PANIKOILI-THARE-MEDICAL-COLLEGE-DABI-RE-GANA-DHARANA--(PHOTO-10)

ପାଣିକୋଇଲିରେ ମେଡିକାଲ୍ କଲେଜ ଦାବିରେ ଧାରଣା

13

ପାଣିକୋଇଲି(ଆପ୍ର): ପାଣିକୋଇଲି ଠାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କିଟି ଡାକରାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା । ଅନୁଷ୍ଠିତ ପ୍ରତିବାଦ ସଭାରେ ମେଡିକାଲ କଲେଜ କି୍ରିୟାନୁଷ୍ଠାନ କମିଟିର ଆବହକ ଧରଣୀଧର ଘଡାଇ ସଭାପତିତ୍ୱ କରିଥିଲେ । ଯୁଗ୍ମ ଆବାହକ ସୁବାସ ଧଳ ସଭା ସଞ୍ଚାଳନ କରିଥିଲେ । ସଭାରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଶିକ୍ଷାବିତ୍ ସୁରେନ୍ଦ୍ର ରାୟ, ସିପିଏମ ଜିଲ୍ଲା ସମ୍ପାଦକ ପ୍ରଫୁଲ୍ଲ ନାୟକ, ଶ୍ରମିକ ନେତା ଭ୍ରମରବର ରାଉତ, ଜିଲ୍ଲା ଆଇଏନଟିୟୁସି ସଭାପତି ବିଦ୍ୟାଧର ମହାନ୍ତି, ଯାଜପୁରରୋଡ ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଚନ୍ଦ୍ରଶେଖର ପଣ୍ଡା, ଯୁଗ୍ମ ଆବାହକ ବିବେକାନନ୍ଦ ମହାନ୍ତି, କୃଷକ ନେତା ବଳରାମ ସାହୁ, ଶିକ୍ଷାବିତ ପିତବାସ ଦାସ, ଶ୍ରମିକ ନେତା ରଘୁନାଥ ମାଝୀ, ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ଡା. ନିର୍ମଲ ରଥ, ସଦାଶିବ ଦାସ, ଦିଲ୍ଲିପ ମଲ୍ଲିକ, ସନ୍ତୋଷ ମହାନ୍ତି, ବ୍ୟାସନଗର ପୂର୍ବତନ ପୌରାଧକ୍ଷା ବନ୍ଦିତା ପରିଡା, ଉପାଧ୍ୟକ୍ଷ ପ୍ରମୋଦ ପରିଡା, ପାଣିକୋଇଲି ସମିତିସଭ୍ୟ ସେକ ଜହର ଅଲ୍ଲି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପାଣିକୋଇଲି ଏକ ଦୁର୍ଘଟଣା ପ୍ରବଣ ଓ ବନ୍ୟାମୁକ୍ତ ଅଞ୍ଚଳ, ରେଳପଥ ଓ ସଡକ ପଥ ଦ୍ୱାରା ଗମନାଗମନର ସୁବିଧା, ଦେଶ ଓ ରାଜ୍ୟର ପ୍ରମୁଖ ସ୍ଥାନ, କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା, ଓ ପର୍ଯ୍ୟପ୍ତ ଅବ୍ୟବହୃତ ସରକାରୀ ଜମି ଉପଲବ୍ଧ ଥିବାରୁ ସରକାର ପାଣିକୋଇଲି ଠାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦାବି କରିଥିଲେ । ତାରିଣୀ ପଟ୍ଟନାୟକ, ବଟକୃଷ୍ଣ ମହାପାତ୍ର, ନୃସିଂହ ଚରଣ ଦଳାଇ,ଚନ୍ଦ୍ରମଣି ସ୍ୱାଇଁ, ନିରଂଜନ ରାଉତ, ବସନ୍ତ ଦାସ, ବିପିନ ଧଳ, ଆଲୋକ ପରିଡା, ଡା. ସୁରେଶ ପଣ୍ଡା, ପ୍ରତାପ ମଲ୍ଲିକ, ଶଶିକାନ୍ତ ମଲ୍ଲିକ, ଶିବରାମ ପାତ୍ର,ସୂର୍ଯ୍ୟମଣି ପଣ୍ଡା, ବେଣୁଧର ସାମଲଙ୍କ ସମେତ ଅନ୍ୟମାନେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com