photo---1

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଞ୍ଚାୟତ ଅଫିସ୍ ଆଗରେ ଧାରଣା

34

ଜେନାପୁର/କୋରେଇ/ବରୀ(ଆପ୍ର): ନବନିର୍ମାଣ କୃଷକ ସଂଗଠନ ଡାକରାରେ ଧର୍ମଶାଳା ବ୍ଲକ୍ ବୃନ୍ଦାଦେଈପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି । ସଂଗଠନର ·ାଷୀ ପ୍ରତିନିଧି ତଥା ଆବାହକ ସୁଶାନ୍ତ ଖଟୁଆଙ୍କ ନେତୃତ୍ୱରେ ଚନ୍ଦ୍ରମଣି ସାହୁ, ବିଜୟ ସ୍ୱାଇଁ, କୈଳାସ ସାହୁ, ବଂଶୀଧର ସାହୁ, ଧନେଶ୍ୱର ଭୂୟାଁ, ଲକ୍ଷ୍ମଣ ସାହୁ, ନାରାୟଣ ମହାନ୍ତି, ମହେଶ୍ୱର ଖଟୁଆ ଓ ଦୟାନିଧି ଖଟୁଆଙ୍କ ସମେତ ପଞ୍ଚାୟତର ବହୁ ·ଷୀ ଏଥିରେ ସାମିଲ ହୋଇ ସରକାରଙ୍କ ଚାଷୀ ମାରଣ ନୀତିକୁ ଦୃଢ଼ ବିରୋଧ କରିବା ସହ ସମାଲୋଚନା କରିଥିଲେ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଆନେ୍ଦାଳନରତ ଚାଷୀମାନେ ଚେତାବନୀ ଦେଇଛନ୍ତି । ଶେଷରେ ·ଷୀମାନଙ୍କ ସମୂହ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ପ୍ରେରଣା କରାଯାଇଛି । ସେହିପରି ସାହାଣୀଡିହ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ କପିଳ ଚନ୍ଦ୍ର ରାଉତଙ୍କ ଆବାହକତ୍ୱରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଅଭୟ ପରିଡା ଦାଶରଥୀ ପ୍ରାଧାନ, ଅକ୍ଷୟ ରାଉତ, ବିଶ୍ୱମ୍ବର ସ୍ୱାଇଁ ଓ ଉଚ୍ଛବ ସ୍ୱାଇଁ ପ୍ରମୁଖ ଶତାଧିକ ·ଷୀ ସାମିଲ୍ ହୋଇଥିଲେ । ସୂଚନା ଯେ ଚାଷୀଙ୍କୁ ପ୍ରାଇସ୍ ପ୍ରେଷ୍ଟିଜ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ଆନେ୍ଦାଳନ ଡାକରା ଏବେ ରାଜ୍ୟସାରା ତେଜିବାରେ ଲାଗିଛି ।
ଅପରପକ୍ଷେ କୋରାଇ ବ୍ଲକ୍ କରଦା ପଞ୍ଚାୟତର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଣୀଗୋଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି । ଚାଷୀ ସତ୍ୟାଗ୍ରହରେ ରାଜ୍ୟସରକାର ଭୁବନେଶ୍ୱର ମଧ୍ୟକୁ ଚାଷୀଙ୍କୁ ପୁରାଇ ଦେଇନଥିଲେ । କୃଷକମାନଙ୍କୁ ସୁରକ୍ଷା ଓ ମାସିକ ୫ ହଜାର ଟଙ୍କା ପେନସନ ଦାବିରେ ରାଜ୍ୟପାଳଙ୍କ ଉଦେ୍ଦ୍ୟଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୫୦ରୁ ଊଦ୍ଧ୍ୱର୍ ଚାଷୀ ଏହି ବୈଠକରେ ଯୋଗଦେଇଥିବା ବେଳେ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସର୍ମ୍ପକରେ ଆଲୋଚନା କରାଯାଇଥିଲା ।
ଅପରପକ୍ଷେ ବରୀ ବ୍ଲକ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଶ୍ୱର୍ରେ ଥିବା ସମସ୍ତ ୧୩ଟି ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଚାଷୀମାରଣ ନୀତି ପ୍ରତିବାଦରେ ରତ୍ନଗିରି, ମହାକାଳପଡା, ଅମଠପୁର, ଗମୁଁ, ସେରପୁର, ମନ୍ଦାରୀ, ଚନ୍ଦନପୁର, ଧାରପୁର, ସାହୁପଡା, ଇଶାଣପୁର, ବାଲିଆ, ଗୋଳକୁଣ୍ଡ, ସ୍ୱାଇଁଖଣ୍ଡ ଆଦି ପଞ୍ଚାୟତ ଆଗରେ ଶତାଧିକ ଚାଷୀ ପ୍ରତିବାଦ ସଭା କରିଥିଲେ । ନବନିର୍ମାଣ କୃଷକ ସଂଗଠନର ବରୀ ବ୍ଲକ୍ ସଂଯୋଜକ ମାଧବାନନ୍ଦ ଶାନ୍ତି, ପଦନ କର, ପ୍ରଶାନ୍ତ ବେଉରିଆ, ପ୍ରଶାନ୍ତ ପଡିହାରୀ, ଜୟରାମ ନାୟକ, ଗଣେଶ ଘଡାଇ, ବଲ୍ଲଭ ଜେନା ଓ ଅଜୟ ରଥବାବାଜୀ ଚରଣ ଦାସ, ମନୋଜ ଦାସ, ପଦ୍ମଲାଭ ନାୟକ, ସୁଶାନ୍ତ ସିଂହ, ଦିଗାମ୍ବର ରାଉତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ଆସନ୍ତା ୧୫ରେ ଥାନା ଘେରାଉ କରିବାକୁ ସଂଘ ପକ୍ଷରୁ ସ୍ଥିର ହୋଇଛି ।

ସେଆର କରନ୍ତୁ:



Powered by odothemes.com