DHARANA-STUDENT-NEWS-PHOTO

ଧାରଣାସ୍ଥଳରେ ପଢ଼ିଲେ ଛାତ୍ରଛାତ୍ରୀ

14

ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ, ବିଇଓଙ୍କୁ ଘେରିଲେ ଅଭିଭାବକ
ଉଦଳା(ଆପ୍ର): ସରକାରଙ୍କ ତରଫରୁ ୧୮ ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବା ନିଷ୍ପତ୍ତିକୁ ନେଇ ଉଦଳାରେ ବିରୋଧାଭାଷ ତେଜିବାରେ ଲାଗିଛି । ଉଦଳା ଏନ୍ଏସି ୧୧ ନଂ ୱାର୍ଡରେ ଥିବା ଜଗନ୍ନାଥି ବିଦ୍ୟାଳୟକୁ ୧୨ ନଂ ୱାର୍ଡ ବିଦ୍ୟାଳୟରେ ମିଶ୍ରଣ କରାଯିବା ନେଇ ତାଲିକା ପ୍ରକାଶ ପାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଭିଭାବକ । ଅଭିଭାବକଙ୍କ ସହିତ ସାମିଲ ହୋଇଛନ୍ତି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ । ଯାହାକି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୮ରହିଥିବା ବେଳେ କିଭଳି ଏହି ବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବାର ତାହାର ପ୍ରତିବାଦରେ ସୋମବାର ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ଛାତ୍ରଛାତ୍ରୀ ସ୍ଥାନୀୟ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଭୁଲ୍ ତଥ୍ୟ ଦେଇ ସିଆର୍ସିସି ଏହି ବିଦ୍ୟାଳୟ ସ୍ଥାନାନ୍ତରଣ କରିଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରବା ସହ ସିଆରସିସି ଏବଂ ବିଇଓଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି । କେବଳ ସେତିକି ନୁହେଁ ବିଇଓ ସୁଧାକର ବେହେରା କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ କାର୍ଯ୍ୟାଳୟକୁ ପଶିବାକୁ ନ ଦେବା ସହିତ ବିଇଓଙ୍କୁ ଅଭିଭାବକ ମାନେ ଘେରିଥିଲେ । ଏହା ସହିତ ବିକ୍ଷୋଭରେ ସାମିଲ ଛାତ୍ରଛାତ୍ରୀମାନେ ଧାରଣାସ୍ଥଳରେ ବସି ପାଠ ପଢୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ବିଦ୍ୟାଳୟ ସ୍ଥାନାନ୍ତରଣକୁ ବନ୍ଦ କରାଯିବା ସହିତ ବିଦ୍ୟାଳୟରେ ପୂର୍ବ ଭଳି ଶିକ୍ଷାଦାନ କରାଯିବା ଦାବି ନେଇ ଆନେ୍ଦାଳନ ଜୋର ଧରିଥିଲା । ଯାହାକି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com