soso-re-jabardakhal-uchheda,-HATADIHI

ପ୍ରଶାସନ ପକ୍ଷରୁ ଗାଁ ରାସ୍ତା ଜବରଦଖଲ ଉଚ୍ଛେଦ

13

ହାଟଡ଼ିହି(ଆପ୍ର): ହାଟଡିହି ବ୍ଲକର ସୋସୋ ଗାଁ ରାସ୍ତା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି । ସୂଚନାରୁ ଜଣାଯାଇଛି ଉକ୍ତ ରାସ୍ତା ପାଖକୁ ଗାଁର ଲୋକମାନେ ମାଡ଼ି ଆସି ଘର ଓ ବାରଣ୍ଡା କରିପକାଇ ଥିବାରୁ ଗାଁ ରାସ୍ତା ଭିତରେ ଏକ ଛଅ ଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡ଼ିଥିଲା । ତାଛଡ଼ା ଦୁଆର ମୁହଁ ଆଗରେ ଚିପସ, ବାଲି, ଇଟା ଆଦି ଥୋଇଦେଇଥିବାରୁ ଦୁଇ ଚକିଆ, ତିନି ଚକିଆ ଓ ଚାରିଚକିଆ ଗାଡ଼ି ଯିବା ମଧ୍ୟ କଷ୍ଟକର ହୋଇ ପଡ଼ିଥାଏ । ଗାଁ ରାସ୍ତାରେ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ଥିବାରୁ ପିଡ଼ିଏସ୍ ଗାଡ଼ି ଯିବା କଷ୍ଟକର ହୋଇଥାଏ । ଫଳରେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣା ମାନ ଘଟିଥାଏ । ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ ରାସ୍ତାଟିକୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି କରିଥିଲେ । ଲୋକମାନଙ୍କର ଅଭିଯୋଗକୁ ଭିତ୍ତିକରି ସୋସୋ ବସ୍ ଷ୍ଟାଣ୍ଡ ଛକ ଠାରୁ ଜବରଦଖଲ ଉଚ୍ଛେଦ କରିବାକୁ ନୋଟିସ କରିଥିବାରୁ ସେହି ଅନୁଯାୟୀ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ଦୀପକ ଟେଟେ, ଆରଆଇ ରତି ରମଣ ମହାନ୍ତ, ସୋସୋ ଥାନାଧିକାରୀ ମୁକ୍ତିକାନ୍ତ କୁଲୁ ଓ ଗ୍ରାମବାସୀ ଜେସିବ ମେସିନ ମାଧ୍ୟମରେ ଜବରଦଖଲ ଉଚ୍ଛେଦ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେଆର କରନ୍ତୁ:



Powered by odothemes.com