BRAHMANI-KSHYATIGRASTA

ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚୁ୍ୟତ ସଂଘର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

12

କଣିହାଁ,୧୨ା୧୧(ଆପ୍ର): ବ୍ରହ୍ମଣୀ କ୍ଷତିଗ୍ରସ୍ତ ବାସଚୁ୍ୟତ ସଂଘ, ସମଲ ବ୍ୟାରେଜ୍ର ଆହ୍ୱାନକ୍ରମେ କ୍ଷତିଗ୍ରସ୍ତ ଗହମ, ଶିପୁର, ତାଳପଦା, କୁସୁମପାଳ, ଦୁର୍ଗାପୁର ଓ ନାଲମର ଶହଶହ ଗ୍ରାମବାସୀ ଏକାଠି ହୋଇ ସମଲ ବ୍ୟାରେଜ୍ ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । କାର୍ଯ୍ୟକ୍ରମରେ ସଂଘର ଆବାହକ ସୁବ୍ରତ ଗଡ଼ନାୟକ, ସଭାପତି ବିରଞ୍ଚô ନାରାୟଣ ସାହୁ ଓ ସମ୍ପାଦକ ଦୁର୍ଯେ୍ୟାଧନ ସାମଲଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟଯନ୍ତ୍ରୀ ବ୍ରହ୍ମଣୀ ଅବବାହିକା ପରିଚାଳକ ସମଲ ବ୍ୟାରେଜ୍ଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ତାଙ୍କର ଦାବିକୁ ଜଣାଇଥିଲେ ।
ଦାବିଗୁଡ଼ିକ ହେଲା ବ୍ରାହ୍ମଣୀ ନଦୀକୂଳରୁ ୧୦୦ ଫୁଟ୍ ଭିତରରେ ଥିବା ଓ ଅଧିଗ୍ରହଣ କରାଯାଇଥିବା ସମସ୍ତ ଘରର ପରିବାରକୁ ତୁରନ୍ତ କ୍ଷତିପୂରଣ ସହ ବାସଗୃହ ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟ ଓ ଉତ୍ତରାଞ୍ଚଳ ରାଜସ୍ୱ ଅଧିକାରୀଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଓ ୧୦୦ ଫୁଟ୍ ଭିତରେ ଥିବା ସମସ୍ତ ଜମିକୁ ଅଧିଗ୍ରହଣ କରିବା । ସଂଘର କହିବା କଥା ହେଲା କି ୨୦୦୩ ଓ ୨୦୧୪ରେ ପର୍ଯ୍ୟାୟକ୍ରମେ ଗହମ, ଶିପୁର, ତାଳପଦା, କୁସୁମପାଳ, ଦୁର୍ଗାପୁର ଓ ନାଲମା ଗ୍ରାମକୁ ଅଧିଗ୍ରହଣ କରିଥିଲେ ମଧ୍ୟ ଥଇଥାନ ପ୍ରତିଶ୍ରୁତି ଦେଇ ଥଇଥାନ କରିନାହାନ୍ତି । ମୁଖ୍ୟଯନ୍ତ୍ରୀ ସରୋଜ କୁମାର ପଣ୍ଡା ଓ ତାଳଚେର ଉପଜିଲ୍ଲାପାଳ ସଞ୍ଜୟ ବେହେରା, ସମଲ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କର ବାସଚୁ୍ୟତ ସଂଘ ସହ ଆଲୋଚନା ପରେ ମୁଖ୍ୟଯନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯେ କ୍ଷତିଗ୍ରସ୍ତ ଗ୍ରାମର ଅସୁବିଧା ଓ ନିରାକରଣ ନିମିତ୍ତ ଗଠନ କରାଯାିଥିବା ବୈଷୟିକ କମିଟି ଏକ ସପ୍ତାହ ମଧ୍ୟରେ ସମସ୍ତ ପକ୍ଷ ସହ ଆଲୋଚନା କରି ୩୦ ନଭେମ୍ବର ସୁଦ୍ଧା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ଉପଯୁକ୍ତ କ୍ଷତିପୂରଣ ପାଇଁ ସରକାରଙ୍କୁ ସୁପାରିସ କରିବେ । ସଂଘ ପ୍ରତିଶ୍ରୁତି ପାଇବା ପରେ ଆନେ୍ଦାଳନ ପ୍ରତ୍ୟାୟାର କରିବା ସହ ସରକାରଙ୍କୁ ପଡ଼ା ଚେତାବନୀ ଦେଲେ ଯେ ଆଗାମୀ ଦିନରେ ଯଦି ସରକାର ପୁଣି ଆମ ଦାବି ନମାନନ୍ତି ତାହା ହେଲେ ଏ ଆନେ୍ଦାଳନ ଭୟାବହ ହେବ ।

ସେଆର କରନ୍ତୁ:



Powered by odothemes.com