AFUTAGULI-JABAT

ଅନୁଗୁଳରେ ପୁଣି ଗର୍ଜିଲା ମାଉଜର

12

ଦିବାଲୋକରେ ଗୁଳି ଫୁଟାଇ ଟଙ୍କା, ଲାପ୍ଟପ୍ ଲୁଟ୍
ବଅଁରପାଳ/ଅନୁଗୁଳ,୧୨ା୧୧(ଆପ୍ର): ନାଲ୍କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଛକ ନିକଟରେ ଗୁଳି ଫୁଟାଇ ଟଙ୍କା, ମୋବାଇଲ, ଲାପ୍ଟପ୍ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦିବାଲୋକରେ ଲୁଟି ନେଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନ ଗତ କିଛିଦିନ ହେଲା ଅସୁରକ୍ଷିତରେ ରହିଛି । ପ୍ରଥମେ ଛେଣ୍ଡିପଦା, ୨ଦିନ ତଳେ ତାଳଚେର, ସୋମବାର ବଳରାମପ୍ରସାଦ ଛକ ନିକଟରେ ଗର୍ଜିଲା ମାଉଜର୍ । ଏନେଇ ନାଲ୍କୋ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ସିପିପି ଛକ ନିକଟରେ ଥିବା ଓଡ଼ଶୀ ମୋଟର୍ସର ୪ଜଣ କର୍ମଚାରୀ ଏକ ନୂଆ କାର ବକେୟା ପଇସା କଲେକ୍ସନ ପାଇଁ ତାଳଚେର ଅଞ୍ଚଳକୁ ଯାଇଥିଲେ । ଅପରାହ୍ଣ ୪ଟା ବେଳେ ସେ ଏଫିସିଆଇ ରାସ୍ତାରେ ଆସିଲା ବେଳେ ନାଲ୍କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ତିନିଜଣ ଅଜଣା ଯୁବକ ଏକ ଆପାଚି ବାଇକରେ ଆସି ମାଉଜରରୁ ଗୁଳି ଫୁଟାଇ ଭୟଭୀତ କରି ଓଡ଼ଶୀ ମୋଟର୍ସର କର୍ମଚାରୀଙ୍କ ଠାରୁ ମୋବାଇଲ, ଟଙ୍କା, ଲାପ୍ଟପ୍ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇ ପଳାଇଥିଲେ । ଏ ସମ୍ପର୍କରେ ଅଞ୍ଚଳବାସୀ ଭୟଭୀତ ହୋଇ ଯାଇଥିଲେ । ପରେ ନାଲ୍କୋ ଥାନା ଅଧିକାରିଣୀ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚô ଜୀବନ୍ତ ଗୁଳି ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି । ଅପରପକ୍ଷେ ଏ ସମ୍ପର୍କରେ ଓଡ଼ଶୀ ମୋଟର୍ସର କର୍ମଚାରୀ ବିକାଶ ମହାନ୍ତି ଥାନାରେ ଏକ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୁଲିସ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେଆର କରନ୍ତୁ:



Powered by odothemes.com