ ପରେ ବି ସମ୍ଭବ ହୋଇନଥିଲା । ଯେଉଁଥି ପାଇଁ ବିକାଶ ହିଁ ମାପକାଠି ବୋଲି ଏବେ ଚର୍ଚ୍ଚା ଚାଲିଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧୀ ପୀଠ ଓ ସ୍ମୃତି ମନ୍ଦିର ନିର୍ମାଣ, କୋଠାର ବାଇପାସ ରାସ୍ତା ନିର୍ମାଣ, କୋଚିଳା ଠାରେ ୩୭୦ କୋଟି ଟଙ୍କାର ବ୍ୟାରେଜ ନିର୍ମାଣ ପ୍ରତିକ୍ଷାରେ, ଜିଲ୍ଲାର ପ୍ରଥମ ଜରାନିବାସ ଧାମନଗର ଠାରେ ନିର୍ମାଣ, ଆଦର୍ଶ ବିଦ୍ୟାଳୟ, ଶବ ବ୍ୟବଚ୍ଛେଦ ଗୃହ, ଦୁଗ୍ଧ ଶୀତଳିକରଣ ପ୍ରତିଷ୍ଠା, ବିଲଣା ଆଖୁ ମାହାରା ପଳିକିରି ଧାମନଗର ବାଇପାସ ରାସ୍ତା ନିର୍ମାଣ । ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀବନ୍ଧ କୁ ୧୦୦ କୋଟି ଟଙ୍କା ବ୍ୟୟରେ ସୁଦୃଢି କରଣ । ବରୁଣେଇ, ବିରଞ୍ଚିନାରାୟଣ, ଖାମକାସରିଫ ଓ ଖୋଲାଇସୁଣି ସମେତ ବହୁ ମଠ ମନ୍ଦିର ନିର୍ମାଣ ଓ ନବୀକରଣ । ୧୩ଟି ଲୁଣା ପଞ୍ଚାୟତରେ ୧୩୦ କୋଟି ବ୍ୟୟରେ ବୃହତ ପାନୀୟଜଳ ପ୍ରକଳ୍ପ । ଦୋଳସାହି, ବୋଡକ ଓ ଅନ୍ୟ ୧୦ ଗୋଟି ରାସ୍ତାକୁ ପୂର୍ତ୍ତ ବିଭାଗରେ ଅର୍ନ୍ତଭୁକ୍ତ । ଧାମନଗର ଓ ଅସୁରାଳି ରେ ଦୁଇଟି ମିନି ଷ୍ଟାଡିୟମ ନିର୍ମାଣ । ଗାନ୍ଧୀଘାଟ ଓ ଧାମନଗର ଠାରେ ୩ ଗୋଟି ଡାକବଙ୍ଗଳା ନିର୍ମାଣ । ·ଷୀଙ୍କ ପାଇଁ ୧୮୦ ଗୋଟି ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା । ବିଲଣା, ଖଡିପଦା, ରାପିତା ଆଦି ଅଞ୍ଚଳରେ ୩୩/୧୧ କେଭି ସବଷ୍ଟେସନ ପ୍ରତିଷ୍ଠା । ରେବ, କପାଳି, ଗେଙ୍ଗୁଟି, ଯଅ, ନାଳିଆ,କଣ୍ଡିଆ, ସାଳନ୍ଦି ନଦୀ ଖନନ ଓ ସ୍ଲୁଇଚ ଗେଟ ଓ ଆଡିବନ୍ଧ ନିର୍ମାଣ । ଦପାନାୟକାଣି, ସହିଦନଗର, ଗୋହିରା ଟିକିରି ଆଦି ସ୍ଥାନରେ ୫ ଗୋଟି ପାନ୍ଥଶାଳା ଓ ଯାତ୍ରୀ ସୁବିଧା କେନ୍ଦ୍ର ପ୍ରତିଷ୍ଠା ପ୍ରମୁଖ ଉନ୍ନୟନ କାମ ସେ କରିଛନ୍ତି ବୋଲି ରିପୋର୍ଟ କାର୍ଡ ଜରିଆରେ ସେ ଜନତା ଜନାର୍ଦ୍ଦନଙ୍କୁ ବଖାଣି ଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ, ଜିଲ୍ଲାପରିଷଦ ସଭ୍ୟ ଚିନ୍ତାମଣି ଦାସ, ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡା, ବୋଡକ ସରପଞ୍ଚ ଶଶି ସାମଲ, ଆଦିତ୍ୟ ପ୍ରକାଶ ଜେନା, ଦାଶରଥି ମହାପାତ୍ର, ମିନତୀ ଦାସ, ଗଣେଶ ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ କମଳାକାନ୍ତ ଦାସ, କମଳା ଭୋଇ, ଦେବଦତ୍ତ ନାୟକ, ସ୍ୱଧନା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com