PHOTO-11

ନିର୍ବାହୀଯନ୍ତ୍ରୀଙ୍କୁ ରିପୋର୍ଟ ତଲବ

12

କମ୍ପାନୀ ରାସ୍ତାରେ ସରକାରୀ ଅର୍ଥ ଖର୍ଚ୍ଚ ଯୋଜନା
କଳିଙ୍ଗନଗର(ଆପ୍ର): ଇମାମି ସିମେଣ୍ଟ କମ୍ପାନୀ ପକ୍ଷରୁ ସିଏସ୍ଆର ଯୋଜନାରେ ୧.୩୮ କୋଟି ଟଙ୍କା ବିନିମୟରେ କରିଥିବା କଂକ୍ରିଟ୍ ରାସ୍ତା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଫଳକ ଲଗାଇ ଅନୁଦାନ ଅର୍ଥକୁ ହଡ଼ପ କରିବା ଯୋଜନାରେ ସୋମବାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । ଅଭିଯୋଗର ତଦନ୍ତ କରି ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଜିଲାପାଳ ନିଦେ୍ର୍ଦଶ କରିଛନ୍ତି । କେଉଁ ଉଦେ୍ଦଶ୍ୟରେ କମ୍ପାନୀ ନିର୍ମିତ ରାସ୍ତାରେ ସରକରୀ ଅର୍ଥ ବିନିଯୋଗ ହେବ, ତାହା ଜଣାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ତଦନ୍ତ କରି କି ରିପୋର୍ଟ ଦେବ, ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
ଖବର ମୁତାବକ ଇମାମି କମ୍ପାନୀ ପକ୍ଷରୁ ମାଣତିରା ଛକରୁ ଅରାସାହି ପର୍ଯ୍ୟନ୍ତ ରାସ୍ତା କରାଯାଇଛି । ରାସ୍ତା ଉପରେ ରାସ୍ତା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଜିଲାପାଳଙ୍କ ତାଗିଦ୍କୁ ଏଡ଼ାଇବା ସହ ଉପରିସ୍ଥ ତଦନ୍ତକୁ ଏଡ଼ାଇଯିବାକୁ ମସୁଧା କରୁଥିବା ସାଧାରଣରେ ଆଲୋଚନା ହେଉଛି । ଇମାମି କମ୍ପାନୀ ପକ୍ଷରୁ ସିଏସ୍ଆର ଯୋଜନାରେ ୨୦୧୭, ଜୁଲାଇରେ ୧କୋଟି ୩୮ଲକ୍ଷ ଟଙ୍କା ବିନିଯୋଗ କରିଥିଲା । ହେଲେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଣତିରା ଛକ ଆର୍ଏଣ୍ଡବି ରାସ୍ତା ଠାରୁ ଅରାସାହି ପର୍ଯ୍ୟନ୍ତ ମୋଟ ୨.୫ କିଲୋମିଟର ରାସ୍ତା ନିର୍ମାଣ କରୁଥିବାର ସୂଚନା ଫଳକରୁ ଜଣାପଡ଼ିଥିଲା । ୩ଟି ନଳାପୋଲ ସହ ୫ବର୍ଷର ରକ୍ଷଣାବେକ୍ଷଣ ବାବଦରେ ବିଭାଗ ୩ଲକ୍ଷ ୮୮ହଜାର ୮୩୮ ଟଙ୍କା ୮୯ ପଇସା ଖର୍ଚ୍ଚ କରିବ ବୋଲି ଫଳକରେ ଦର୍ଶାଯାଇଥିଲା ବେଳେ ରାସ୍ତା ନିର୍ମାଣ ନମନ୍ତେ ୮୨ଲକ୍ଷ ୯୦ହଜାର ୩୧୮ଟଙ୍କା ୫୪ ପଇସା ଅଟକଳ କରାଯାଇଛି । ଏହି ରାସ୍ତା ଗତ ସପ୍ତାହରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନବନିର୍ମିତ ରାସ୍ତାରେ ଫଳକ ମାରି ଅନୁଦାନ ରାଶି ହଡ଼ପ ପାଇଁ ଉଦ୍ୟମ କରାଯାଇଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com