5

ତଦନ୍ତ କଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍

12

୭ ହାତୀ ମୃତୁ୍ୟ ଘଟଣା
ଢେଙ୍କାନାଳ,୧୩ା୧୧(ଆପ୍ର): ଢେଙ୍କାନାଳ କମଳାଙ୍ଗ ଠାରେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତୁ୍ୟ ଘଟଣାର ତଦନ୍ତ ବର୍ତ୍ତମାନ ସୁଦ୍ଧା ଥମିନାହିଁ । ମଙ୍ଗଳବାର ଏଥିନିମନ୍ତେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ର ୪ ଜଣିଆ ସଦସ୍ୟ କମିଟି ଉକ୍ତ ଅଞ୍ଚଳକୁ ଯାଇ ସମସ୍ତ ତଥ୍ୟ ତଦାରଖ କରିଥିଲେ । ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମ୍ବ୍ରାଞ୍ଚ ହାତରେ ହସ୍ତାନ୍ତର ପରେ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବାବେଳେ ଅଦ୍ୟାବଧି ଅନ୍ୟ ଅଧିକାରୀମାନେ ଫେରାର ଅଛନ୍ତି । ଗ୍ରୀନ୍ ଟ୍ରିବୁନାଲ୍ର ସଦସ୍ୟମାନେ ହାତୀ ମୃତୁ୍ୟ ଦୁର୍ଘଟଣା ସ୍ଥାନ ଏବଂ ବ୍ୟବଚ୍ଛେଦ ପରେ ପୋତା ଯାଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଜଙ୍ଗଲ ବିଭାଗର ପିସିସିଏଫ୍, ଜିଲ୍ଲା ସେସୁ ନିର୍ବାହୀ ଅଧିକାରୀ ସ୍ୱପ୍ନ ସରିତ ମିଶ୍ର, ଡିଏଫ୍ଓ ସୁଦର୍ଶନ ପାତ୍ର, ଏସିଏଫ୍ ଜିତେନ୍ଦ୍ର କୁମାର ଦାଶଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com