Jell-DIG-G.-Mallik-1

୨ କର୍ମଚାରୀ ନିଲମ୍ବିତ: ତଦନ୍ତ ଶେଷ କଲେ ଡିଆଇଜି

16

ବାଲେଶ୍ୱର ଜେଲ୍ କଏଦୀ ମୃତୁ୍ୟ ମାମଲା
ବାଲେଶ୍ୱର,(ଆପ୍ର): ବାଲେଶ୍ୱର ମୁଖ୍ୟ କାରାଗାରରେ ହାଜତ୍ ବନ୍ଦୀ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜେଲ୍ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକ ବାଲେଶ୍ୱର ଜେଲ୍ରେ ପହଞ୍ଚି ଅଧିକାରୀ ମାନଙ୍କୁ ଦୀର୍ଘ ସମୟଧରି ପଚରାଉଚୁରା କରିଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା ୱାର୍ଡ଼ର ଦିଲ୍ଲୀପ ମହାପାତ୍ର ଓ ସୁପରଭାଇଜର ସଂଜୀବ ପଣ୍ଡାଙ୍କୁ ନୀଲମ୍ବିତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଶେଷ ହୋଇଥିବା ବେଳେ ଡିଜିଙ୍କ ନିକଟରେ ସେ ରିପୋର୍ଟ ଦାଖଲ କରିବେ । ରିପୋର୍ଟକୁ ଭିତ୍ତି କରି ବାଲେଶ୍ୱର ଜେଲ୍ର କେଉଁ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ଡିଜି ବିଚାର କରିବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଅନ୍ୟପକ୍ଷରେ ହତ୍ୟାକାରୀ ଆଜୀବନ କଏଦୀ ମାନସିକ ବିକୃତ ଶରତ ଚନ୍ଦ୍ର ଗିରିଙ୍କୁ ଏବେ ସ୍ୱତନ୍ତ୍ର ସେଲ୍ରେ ରଖା ଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତକାଲି ମଧ୍ୟାହ୍ନରେ ବାଳେଶ୍ୱର ଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶ୍ରୀ ଗିରି ହାଜତ୍ ବନ୍ଦୀ ରାମଚନ୍ଦ୍ର ଦାସଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏହି ଘଟଣାରେ ଜେଲର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏମିତିକି ଏହି ଘଟଣାକୁ ବିରୋଧ କରି ବିଜେପି ପକ୍ଷରୁ ଗଣଧାରଣା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com